Advertisment

ବାଦଶାହଙ୍କ ସହ ନଜର ଆସିଲେ ‘ବଚ୍‌ପନ୍‌ କା ପ୍ୟାର୍‌’ ଗାୟକ ସହଦେବ

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ସ୍କୁଲ ପିଲାଙ୍କ ଗୀତ 'ବଚ୍‌ପନ୍‌ କା ପ୍ୟାର୍‌ ମେରା ଭୁଲ ନହୀ ଜାନାରେ' ସବୁଆଡେ ହଇଚଇ ସୃଷ୍ଟି କରୁଛି। ଏହି ଗୀତକୁ ଦୁଇ ବର୍ଷ ପୂର୍ବେ ସାହଦେବ ଦିର୍‌ଦୋ ଗାଇଥିଲେ। ସହଦେବଙ୍କ ଏହି ଗୀତ ଶୁଣିବା ପରେ ରାପର୍‌ ବାଦଶାହା ସେହି ପିଲାକୁ ଏକ ଭିଡିଓ କଲ୍‌ ମାଧ୍ୟମରେ ଚଣ୍ଡିଗଡ଼କୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ବର୍ତ୍ତମାନ, ବାଦଶାହ ସହଦେବଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯାହା ବହୁତ ଭାଇରାଲ ହେବାରେ ଲାଗିଛି।

ବାଦଶାହଙ୍କ ସହ ନଜର ଆସିଲେ ‘ବଚ୍‌ପନ୍‌ କା ପ୍ୟାର୍‌’ ଗାୟକ ସହଦେବ

Sahdev with Badsah

Advertisment

ମୁମ୍ବାଇ : ବେଳେବେଳେ ଆମ ସାମ୍ନାକୁ ଏମିତି ଗୀତ ଆସେ ଯାହା ମନକୁ ଖୁବ ଛୁଇଁଯାଏ। ସେହି ଗୀତଗୁଡିକ ସାଧାରଣ ଭାବେ ଚାଲୁଥିବା ଗୀତଗୁଡିକ ଠାରୁ ନିଆରା ଓ ଆମ ଚାରିପଟେ ଥିବା ଘଟଣା ଉପରେ ଆଧାରିତ ହୋଇଥିବାରୁ ପ୍ରାୟ ସବୁବର୍ଗଙ୍କ ମନୋରଞ୍ଜନ କରିଥାଏ। ଅନେକ ସେହି ଗୀତକୁ ଗୁଣୁଗୁଣେଇ ଥାଆନ୍ତି।

Advertisment

ସେହିପରି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ସ୍କୁଲ ପିଲାଙ୍କ ଗୀତ 'ବଚ୍‌ପନ୍‌ କା ପ୍ୟାର୍‌ ମେରା ଭୁଲ ନହୀ ଜାନାରେ' ସବୁଆଡେ ହଇଚଇ ସୃଷ୍ଟି କରୁଛି। ଏହି ଗୀତକୁ ଦୁଇ ବର୍ଷ ପୂର୍ବେ ସାହଦେବ ଦିର୍‌ଦୋ ଗାଇଥିଲେ। ସହଦେବଙ୍କ ଏହି ଗୀତ ଶୁଣିବା ପରେ ରାପର୍‌ ବାଦଶାହା ସେହି ପିଲାକୁ ଏକ ଭିଡିଓ କଲ୍‌ ମାଧ୍ୟମରେ ଚଣ୍ଡିଗଡ଼କୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ବର୍ତ୍ତମାନ, ବାଦଶାହ ସହଦେବଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯାହା ବହୁତ ଭାଇରାଲ ହେବାରେ ଲାଗିଛି।

Advertisment
ଭାଇରାଲ୍ ବୟ ସହଦେବ ଦିର୍‌ଦୋ

ରାପର୍‌ ବାଦଶାହ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ନିଜର ଏବଂ ସହଦେବଙ୍କ ଏକ ଫଟୋ ସେୟାର କରିଛନ୍ତି। ତେବେ ସେୟାର ହୋଇଥିବା ଫଟୋରେ ଉଭୟ କ୍ୟାମେରାକୁ ଚାହିଁ ହସୁଥିବାର ନଜର ଆସିଛନ୍ତି। ଏହି ପୋଷ୍ଟ୍‌ର ସେୟାର କରି ବାଦଶାହା କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “‘ବଚ୍‌ପନ୍‌ କା ପ୍ୟାର୍’ ଖୁବ ଶୀଘ୍ର ଆସିବ।” ଏହି ପୋଷ୍ଟ୍‌ ପରେ ବାଦଶାହଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇପଡିଛନ୍ତି। ଏହି ପୋଷ୍ଟ୍‌ରେ ଏପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଛି। ଏହି ପୋଷ୍ଟ୍‌ରେ ମନ୍ତବ୍ୟ ଦେଇ ୟୁଟ୍ୟୁବର୍‌ ଆଶିଷ ଚଞ୍ଚଲାନି ଲେଖିଛନ୍ତି ଯେ ‘ବାଃ କ’ଣ ହେଲା?' ସେହିଭଳି ରାପର୍‌ଙ୍କ ଅନ୍ୟ ପ୍ରଶଂସକମାନେ ମଧ୍ୟ ଏହି ପୋଷ୍ଟ୍‌ରେ ଅନେକ ମନ୍ତବ୍ୟ ଦେଉଛନ୍ତି।

ଭାଇରାଲ୍ ବୟ ସହଦେବ ଦିର୍‌ଦୋ

ସହଦେବ ଦିର୍‌ଦୋଙ୍କ ଦ୍ୱାରା ବୋଲାଯାଇଥିବା 'ମେରେ ବଚ୍‌ପନ୍‌ କା ପ୍ୟାର୍‌ ଭୁଲ୍‌ ନେହୀ ଜାନାରେ' ଗୀତଟି ଆଜିକାଲି ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇଛି। ଏହା ବ୍ୟତୀତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ କହିବା ଅନୁସାରେ ସହଦେବ ଦିର୍‌ଦୋ ଏକ ନିଆରା ଶୈଳୀରେ ଏହି ଗୀତ ଗାଇଥିଲେ। ମୁଖ୍ୟମନ୍ତ୍ରୀ ବାଘେଲ ସହଦେବଙ୍କ ଗୀତ ଶୈଳୀକୁ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ କାମନା କରିଥିଲେ। ସହଦେବଙ୍କ ଗୀତ ଉପରେ ଅନେକ ମେମ୍‌ ମଧ୍ୟ ଭାଇରାଲ ହୋଇଛି। ସହଦେବ ଏହି ଗୀତଟିକୁ ଗାଁରେ ଆୟୋଜିତ ଏକ ବିବାହ ଭୋଜିରେ ଶୁଣେଇଥିଲେ, ଯାହାକୁ ସେ ଗୁଣୁଗୁଣଉ ଥିଲେ। ଗୀତଟିକୁ ସେ ଯେଉଁ ଆତ୍ମବିଶ୍ୱାସ ସହିତ ଗାଇଛନ୍ତି, ଲୋକମାନେ ତାଙ୍କ ଉପରେ ଭରସା ରଖିଛନ୍ତି।

Advertisment
Bollywood Badshah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ