Advertisment

‘ବାବୁ ରାତି ଅନିଦ୍ରା ହୋଇଛି, ନିଦରୁ ଉଠିଲେ ଭେଟିବ’

ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ଏକ କାର୍‌ ଯୋଗେ ବାବୁସାନ ଭୁବନେଶ୍ୱର ଜଗନ୍ନାଥ ବିହାର ସ୍ଥିତ ଘରକୁ ଯାଇଥିଲେ।  ପ୍ରଥମେ ବାପା, ମା’ଙ୍କ ପାଖକୁ ଯିବି। ଯେତେବେଳେ ଯାହା ଦରକାର ପଡିବ ତାହି କହିବି ବୋଲି ସେ କହିଛନ୍ତି।

ଅଦ୍ୟତନ ହୋଇଛି
Babushaan to meet media persons after waking up from sleep

Babushaan to meet media persons after waking up from sleep

Advertisment

ଅଭିନେତା ବାବୁସାନ ମହାନ୍ତି ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଚେନ୍ନାଇରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି। ପ୍ରଥମେ ବାପା, ମା’ଙ୍କ ପାଖକୁ ଯିବି। ଯେତେବେଳେ ଯାହା ଦରକାର ପଡିବ ତାହି କହିବି ବୋଲି ସେ କହିଛନ୍ତି।

Advertisment

ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ଏକ କାର୍‌ ଯୋଗେ ବାବୁସାନ ଭୁବନେଶ୍ୱର ଜଗନ୍ନାଥ ବିହାର ସ୍ଥିତ ଘରକୁ ଯାଇଥିଲେ। ବାବୁସାନ ଭୁବନେଶ୍ୱରରେ ପହଞ୍ଚିବା ପରେ ବାବୁସାନଙ୍କ ମା’ ଅପରାଜିତା ମହାନ୍ତିଙ୍କ ଜଣେ ସମ୍ପର୍କୀୟ ଭାଇ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ‘ବାବୁ ରାତି ଅନିଦ୍ରା ହୋଇଛି। ଏବେ ସେ ଶୋଇଛି। ମୋ ମାଧ୍ୟମରେ ଆପଣମାନଙ୍କୁ ଧନ୍ୟବାଦ ଜଣାଇଛି। ଖୁବ୍‌ଶୀଘ୍ର ବାବୁ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିବ।’

Advertisment

ବାବୁସାନ-ତୃପ୍ତି-ପ୍ରକୃତି ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଛି। ସେପଟେ ବାବୁସାନଙ୍କୁ ଥାନାରେ ହାଜର ହେବାକୁ ମଧ୍ୟ ନୋଟିସ୍ ହୋଇଛି। ତେଣୁ ସେ ଖୁବଶୀଘ୍ର ଥାନାରେ ହାଜର ହୋଇପାରନ୍ତି।  

Advertisment
Prakruti Mishra Babushan Mohanty Prakruti Mishra Babushaan Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ