Advertisment

ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି

ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ। ୬୯ ବର୍ଷ ବୟସରେ ମୁମ୍ବାଇରେ ବାପି ଲାହିରିଙ୍କ ପରଲୋକ ହୋଇଛି।

ଅଦ୍ୟତନ ହୋଇଛି
Bappi Lahiri

Bappi Lahiri

Advertisment

ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ। ୬୯ ବର୍ଷ ବୟସରେ ମୁମ୍ବାଇରେ ବାପି ଲାହିରିଙ୍କ ପରଲୋକ ହୋଇଛି। ବଲିଉଡର ଡିସ୍କୋ କିଙ୍ଗ ଭାବେ ସେ ବେସ୍ ପରିଚିତ ଥିଲେ । ଚଲ୍‌ତେ ଚଲ୍‌ତେ, ଡିସ୍କୋ ଡ୍ୟାନ୍ସର, ଶରାବି ଭଳି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ କରିଥିଲେ ।

Advertisment

ବଲିଉଡର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ବିୟୋଗ । ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ରହିଥିଲେ । ତାଙ୍କୁ ମାତ୍ର ୬୯ ବର୍ଷ ବୟସ ହୋଇଥିଲା । ସଂଗୀତ ନିର୍ଦ୍ଦେଶନା ଦେବା ସହିତ ସେ ନିଜେ ଗୀତ ମଧ୍ୟ ଗାଉଥିଲେ। ବଲିଉଡରେ ଏକ ନୂଆ ଧାରା ଆରମ୍ଭ କରିଥିଲେ ବାପି ଲାହିରି ।

ଅଶି ଦଶକ ଆରମ୍ଭରେ ଡିସ୍କୋ ଟ୍ରେଣ୍ଡ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ବିୟୋଗରେ ବଲିଉଡ ସହିତ ସଂଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ହୋଇଛି । ବହୁ ବିଶିଷ୍ଟ ବ୍ୟକ୍ତି ବାପି ଲାହିରିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

Advertisment

ସୂଚନାଯୋଗ୍ୟ ଯେ, କିଛି ଦିନ ଆଗରୁ ସେ କୋଭିଡରେ ପୀଡ଼ିତ ଥିଲେ । ସେଥିରୁ ଭଲ ହୋଇଥିଲେ ମଧ୍ୟ ତାଙ୍କୁ ଅକ୍ସିଜେନ ଦରକାର ହେଉଥିଲା । ଗତକାଲି ହଠାତ ସେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡିସ୍କୋ କିଙ୍ଗ୍ । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ହେବ ବୋଲି ଜଣାପଡ଼ିଛି । କାରଣ ବାପିଙ୍କ ପୁଅ ଆମେରିକାରେ ଅଛନ୍ତି । ସେ ଆସିବା ପରେ ଶେଷକୃତ୍ୟ ହେବ ବୋଲି ଶୁଣିବାକୁ ମିଳିଛି ।

Bollywood Bappi Lahiri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ