Advertisment

ହୋଟେଲ୍‌ରୁ ମିଳିଲା ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ, ଟିମ୍‌ ସହ ଶୁଟିଂ ପାଇଁ ଆସିଥିଲେ...

ଏବେ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରି ପାଇଁ ଏକ ପ୍ରକାର କଳା ଦିନ ଚାଲିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଗତ କିଛିଦିନ ହେବ ଲଗାତାର ଭାବେ ଅଭନେତା, ଅଭିନେତ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି।

ଅଦ୍ୟତନ ହୋଇଛି
Bhojpuri Film Director Subhash Chandra Tiwari Death

Bhojpuri Film Director Subhash Chandra Tiwari Found Dead

Advertisment

ଏବେ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରି ପାଇଁ ଏକ ପ୍ରକାର କଳା ଦିନ ଚାଲିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଗତ କିଛିଦିନ ହେବ ଲଗାତାର ଭାବେ ଅଭନେତା, ଅଭିନେତ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। କିଏ ଦୁର୍ଘଟଣାରେ ପ୍ରାଣ ହରାଇଲେଣି ତ ଆଉ କିଏ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ସେହିପରି ଆଉ କାହାର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏବେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭୋଜପୁରୀ ଫିଲ୍ମ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ତିୱାରୀଙ୍କ ମୃତଦେହ ବୁଧବାର ଦିନ ଉତ୍ତରପ୍ରଦେଶର ସୋନଭଦ୍ରା ସ୍ଥିତ ଏକ ହୋଟେଲ୍‌ ରୁମ୍‌ରୁ ମିଳିଛି।

Advertisment

ପୋଲିସ୍‌ ସୂଚନା ଅନୁସାରେ, ଫିଲ୍ମ ଶୁଟ୍‌ ପାଇଁ ସୋନଭଦ୍ରା ସ୍ଥିତ ହୋଟେଲ ତିରୁପତିରେ ସୁବାଷ ଟିମ୍‌ ସହ ରହିଥିଲେ। ତେବେ ବୁଧବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର କାରଣ ଜଣାପଡ଼ିନି।

ଏପରିକି ସୁବାଷଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନାହିଁ। ତେଣୁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Advertisment

ଅଭିନେତା ନୀତେଶ ପାଣ୍ଡେଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବାର କିଛି ଘଣ୍ଟା ପରେ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ରଙ୍କ ମୃତ୍ୟୁ ନେଇ ଖବର ଆସିଥିଲା। ବିଗତ ୨୫ବର୍ଷ ଧରି ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନୀତେଶ ପାଣ୍ଡେ ଏକ ଲୋକପ୍ରିୟ ଚେହେରା ଥିଲେ। ୧୯୯୦ରେ ନୀତେଶ ଥିଏଟରରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଅନେକ ହିନ୍ଦୀ ଚଳଚ୍ଚିତ୍ର ଏବଂ ଟିଭି ସୋ’ରେ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ