Advertisment

‘ପ୍ରକୃତି ମୋର ଜଣେ ଭଲ ସାଙ୍ଗ, ତା’ସହ କଥା ହେଲେ ଅସୁବିଧା କ’ଣ ?’

‘ମୋ ପତ୍ନୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକ ନୁହଁନ୍ତି। ଆମ କାମ କ’ଣ, ଆମ କାମକୁ ସେସବୁ ସେ କିଛି ବୁଝିପାରିବେ ନାହିଁ। ପ୍ରକୃତି ମୋର ଜଣେ ଭଲ ସାଙ୍ଗ’ ବୋଲି ବାବୁସାନ କହିଛନ୍ତି। ଭାଇରାଲ୍‌ ଭିଡିଓକୁ ନେଇ ଅଭିନେତା ବାବୁସାନ ଏଭଳି ପ୍ରତିକ୍ରିୟା ରଖିଛନ୍ତି।

ଅଦ୍ୟତନ ହୋଇଛି
Babushaan, Prakruti Mishra Viral Video Case

Babushaan, Prakruti Mishra Viral Video Case

Advertisment

ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଉଭୟ ଏକ କାର୍‌ରେ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ସେମାନଙ୍କୁ ଅଟକାଇ ଥିଲେ। 

Advertisment

ଏହାପରେ ରାଜରାସ୍ତା ଉପରେ ବାବୁସାନଙ୍କ ସହ ପତ୍ନୀ ତୃପ୍ତି ବାବୁସାନଙ୍କ ସହ ଝଗଡ଼ା କରିବା ସହ ତାଙ୍କ ସାର୍ଟ ଝିଙ୍କି ତାଙ୍କୁ ଟଣାଓଟରା କରୁଥିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏହାସହ ବାବୁସାନଙ୍କ ପତ୍ନୀ, ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଟଣାଓଟରା କରୁଥିବା ନଜର ଆସିଛି। 

ଅନ୍ୟପକ୍ଷେ, ଭାଇରାଲ ଭିଡିଓକୁ ନେଇ OTVକୁ ବାବୁସାନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘ଏୟାରପୋର୍ଟ ଯାଉଥିଲୁ। ରାସ୍ତାରେ ମୋ ପତ୍ନୀ ହଠାତ୍ ଆସିଲେ, ଆଟାକ୍ କଲେ। ଶ୍ୱଶୁର ବି ଆସି ହାରାସ୍ କଲେ। ଏହା ଆଦୌ ଠିକ୍‌ କଥା ନୁହେଁ। ମୋ ପତ୍ନୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକ ନୁହଁନ୍ତି। ଆମ କାମ କ’ଣ, ଆମ କାମକୁ ସେସବୁ ସେ କିଛି ବୁଝିପାରିବେ ନାହିଁ। ପ୍ରକୃତି ମୋର ଜଣେ ଭଲ ସାଙ୍ଗ। ତେଣୁ ତା’ସହ କଥାବାର୍ତ୍ତା ହେଲେ କ’ଣ ଅସୁବିଧା ? ଇଣ୍ଡଷ୍ଟ୍ରିରେ ବହୁତ ହିରୋଇନଙ୍କ ସହ କାମ କରିବାକୁ ପଡ଼େ। ମୁଁ ବିଭିନ୍ନ ହିରୋଇନଙ୍କ ସହ କାମ କରେ, କାମ କରିବାକୁ ବାଧ୍ୟ। ସେ ବୁଝିବା ଦରକାର ମୁଁ କେଉଁ କାମ କରେ, ମୋ ପେଶା କ’ଣ।

Advertisment

‘ଘଟଣାକୁ ନେଇ ପତ୍ନୀଙ୍କ ଉପରେ ମୋର କୌଣସି ଅଭିଯୋଗ ନାହିଁ। ଏପରିକି ମୁଁ ତାଙ୍କ ଉପରେ ରାଗୁ ନାହିଁ କି ତାଙ୍କୁ କିଛି କହୁ ନାହିଁ। କାରଣ ମୁଁ ବୁଝି ପାରୁଛି ଯେ, ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛି, ଯାହା ସେ ବୁଝି ପାରୁ ନାହାନ୍ତି। ଲୋକ ତ ବହୁତ କଥା କହିବେ, ମୁଁ ଠିକ୍‌ ଅଛି’ ବୋଲି ବାବୁସାନ୍‌ କହିଛନ୍ତି।

Advertisment

ବାବୁସାନ ଆହୁରି କହିଛନ୍ତି, ‘ଆମ ସମ୍ପର୍କ(ପ୍ରକୃତି ଓ ମୁଁ)କୁ ନେଇ ଲୋକ ଯାହା ଗପିବା କଥା ଗପିବେ, ହେଲେ ଏନେଇ ମୋର କିଛି କହିବାର ନାହିଁ। କାରଣ ମୁଁ ଜାଣିଛି ମୁଁ ଠିକ୍‌ ଅଛି। ମୁଁ ମୋ ପତ୍ନୀଙ୍କ ବିରୋଧରେ ଆଇନର ଆଶ୍ରୟ ନେବି ନାହିଁ।’

Babushan Mohanty Babushan Mohanty Prakruti Mishra Viral Video Prakruti Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ