Advertisment

ଦିନେ ମା’ ପାଇଁ ଗୀତ ଗାଇ ସମସ୍ତଙ୍କ ମନ କିଣିଥିଲେ ବାବୁସାନ

ପ୍ରକୃତି-ତୃପ୍ତି-ବାବୁସାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦେଖିବାକୁ ମିଳିଛି ମା’ ଅପରାଜିତାଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା। ଦିନେ ସେ ତାଙ୍କ ମା’ଙ୍କ ପାଇଁ ଏକ ଗୀତ ଗାଇ ସମସ୍ତଙ୍କୁ ଭାବ ପ୍ରବଣ କରିଦେଇଥିଲେ। ଶୁଣନ୍ତୁ ଏହି ଗୀତଟି…

ଅଦ୍ୟତନ ହୋଇଛି
Babusan won heart of all by singing song for mother

Babusan won heart of all by singing song for mother

Advertisment

ପ୍ରକୃତି-ତୃପ୍ତି-ବାବୁସାନଙ୍କୁ ନେଇ ବିବାଦ ଘନେଇବାରେ ଲାଗିଛି । ଏପଟେ ବାବୁସାନଙ୍କୁ ଥାନାରେ ହାଜର ହେବାକୁ ମଧ୍ୟ ନୋଟିସ୍ ହୋଇଛି। ଏହି ବିବାଦକୁ ନେଇ ବାବୁସାନ୍ ୩ ଦିନ ହେବ ଚେନ୍ନାଇରେ ଥିଲେ।

Advertisment

ବୁଧବାର ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ସେ ଅଧିକ କିଛି ନକହି ପ୍ରଥମେ ବାପା ମାଆଙ୍କ ପାଖକୁ ଯିବେ ବୋଲି କହିଥିଲେ । ଏଥିରୁ ଜଣାଯାଉଛି ସେ ତାଙ୍କ ବାପା-ମାଆଙ୍କୁ କେତେ ଭଳ ପାଆନ୍ତି। ସେ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ଏକ କାର୍‌ ଯୋଗେ ଭୁବନେଶ୍ୱରର ଜଗନ୍ନାଥବିହାର ସ୍ଥିତ ଘରକୁ ଯାଇଥିଲେ।

ଅନ୍ୟପଟେ ପ୍ରକୃତି-ତୃପ୍ତି-ବାବୁସାନଙ୍କୁ ନେଇ କିଛି ନୂଆ ତଥ୍ୟ ପାଇବା ପାଇଁ ମିଡିଆ ତାଙ୍କୁ ଘେରିଥିଲା। ଏହାକୁ ନେଇ ମା’ ଅପରାଜିତା ଗଣମାଧ୍ୟମଙ୍କୁ ଅନୁରୋଧ କରି କହିଥିଲେ, “ବାବୁସାନ୍‌ ଏବେ ଥକି କି ଆସିବା ପରେ ଘରେ ଶୋଇଛି । ଦୁଇ ଦିନ ବିଶ୍ରାମ ନେବା ପରେ ସେ ନିଜର ମତ ରଖିବ। ଆଉ ତା’ପରେ ସେ ତା’ ମନକଥା ଖୋଲି କହିବ।” ହେଲେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ଘର ସାମ୍ନାରେ ଜଗି ରହିଥିବାରୁ ତାଙ୍କୁ ଭଲ ଲାଗୁ ନଥିବା ସେ କହିଛନ୍ତି । ଖରାରେ ଘର ସାମ୍ନାରେ ଛିଡ଼ା ନ ହେବାକୁ ସେ ହାତଯୋଡ଼ି ନିବେଦନ କରିଛନ୍ତି।

Advertisment

ଏଥିରୁ ସ୍ପଷ୍ଟ ହେଉଛି ଯେ ପୁଅ ଯେତେ ଭୁଲ୍ କଲେ ବି ମା’ ସବୁ ଭୁଲ୍‌କୁ କ୍ଷମା କରିଦେଇ ପାରେ। ମା-ପୁଅଙ୍କ ଏହି ପ୍ରେମ ଯୁଗ ଯୁଗର। ବାବୁସାନ ମଧ୍ୟ ତାଙ୍କ ମା’ଙ୍କୁ ବହୁତ ଭଲ ପାଆନ୍ତି। ଦିନେ ସେ ତାଙ୍କ ପାଇଁ ଏକ ଭାବ ପ୍ରବଣ ଗୀତ ଗାଇ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ। ଚଳିତ ବର୍ଷ ‘ତରଙ୍ଗ ସିନେ ଉତ୍ସବ’ରେ ଅପରାଜିତା ମହାନ୍ତିଙ୍କ ଦ୍ୱାରା ଲିଖିତ ଏକ ଗୀତକୁ ମଞ୍ଚରେ ଗାଇ ସେ ସମସ୍ତଙ୍କ ମନ କିଣି ନେଇଥିଲେ। ବାବୁସାନ ନିଜେ ଏହି ଗୀତର ସଂଗୀତ ମଧ୍ୟ ଦେଇଥିଲେ। ଗୀତଟି ଥିଲା ‘ତୁମେ ଉଚ୍ଛୁଳା ନଦୀର ଜହ୍ନ…’.।

ଏହି ଗୀତର ଏକ ଭିଡିଓ ୟୁଟ୍ୟୁବ୍‌ରେ ‘ତରଙ୍ଗ ସିନେ ପ୍ରଡକ୍ସନ’ ଚାନେଲ୍‌ରେ ପୋଷ୍ଟ୍ ହୋଇଥିବା ବେଳେ ଏହାକୁ ୧କୋଟିରୁ ଅଧିକ ଲୋକ ଦେଖି ସାରିଲେଣି। ସମସ୍ତେ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ କମେଣ୍ଟ ଦେଇ କହିଛନ୍ତି “ବହୁତ ଦିନ ପରେ ଗୋଟେ ସୁନ୍ଦର ଓଡ଼ିଆ ଗୀତ ଶୁଣିବାକୁ ମିଳିଲା...ଧନ୍ୟବାଦ ମାଡାମ୍ ଏବଂ ବାବୁସାନ୍”। ସେହିପରି ଆଉ ଜଣେ କହିଛନ୍ତି, “ଉତ୍ତମ, ଅପରାଜିତା ଓ ବାବୁସାନଙ୍କ ସହ ପୂରା ପରିବାର ଓଡିଶା ପାଇଁ ଦାନ।”

Advertisment

ଅନ୍ୟପକ୍ଷରେ ଏହି ଗୀତ ଶୁଣି ଜଣେ ଏତେ ମୁଗ୍ଧ ହୋଇଯାଇଥିଲେ ଯେ ସେ ମତ ଦେଇ ଲେଖିଥିଲେ “ଓଡ଼ିଶାରେ ଏଇ ଭଳିକା ଗୀତ ହେବା ଦରକାର।” ଅନ୍ୟଜଣେ ଗୀତକୁ ପ୍ରଶଂସା କରି “ଏମିତିକା ଗୀତ ଓଡ଼ିଆ ଫିଲ୍ମରେ ହେବା ଦରକାର.. ବହୁତ ଭଲ ଲାଗୁଚି” ବୋଲି ଲେଖିଛନ୍ତି।

Ollywood Babusan Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ