Advertisment

'ପୁଷ୍ପା'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର; ଜାଣନ୍ତୁ ୫ କାରଣ

ଆଜିବି ଲୋକଙ୍କ ଭିତରେ ରହିଛି ପୁଷ୍ପା କ୍ରେଜ୍। ଲୋକେ ଏହାର ଦ୍ୱିତୀୟ ପାର୍ଟକୁ ଉତ୍ସାହର ସହ ଚାହିଁ ବସିଛନ୍ତି। ଏହାରି ଭିତରେ ପୁଷ୍ପାକୁ ମିଳିଛି ସୀମା ବେଷ୍ଟ୍ ଫିଲ୍ମ୍ ଆୱାର୍ଡ। ଏହା ପଛରେ ରହିଛି ଅନେକ କାରଣ। ଆସନ୍ତୁ ନଜର ପକେଇବା…

ଅଦ୍ୟତନ ହୋଇଛି
SIIMA Awards 2022

Best film pushpa interesting facts

Advertisment

କରୋନା କାଳରେ ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା: ଦି ରାଇଜ୍' ମୁକ୍ତିଲାଭ କରିଥିଲା। ସେତେବେଳେ ଏହି ଫିଲ୍ମ ଏକ ବ୍ଲକ୍‌ବଷ୍ଟର୍‌ ହୋଇଥିଲା। ଫିଲ୍ମ ସମସ୍ତ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଥିଲା। ଏହାକୁ ବିଶ୍ୱବ୍ୟାପୀ ଖୁବ ପସନ୍ଦ କରାଯାଇଥିଲା। ଏହି ଫିଲ୍ମ ୩୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା।

Advertisment

ଏଥିରେ ଅଭିନେତ୍ରୀ ରଶ୍ମିକା ମନ୍ଦନା ଓ ଅଲୁ ଅର୍ଜୁନଙ୍କ କେମେଷ୍ଟ୍ରୀକୁ ଖୁବ ପସନ୍ଦ କରାଯାଇଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏବେ ଜାତୀୟ ପୁରସ୍କାର ଠାରୁ ସିମା(SIIMA) ପର୍ଯ୍ୟନ୍ତ ଏହାର କମାଲ ଦେଖେଇଛି। ତେବେ ଏହି ଫିଲ୍ମ ଏତେ ସଫଳତା ପାଇବା ପଛରେ ଅନେକ କାରଣ ରହିଛି। ତେବେ ଆସନ୍ତୁ ଫିଲ୍ମକୁ ନେଇ କିଛି କୌତୁହଳପୂର୍ଣ୍ଣ କଥା ବିଷୟରେ ଜାଣିନେବା ଯେଉଁଥିପାଇଁ ଏହାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

ଚନ୍ଦନ ଚୋରା ଚାଲାଣ କାହାଣୀ:

ଫିଲ୍ମ 'ପୁଷ୍ପା' ର କାହାଣୀ ଆନ୍ଧ୍ରପ୍ରଦେଶର ପାହାଡରେ ନାଲି ଚନ୍ଦନ ଚୋରା ଚାଲାଣ ଉପରେ ଆଧାରିତ। ଏଥିରେ ଅଲୁ ଅର୍ଜୁନ 'ପୁଷ୍ପା' ଭୂମିକାରେ ଅଭିନୟ କରିଥିଲେ। ଏହାର କାହାଣୀ ଦୁଇ ଭାଗରେ ପ୍ରଦର୍ଶିତ ହେବ। ଏହି ଫିଲ୍ମରେ ଅଲୁ ଜଣେ ଚନ୍ଦନ ଚୋରା ଚାଲାଣକାରୀ ଭୂମିକାରେ ଅଭିନୟ କରିଥିଲେ। ନିର୍ମାତା ୱାଇ ରବି ଶଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ଏହାର କାହାଣୀକୁ ୩ ଘଣ୍ଟା ମଧ୍ୟରେ ଶୁଣେଇବା ଅତ୍ୟନ୍ତ କଷ୍ଟକର। ଏବେ ଏହାର ଦ୍ୱିତୀୟ ଭାଗର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ଲୋକମାନେ ମଧ୍ୟ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

Advertisment

ପ୍ରତିଦିନ ୩୦୦ ଗାଡି ବ୍ୟବହାର କରାଯାଉଥିଲା:

'ପୁଷ୍ପା'ର ଅଧିକାଂଶ ସୁଟିଂ ଆନ୍ଧ୍ରପ୍ରଦେଶର ମାରେଦୁମିଲି ଜଙ୍ଗଲରେ କରାଯାଇଥିଲା। ଫିଲ୍ମର ପୂରା ଟିମ୍‌କୁ ପ୍ରତିଦିନ ଜଙ୍ଗଲକୁ ନିଆଯାଉଥିଲା। ଏଥିପାଇଁ ସେମାନେ ପ୍ରତିଦିନ ୩୦୦ ଗାଡି ଆବଶ୍ୟକ କରୁଥିଲେ। ଏହାର ପ୍ରଥମ ଭାଗରେ ଅଧିକ ଲୋକ ଆବଶ୍ୟକ ହୋଇଥିବାରୁ ଏଥିରେ ପ୍ରାୟ ୧୫୦୦ ଲୋକଙ୍କୁ ଏକାଠି କରାଯାଇଥିଲା। ପ୍ରତିଦିନ ୧୦୦୦ରୁ ୧୫୦୦ ଲୋକଙ୍କୁ ନେବାକୁ ପଡୁଥିଲା।

ଜଙ୍ଗଲରେ ତିଆରି ହେଲା ରାସ୍ତା:

ଫିଲ୍ମ ସୁଟିଂ ବେଳେ ଜଙ୍ଗଲକୁ କୌଣସି ରାସ୍ତା ନଥିଲା। ଏନେଇ ବହୁ ସମସ୍ୟା ଦେଖାଯାଉଥିଲା। ସେଠାରେ ପହଞ୍ଚିବା ପାଇଁ ଟିମ୍ ଅନେକ ସ୍ଥାନରେ ପକ୍କା ରାସ୍ତା ତିଆରି କରିଥିଲା ​​ଯାହା ଦ୍ୱାରା ସେଟ୍‌କୁ ଯିବାକୁ ସହଜ ହୋଇଥିଲା।

Advertisment

'ପୁଷ୍ପା' ହେବାକୁ ଦୁଇ ଘଣ୍ଟା ଲାଗୁଥିଲା:

ଅଲୁ ଅର୍ଜୁନଙ୍କୁ 'ପୁଷ୍ପା' ହେବାକୁ ଅନେକ ସମୟ ଲାଗୁଥିଲା। ଏଥି ସହିତ, ମେକ୍‌ଅପ୍ ଛଡେଇବା ପାଇଁ ତାଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡୁଥିଲା। ଏଥିରେ ତାଙ୍କ ଚରିତ୍ର ବହୁ ଲୋକପ୍ରିୟତା ହାସଲ କରିଥିଲା ​।

ପୋଲାଣ୍ଡର ସିନେମାଟୋଗ୍ରାଫି:

ଯେକୌଣସି ଫିଲ୍ମରେ ସିନେମାଟୋଗ୍ରାଫିର ଅବଦାନ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସିନେମାଟୋଗ୍ରାଫର ମିରୋସ୍‌ଲା କୁବା ବ୍ରୋଜେକ୍‌ ପୋଲାଣ୍ଡରୁ ତାଲିମ ନେଇଛନ୍ତି। ସେ ଦୀର୍ଘ ଦିନ ଧରି ସାଉଥ୍‌ ଫିଲ୍ମରେ କାମ କରୁଛନ୍ତି।

Allu Arjun Rashmika Mandanna Bollywood Pushpa SIIMA Awards 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ