Advertisment

ଆକ୍ସନ ଅବତାରରେ ଆୟୁଷ୍ମାନ ଖୁରାନା; ଆଇଟମ୍‌ ନମ୍ବର ୱାନ୍‌ରେ ମଲାଇକା

ରିଲିଜ୍ ହେଇଛି 'ଏକ ଆକ୍ସନ୍ ହିରୋ'ର ଟ୍ରେଲର। ଏଥିରେ ଆୟୁଷ୍ମାନ ଖୁରାନାଙ୍କୁ ଏକ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ। ଟ୍ରେଲର୍‌ରେ ମଲାଇକା ଅରୋରାଙ୍କ ଏକ ଜବରଦସ୍ତ ଝଲକ ମଧ୍ୟ ଦେଖିବାକୁ ମିଳେ।

ଅଦ୍ୟତନ ହୋଇଛି
Ayushmann khurrana’s action hero trailer releases

Ayushmann khurrana’s action hero trailer releases

Advertisment

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 'ଏକ ଆକ୍ସନ୍ ହିରୋ'ର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଫିଲ୍ମରେ ଅଭିନେତାଙ୍କୁ ଏକ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ, ଯାହାକୁ ନେଇ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି। ଏନେଇ, ଅଭିନେତା କହିଛନ୍ତି ଯେ ଏହି ଫିଲ୍ମଟି ତାଙ୍କର ଅନ୍ୟ ଫିଲ୍ମ ପରି ସାମାଜିକ-କମେଡି ଧାରା ପରି ନୁହେଁ, ଏହା ଏକ ଆକ୍ସନ୍ ଧର୍ମୀ। ସେ ଆଶା କରନ୍ତି ଯେ ଦର୍ଶକମାନେ ମଧ୍ୟ ତାଙ୍କୁ ଏହି ଅବତାରରେ ପସନ୍ଦ କରିବେ।

Advertisment

ଆୟୁଷ୍ମାନ ଖୁରାନା କହିଛନ୍ତି, “ଏହା ମୋ ପାଇଁ ଏକ ନୂଆ ଧାରା। ଏହା ମୋର ମୁଖ୍ୟ ସାମାଜିକ-କମେଡି ଧାରାଠାରୁ ଭିନ୍ନ ଏବଂ ଏଥିରେ କୌଣସି ବାର୍ତ୍ତା ନାହିଁ, ଏହା କେବଳ ମନୋରଞ୍ଜନ ଧର୍ମୀ। ଏହି ଫିଲ୍ମଟି ଏକ ସାଧାରଣ ପରିସ୍ଥିତିରେ ଏକ ଅସାଧାରଣ ବ୍ୟକ୍ତିଙ୍କ ବିଷୟରେ କହିବ।”

ଆୟୁଷ୍ମାନଙ୍କ କହିବା କଥା ପ୍ରତିଶୋଧର ଅନୁଭବ ଏକ ସାଧାରଣ କଥା କିନ୍ତୁ ଯଦି ଜଣେ ସୁପରଷ୍ଟାର ସେହି ସାଧାରଣ ପରିସ୍ଥିତିରେ ରୁହେ, ତେବେ ସେ ଏହାକୁ କିପରି ମୁକାବିଲା କରିବ, ତାହା ହେଉଛି ଏହାର କାହାଣୀ।

Advertisment

ଏହା ସହିତ ଅକ୍ଷୟ କୁମାରଙ୍କ କ୍ୟାମିୟୋକୁ ନେଇ ଆୟୁଷ୍ମାନ କହିଛନ୍ତି, “ଏହି ଫିଲ୍ମରେ ଏମିତି କିଛି ପଏଣ୍ଟ ଅଛି ଯାହାକୁ ମୁଁ ବର୍ତ୍ତମାନ କହିବାକୁ ଚାହୁଁ ନାହିଁ, କିନ୍ତୁ ତାହା ଖୁବ ମଜ୍ଜାଦାର ହେବ।”

ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ମାନବଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ଜଣେ ଆକ୍ସନ୍ ହିରୋ ଏବଂ ଭୁରା ସୋଲଙ୍କି (ଜୟଦୀପ ଅହଲୱାଟ) ରୂପରେ ତାଙ୍କ ଭାଇଙ୍କ ରହସ୍ୟମୟ ମୃତ୍ୟୁର ପ୍ରତିଶୋଧ ନେବାକୁ ଚେଷ୍ଟା କରୁଛନ୍ତି। 'ପତାଲ ଲୋକ' ଫେମ୍ ଅଭିନେତା ଜୟଦୀପ ଅହଲାୱାନଙ୍କ କହିବା କଥା, “ମତେ ଏକ ଆକ୍ସନ୍ ହିରୋଙ୍କ କାହାଣୀ ପସନ୍ଦ ଆସିଲା। ଆପଣ ଏହା କହି ପାରିବେ ନାହିଁ, କିଏ ହିରୋ ଆଉ କିଏ ଭିଲେନ୍। ସମସ୍ତଙ୍କର ପାଖରେ ଅଭିନୟ କରିବାର ନିଜସ୍ୱ କାରଣ ଅଛି।”

Advertisment

ଏହି ଫିଲ୍ମର ନିର୍ଦ୍ଦେଶନା ଅନିରୁଦ୍ଧ ଆୟର୍ ଦେଇଛନ୍ତି, ଯିଏ ପୂର୍ବରୁ ଆନନ୍ଦ ଏଲ୍ ରାୟଙ୍କ 'ତନୁ ୱେଡ୍ସ ମନୁ ରିଟର୍ନସ୍' ଏବଂ 'ଜିରୋ'ରେ ସହକାରୀ ନିର୍ଦ୍ଦେଶକ ଭାବରେ କାମ କରିଥିଲେ। ଏହାର ସ୍କ୍ରିନ୍ ପ୍ଲେ ନୀରଜ ଯାଦବ ଲେଖିଛନ୍ତି। ରିଲିଜ୍ ହୋଇଥିବା ଟ୍ରେଲର୍‌ରେ ମଲାଇକା ଅରୋରାଙ୍କ ଏକ ଦମଦାର ଝଲକ ଦେଖିବାକୁ ମିଳେ। ଏଥିରେ ସେ ଏକ ଡ୍ୟାନ୍ସ ନମ୍ବର କରିଥିବା ଜଣାଯାଏ।

ଆୟର କହିଛନ୍ତି ଯେ ଏହା ଏକ ଆକ୍ସନ୍ ଫିଲ୍ମ ଠାରୁ ଅଧିକ, ଏଥିରେ ଆକ୍ସନ୍, ଥ୍ରୀଲର, ହାସ୍ୟରସ ରହିଛି। ନିଜ ‘କଲର୍ ୟେଲୋ ପ୍ରଡକ୍ସନ୍’ ମାଧ୍ୟମରେ ଏହି ଫିଲ୍ମ ନିର୍ମାଣ କରୁଥିବା ରାୟ କହିଛନ୍ତି ଯେ ଏହି ଫିଲ୍ମରେ ଦୁଇଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିବ।

ତାଙ୍କ କହିବା କଥା ଯେତେବେଳେ ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଗଲା, ଆମେ ଅନୁଭବ କଲୁ ଯେ ଏହା କେବଳ ଏକ ଆକ୍ସନ୍ ଫିଲ୍ମ ନୁହେଁ, ତେଣୁ ଆମେ ଭାବିଲୁ ପ୍ରଥମେ ଆୟୁଷ୍ମାନଙ୍କୁ ପଚାରିବା ଉଚିତ କାରଣ ସେ ବିଭିନ୍ନ ପ୍ରକାରର ବିଷୟବସ୍ତୁକୁ ପସନ୍ଦ କରନ୍ତି। ଦ୍ୱିତୀୟ ଚରିତ୍ର ପାଇଁ, ଆମେ ଜୟଦୀପଙ୍କୁ ସେପର୍ଯ୍ୟନ୍ତ ଫଲୋ କଲୁ ଯେପର୍ଯ୍ୟନ୍ତ ସେ ଆମକୁ ତାରିଖ ଦେଇନଥିଲେ। ଏହି ଫିଲ୍ମଟି ଡିସେମ୍ବର ୨ରେ ପ୍ରେକ୍ଷାଳୟକୁ ଆସିବ।

Ayushmann Khurrana Bollywood Malaika Arora
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ