Advertisment

Teaser Release: ପୁଣି ହଇଚଇ କରିବ କନ୍ନଡ ଫିଲ୍ମ; ଟିଜର ଦେଖିଲେ ଆପଣ ବି କହିବେ ୱା ସେ ୱା…

ପୁଣି କନ୍ନଡ ଜଲ୍‌ୱା। ନୂଆ ଫିଲ୍ମ ‘ବଘିରା’ର ଟିଜର ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ପ୍ରଶଂସକମାନେ ଏହା ଦେଖିବା ପରେ କହୁଛନ୍ତି ଯେ ସେମାନଙ୍କ ରୋମ ଟାଙ୍କୁରି ଉଠୁଛି।

Bagheera official teaser release

Bagheera official teaser release

Advertisment

‘କେଜିଏଫ୍’ ଏବଂ ‘କାନ୍ତାରା’ ପରି ସାଉଥ୍(କନ୍ନଡ) ଫିଲ୍ମ, ଯାହା କେବଳ ବକ୍ସ ଅଫିସରେ ନୁହେଁ ଦର୍ଶକଙ୍କ ହୃଦୟରେ ମଧ୍ୟ ଏକ ଛାପ ଛାଡିଛି। ବର୍ତ୍ତମାନ ଏହି ଫିଲ୍ମର ନିର୍ମାତା ‘ସାଲାର’ ରିଲିଜ୍ ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଏହାପୂର୍ବରୁ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଖବର ଆସିଛି। ନୂଆ ଫିଲ୍ମ ‘ବଘିରା’ର ଟିଜର ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ପ୍ରଶଂସକମାନେ ଏହା ଦେଖିବା ପରେ କହୁଛନ୍ତି ଯେ ସେମାନଙ୍କ ରୋମ ଟାଙ୍କୁରି ଉଠୁଛି।

Advertisment

ହୋମ୍ବଲ୍ ଫିଲ୍ମ ଏହାର ୟୁଟ୍ୟୁବ୍ ପେଜ୍‌ରେ ‘ବଘିରା’ର ଟିଜର ସେୟାର କରି କ୍ୟାପସନରେ ଲେଖିଛି, “ଯେତେବେଳେ ସମାଜ ଜଙ୍ଗଲରେ ପରିଣତ ହୋଇଛି, ସେତେବେଳେ କେବଳ ଜଣେ ଶିକାରୀ ନ୍ୟାୟ ପାଇଁ ଗର୍ଜନ କରୁଛି, ସିଏ ହେଉଛି ବଘିରା। ଆମର ଅତ୍ୟନ୍ତ ପ୍ରତିଭାଶାଳୀ ଅଭିନେତା ଶ୍ରୀ ମୁରଲୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ହୋମ୍ବଲ୍ ଫିଲ୍ମସ୍ ‘ବଘିରା’ର ଅଫିସିଆଲ୍ ଟିଜର ସାମ୍ନାକୁ ଆଣିଛି।

‘ବଘିରା’ ହେଉଛି KGF 1, କାନ୍ତାରା ଓ ସାଲାରର ନିର୍ମାତାର ଆଗାମି କନ୍ନଡ ଫିଲ୍ମ। ଏହାକୁ ଡ. ସୁରୀ ନିର୍ଦ୍ଦେଶନା ଦେଉଥିବା ବେଳେ ଦୂରଦର୍ଶୀ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଦ୍ୱାରା ଏହା ନିର୍ମିତ। ଏହି ଫିଲ୍ମର ଟିଜର ଦେଖିବା ପରେ ଜଣେ ଲେଖିଛନ୍ତି ଯେ ‘କନ୍ନଡ ଇଣ୍ଡଷ୍ଟ୍ରି ବାକି ଇଣ୍ଡଷ୍ଟ୍ରି ତୁଳନାରେ ଅଧିକ ଆଗକୁ ଯାଉଛି’। ଆଉ ଜଣେ ଲେଖିଛନ୍ତି, ଏହା କେବଳ ଟିଜର ନୁହେଁ ବରଂ ଏକ ଇମୋସନ୍। ସେହିପରି ଅନ୍ୟ ଜଣେ କହିଛନ୍ତି ‘ଲୋମ ଟାଙ୍କୁରି ଉଠୁଛି’।

Advertisment
South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ