Beast after- Kuwait Qatar the demand for-banning in India
ନିକଟରେ ମୁକ୍ତିଲାଭ କରିଥିବା ସାଉଥ୍ ସୁପର୍ଷ୍ଟାର୍ ଦଲପତି ବିଜୟଙ୍କ ଫିଲ୍ମ 'ବିଷ୍ଟ୍' ରିଲିଜ୍ ହେବା ପୂର୍ବରୁ ମଧ୍ୟ ବିବାଦ ଲାଗି ରହିଥିଲା। ଫିଲ୍ମ ରିଲିଜ୍ ହେବା ପୂର୍ବରୁ କୁଏତ ଏବଂ କତରରେ ବ୍ୟାନ୍ ହୋଇସାରିଛି। ଏଥି ସହିତ, ବର୍ତ୍ତମାନ ଭାରତରେ ମଧ୍ୟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହେଉଛି।
ବାସ୍ତବରେ ଏହି ଚଳଚ୍ଚିତ୍ରଟି ଆରମ୍ଭରୁ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ବଦନାମ କରୁଥିବା ଅଭିଯୋଗ ହୋଇଥିଲା, ଯେଉଁଥିପାଇଁ ଫିଲ୍ମଟି ଦୁଇ ଦେଶରେ ରିଲିଜ୍ ହେବା ପୂର୍ବରୁ ବ୍ୟାନ୍ ହୋଇଯାଇଥିଲା। ଏବେ, ଭାରତରେ ବିଷ୍ଟ୍ (ହିନ୍ଦୀରେ ର’) ଫିଲ୍ମର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହୋଇଛି।
ଏହାରି ଭିତରେ ଏମ୍ଏମ୍କେ ସଭାପତି ଏମ୍ଏଚ୍ ଜବାହିରୁଲ୍ଲାହ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି। ସମଗ୍ର ମୁସଲ୍ମାନ୍ ସମ୍ପ୍ରଦାୟକୁ ବଦନାମ କରୁଥିବାରୁ ଅଭିନେତା ଜୋସେଫ୍ ବିଜୟଙ୍କ 'ବି୍ଷ୍ଟ'କୁ ବ୍ୟାନ୍ କରିବାକୁ ଜବାହିରୁଲ୍ଲାହ ଏକ ଚିଠି ଲେଖିଛନ୍ତି। କତର ଓ କୁଏତରେ ଫିଲ୍ମ ଉପରେ ନିଷେଧାଦେଶର ଉଦାହରଣ ଦେଇ ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଏବଂ କରୋନା ମହାମାରୀ ସମୟରେ ମୁସଲମାନ ସମ୍ପ୍ରଦାୟ ସେବା କରିଛି, କିନ୍ତୁ 'ବିଷ୍ଟ୍' ଏହାକୁ ଛୋଟ କରି ଦେଖେଇଛି। ଏଥି ସହିତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିଚଳିତ କରିବାର ସମ୍ଭାବନା ରହିଛି।
ସେ ତାଙ୍କ ଚିଠିରେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଅନୁଯାୟୀ 'ବିଶ୍ୱାରୂପମ୍' ଓ 'ଥୁପକ୍କି' ଭଳି ଫିଲ୍ମ ମୁସଲମାନ ସମ୍ପ୍ରଦାୟକୁ ମଧ୍ୟ ନିଚ୍ଚା ଦେଖେଇଛି। ଏଭଳି ପରିସ୍ଥିତିରେ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ବିଷ୍ଟ୍' ପୁଣି ଥରେ ଏହି ଧାରାକୁ ପ୍ରୋତ୍ସାହିତ କରିଛି। ଏହି ଫିଲ୍ମଟି ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ଏବଂ ନେଲ୍ସନ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ। ଫିଲ୍ମର କାହାଣୀର କଥା କହିବାକୁ ଗଲେ ଏହା ର’ ଏଜେଣ୍ଟ ଉପରେ ଆଧାରିତ, ଯେଉଁଥିରେ ଦକ୍ଷିଣ ଅଭିନେତା ଦଲପତି ବିଜୟ ମୁଖ୍ୟ କଳାକାର ଭାବରେ ନଜର ଆସିଛନ୍ତି। ର’ ଏଜେଣ୍ଟ୍ ଭୂମିକାରେ ଅଭିନୟ କରୁଥିବା ବିଜୟଙ୍କୁ ଏହି ଫିଲ୍ମରେ ହାଇଜାକ୍ ହୋଇଥିବା ମଲ୍କୁ ଆତଙ୍କବାଦୀଙ୍କଠାରୁ ରକ୍ଷା କରୁଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମ ପାଇଁ ବିଜୟ ୧୦୦ କୋଟି ଟଙ୍କା ଚାର୍ଜ କରିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ପୂଜା ହେଗ୍ଡେ ମଧ୍ୟ ନଜର ଆସିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650109532.jpg)