Advertisment

ଅଧ ରାତିରେ ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିଲେ ସଲମାନ

ସଲମାନ ଖାନ୍ ବର୍ତ୍ତମାନ ‘ବିଙ୍ଗ୍ ହ୍ୟୁମାନ’ ସଂସ୍ଥା ଗଠନ କରି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କର ଏଭଳି ମନୋଭାବ ଆଜିକାଲିର ନୁହେଁ। ସୁଟିଂ ସରିବା ପରେ ସମସ୍ତେ ଯେତେବେଳେ ଘରକୁ ଫେରିଯାଉଥିଲେ ସେତେବେଳେ ସଲମାନ ରାତି ଅଧରେ ରାସ୍ତାକଡ ଭିକାରୀଙ୍କୁ ଖାଦ୍ୟ ବାଣ୍ଟୁଥିଲେ।

Ayesha Jhulka revealed salman khan donate food to beggars at midnight

Ayesha Jhulka revealed salman khan donate food to beggars at midnight

Advertisment

ସାଧାରଣ ଲୋକଙ୍କୁ ସେବା କରିବା ନେଇ ସଲମାନ ଖାନଙ୍କ ବିଷୟରେ ଅନେକ କଥା ଶୁଣିବାକୁ ମିଳେ। ଏନେଇ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ କରାଯାଏ। ଏବେ ଅଭିନେତ୍ରୀ ଆୟେଶା ଜୁଲ୍କା ମଧ୍ୟ ସଲମାନ ଖାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ସଲମାନ ଖାନ ଜଣେ ହୃଦୟବାନ ଏବଂ ଚମତ୍କାର ବ୍ୟକ୍ତି। ସେ ତାଙ୍କ ପୁରୁଣା ଦିନକୁ ମନେ ପକାଇଛନ୍ତି ଯେତେବେଳେ ସେ ତାଙ୍କ ସହ ଫିଲ୍ମରେ କାମ କରୁଥିଲେ। ୧୯୯୧ର ଚଳଚ୍ଚିତ୍ର ‘କୁର୍ବାନ’ରେ ସଲମାନ ଖାନ ତାଙ୍କର ହିରୋ ଥିଲେ।

Advertisment

ଆୟେଶା କହିଛନ୍ତି ଯେ ସଲମାନଙ୍କ ସହ କାମ କରିବାରେ ତାଙ୍କର ଏକ ଅଦ୍ଭୁତ ଅନୁଭୂତି ରହିଛି ଏବଂ ସେ ତାଙ୍କୁ ଜଣେ ମହାନ ବ୍ୟକ୍ତି ଭାବେ ପାଇଥିଲେ। ଆୟେଶା ମନେ ପକେଇ କହିଛନ୍ତି ଯେ ସଲମାନ ଖାନ, ଯିଏ ୨୦୦୭ରେ ବର୍ତ୍ତମାନର ଲୋକପ୍ରିୟ ଚାରିଟେବୁଲ ଫାଉଣ୍ଡେସନ ‘ବିଙ୍ଗ୍ ହ୍ୟୁମାନ’ ପ୍ରତିଷ୍ଠା କରିଥିଲେ, କିନ୍ତୁ ଏହା ପୂର୍ବରୁ ମଧ୍ୟ ସେ ଲୋକଙ୍କୁ ସାହାଯ୍ୟ କରୁଥିଲେ ଏବଂ ସେବା କାର୍ଯ୍ୟରେ ଜଡିତ ଥିଲେ।

ସେଟ୍‌ରେ ବଳିପଡୁଥିବା ଖାଦ୍ୟକୁ ସଲମାନ ଖାନ ପ୍ୟାକ୍ କରି ମଧ୍ୟରାତ୍ରିରେ ବାହାରକୁ ଯାଇ ଅଭାବୀ ଲୋକଙ୍କୁ ଦେଇଥାଆନ୍ତି ବୋଲି ଆୟେଶା କହିଛନ୍ତି। ଆୟେଶା କହିଛନ୍ତି, "ଏହା ପ୍ରକୃତରେ ଏକ ଭଲ କାମ। ମୁଁ ସଲମାନଙ୍କୁ ବହୁତ ଭଲ ପାଏ କାରଣ ସେ ଜଣେ ମହାନ ବ୍ୟକ୍ତି। ମୋର ମନେ ଅଛି ଯେବେବି ଆମେ ସୁଟିଂ ଶେଷ କରୁ ଏବଂ ଆମେ ଘରକୁ ଯାଉ, ସେ ଖାଦ୍ୟଗୁଡିକୁ ପ୍ୟାକ୍ କରିବା ମୁଁ ଦେଖେ।

Advertisment

ଆୟେଶା ଆହୁରି କହିଛନ୍ତି ଯେ "ଯେତେ ବିଳମ୍ବ ହେଉ ପଛେ ସେ ରାତିରେ ଭିକାରୀମାନଙ୍କୁ ଖୋଜୁଥିଲେ। ରାତି ଅଧରେ ରାସ୍ତାରେ ଶୋଇଥିବା ଭିକାରୀମାନଙ୍କୁ ଉଠେଇ ସେମାନଙ୍କୁ ଖାଦ୍ୟ ଦେଉଥିଲେ। ଯେଉଁମାନେ ପ୍ରକୃତରେ ଏହାକୁ ଆବଶ୍ୟକ କରୁଥିଲେ। ତାଙ୍କ କାରରୁ ସେ ବାହାରକୁ ଯାଇ ଖାଦ୍ୟ ବାଣ୍ଟୁଥିଲେ। ଏହା ଦେଖି ମୁଁ ଭାବୁଥିଲି ସେ ଜଣେ ସୁନ୍ଦର ବ୍ୟକ୍ତି।”

‘କୁର୍ବାନ’ ପରେ ଆୟେଶା ‘ଖିଲାଡି’ ଏବଂ ‘ଜୋ ଜୀତା ୱୋହି ସିକନ୍ଦର’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ନିକଟରେ ସେ ପ୍ରାଇମ୍ ଭିଡିଓ ସିରିଜ୍ ‘ହଶ୍ ହଶ୍’ ସହିତ ଫେରିଛନ୍ତି। ସେ ଅଲି ଖାନ, ଜୁହି ଚାୱଲା, କୃତିକା କାମ୍‌ରା, ଶାହାନା ଗୋସ୍ୱାମୀ ଏବଂ କରିସ୍ମା ତନ୍ନାଙ୍କ ସହ ଶୋ’ରେ ଅଭିନୟ କରିଥିଲେ।

Advertisment
Salman Khan Bollywood Ayesha Jhulka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ