Advertisment

୫୦ ହଜାର ଟଙ୍କାରେ ରାଜ କୁନ୍ଦ୍ରାଙ୍କୁ ଜାମିନ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ମାମଲାରେ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗତ ଦୁଇ ମାସ ଜେଲ୍‌ରେ ଅଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ତାଙ୍କୁ ଚଳିତ ବର୍ଷ ଜୁଲାଇ ୧୯ ରେ ଗିରଫ କରାଯାଇଥିଲା।

Raj Kundra

Raj Kundra

Advertisment

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ମାମଲାରେ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗତ ଦୁଇ ମାସ ଜେଲ୍‌ରେ ଅଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ତାଙ୍କୁ ଚଳିତ ବର୍ଷ ଜୁଲାଇ ୧୯ ରେ ଗିରଫ କରାଯାଇଥିଲା।

Advertisment

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ମୁମ୍ବାଇର ଏକ କୋର୍ଟ ଅଶ୍ଳୀଳ ମାମଲାରେ କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କାରେ ଜାମିନ ପ୍ରଦାନ କରିଛନ୍ତି। ପ୍ରକାଶଥାଉ ଯେ ପୂର୍ବରୁ ଅଶ୍ଳୀଳ ମାମଲାରେ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। ୧୫୦୦ ପୃଷ୍ଠାର ଚାର୍ଜସିଟରେ ୪୩ ସାକ୍ଷୀଙ୍କ ନାମ ଦିଆଯାଇଥିଲା। ଏହି ପ୍ରସଙ୍ଗରେ ଶିଳ୍ପାଙ୍କ ବିବୃତ୍ତି ସାମ୍ନାକୁ ଆସିଥିଲା ଯାହା ସେ ପୋଲିସକୁ ଦେଇଥିଲେ।

Advertisment

ମୁମ୍ବାଇ ପୋଲିସ ସୂଚନା ଦେଇଛନ୍ତି ଯେ ଚାର୍ଜସିଟ୍‌ରେ ୪୩ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ଏହି ୪୩ ସାକ୍ଷୀଙ୍କ ମଧ୍ୟରେ ରାଜ କୁନ୍ଦ୍ରାଙ୍କ ପତ୍ନୀ ଏବଂ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ଶର୍ଲିନ୍ ଚୋପ୍ରା ଅଛନ୍ତି। ଏଥିସହିତ ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସକୁ କହିଥିଲେ ଯେ ସେ ନିଜ କାର୍ଯ୍ୟରେ ବହୁତ ବ୍ୟସ୍ତ ଥିଲେ, ରାଜ କୁନ୍ଦ୍ରା କ’ଣ କରୁଛନ୍ତି ତାହା ସେ ଜାଣି ନ ଥିଲେ।

Raj Kundraରାଜ କୁନ୍ଦ୍ରା

ରାଜ କୁନ୍ଦ୍ରାଙ୍କ ଓକିଲ ପ୍ରଶାନ୍ତ ପାଟିଲ୍ କହିଛନ୍ତି ଯେ ସେଲିବ୍ରିଟି ଓ ପ୍ରଡ୍ୟୁସର ନିଷ୍ପତ୍ତି ନେଉଥିଲେ ଯେ କ’ଣ ଅପଲୋଡ ହେବ ବା ନ ହେବ। ରାଜ କୁନ୍ଦ୍ରା ଏ ନିଷ୍ପତ୍ତି ନେଉ ନ ଥିଲେ। ୧୪୦୦ ପେଜର ଚାର୍ଜସିଟ୍‌ରେ ଏଭଳି ଗୋଟିଏ ବି ପ୍ରମାଣ ନାହିଁ ଯେ ରାଜ କୁନ୍ଦ୍ରା ଏହି ନିଷ୍ପତ୍ତି ନେବାର ବୋଲି ସେ କହିଛନ୍ତି।

Advertisment

ଏହି ପୂରା ମାମଲାରେ ୨୦୨୧ ଫେବୃଆରୀରେ କେସ ଦାଖଲ କରାଯାଇଥିଲା। ସେବେଠାରୁ ପୋଲିସ୍ ଏହା ପଛରେ ଲାଗିବା ସହ ଓ ଯାଞ୍ଚ କରୁଥିଲା।

India News Shilpa Shetty Raj Kundra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ