Advertisment

'ବିଷ୍ଟ୍‌'କୁ OTT ରିଜିଜ୍ ପାଇଁ କାହିଁକି ନିଆଗଲା ନିଷ୍ପତ୍ତି

ପ୍ରେକ୍ଷାଳୟରେ ଭଲ ଚାଲୁନି 'ବିଷ୍ଟ୍‌'। ନିର୍ମାତା ଏହାକୁ ନେଇ ହୋଇଛନ୍ତି ନିରାଶ। OTTରେ ରିଲିଜ୍ କରିବାକୁ ନେଇଛନ୍ତି ନିଷ୍ପତ୍ତି। ତେବେ କେବେ ହେବ OTT ରିଲିଜ୍ ଆସନ୍ତୁ ଜାଣିବା।

Beast to be release on OTT

Beast to be release on OTT

Advertisment

ସାଉଥ୍ ଅଭିନେତା ଥାଲାପତି ବିଜୟ ଓ ପୂଜା ହେଗ୍‌ଡେ ଅଭିନୀତ ଫିଲ୍ମ 'ବିଷ୍ଟ' ବିଶ୍ୱସ୍ତରରେ ୨୦୦ କୋଟି ସଂଗ୍ରହ କରିଛି। ଏହି ଫିଲ୍ମଟି ଏପ୍ରିଲ ୧୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ୫ ଦିନ ମଧ୍ୟରେ ଫିଲ୍ମ ମାତ୍ର ୨୦୦ କୋଟି ଛୁଇଁଛି।

Advertisment

ଏଭଳି ପରିସ୍ଥିତିରେ ବର୍ତ୍ତମାନ OTTରେ ଫିଲ୍ମ ରିଲିଜ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ବର୍ତ୍ତମାନ ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଏବଂ ମଲାୟାଲମ୍ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ରିଲିଜ୍ ପରେ ଏହା ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇବାରେ ଲାଗିଛି। ଫିଲ୍ମ 'ବିଷ୍ଟ୍‌'ରେ ପୂଜା ହେଗ୍‌ଡେ ଲିଡିଙ୍ଗ୍ ଲେଡି ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ସେ ବିଜୟଙ୍କ ବିପକ୍ଷରେରେ ଅଛନ୍ତି। ଏହି ଚଳଚ୍ଚିତ୍ର ଏବେ ମେ ୧୧ରେ ଦୁଇଟି OTT ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିବ ବୋଲି ଶୁଣାଯାଉଛି।

ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ଲୋକଙ୍କ ଠାରୁ ଅଧିକ ପ୍ରତିକ୍ରିୟା ପାଇ ନାହିଁ। ଏନେଇ ଏହା ବଡ ପରଦାରେ ଅଧିକ ସମୟ ରହିପାରିବ ନାହିଁ। ଏହି କାରଣରୁ, ଏହାର ନିର୍ମାତା ଏହାକୁ OTT ରେ ରିଲିଜ୍ କରିବାକୁ ଯୋଜନା କରୁଛନ୍ତି। ତାହା ମଧ୍ୟ ଆସନ୍ତା ମାସରେ। ତେବେ ଏହାର ସରକାରୀ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ।

Advertisment

ସୂଚନାଯୋଗ୍ୟ ଯେ ପୂର୍ବରୁ ବିଜୟଙ୍କ ଫିଲ୍ମ 'ମାଷ୍ଟର' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଡିଜିଟାଲ୍‌ରେ ଫିଲ୍ମଟି ଭଲ ପ୍ରତିକ୍ରିୟା ପାଇଥିଲା। ଏଭଳି ପରିସ୍ଥିତିରେ 'ବିଷ୍ଟ୍‌'କୁ ନେଇ କଳ୍ପନାଜଳ୍ପନା କରାଯାଉଛି। କାରଣ ପ୍ରେକ୍ଷାଳୟରେ ଦର୍ଶକଙ୍କ ଠାରୁ ଅଧିକ ପ୍ରତିକ୍ରିୟା ମିଳୁନାହିଁ ଏବଂ ଏଭଳି ପରିସ୍ଥିତିରେ 'କେଜିଏଫ୍ ୨' ‘ବିଷ୍ଟ୍’ ଉପରେ ଭାରି ପଡିଛି। ଏହି କାରଣରୁ, ନିର୍ମାତା 'KGF' ପୂର୍ବରୁ ଏହାକୁ OTTରେ ରିଲିଜ୍ କରିବାକୁ ମନସ୍ଥ କରିଛନ୍ତି।

ତେବେ ବିଜୟଙ୍କ 'ବିଷ୍ଟ୍‌'କୁ ନେଲ୍‌ସନ୍‌ ଦିଲୀପ କୁମାର ନିର୍ଦ୍ଦେଶନା ଦେଇଛନ୍ତି। ବିଜୟଙ୍କ ଓ ପୂଜା ହେଗଡେଙ୍କ ବ୍ୟତୀତ ସେଲ୍ୱାରଘବନ, ସତୀଶ, ଭିଟିଭି ଗଣେଶ, ଅପର୍ଣା ଦାସ, ଯୋଗୀ ବାବୁ ଏବଂ ରେଡିନ କିଙ୍ଗ୍‌ସ୍ଲେ ଭଳି ଅଭିନେତାମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

Advertisment

ପ୍ରେକ୍ଷାଳୟରେ ଯେତେବେଳେ 'ବିଷ୍ଟ୍‌' ରିଲିଜ୍ ହେଲା, ପ୍ରଶଂସକମାନେ ଏଥିରେ ଅତ୍ୟନ୍ତ ନିରାଶ ହୋଇଥିଲେ। ସେମାନେ ଟ୍ୱିଟର୍‌ରେ ନେଲ୍‌ସନ୍‌କୁ କହିଥିଲେ ଯେ ସେ ବିଜୟଙ୍କ ସୁପର୍‌ଷ୍ଟାର୍‌ ହେବାର ଫାଇଦା ଉଠାଇ ନାହାଁନ୍ତି ଏବଂ ତାଙ୍କ ଭୂମିକାକୁ ନ୍ୟାୟ ଦେଇ ନାହାଁନ୍ତି। ତାଙ୍କ ନିର୍ଦ୍ଦେଶନାରେ ଦର୍ଶକେ ଖୁବ ନିରାଶ ହୋଇଛନ୍ତି।

Bollywood Film Beast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ