Advertisment

୧୬ ବର୍ଷରେ ଘର ଛାଡିଦେଇଥିଲେ କଙ୍ଗନା; ଜାଣନ୍ତୁ କାହିଁକି…

ବଡିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ପଙ୍ଗା ଗାର୍ଲ ଭାବେ ଜଣାଶୁଣା କଙ୍ଗନା ରାଣାୱତ କୌଣସି ଯୋଦ୍ଧା ଠାରୁ ବି କମ ନୁହନ୍ତି। ଗ୍ଲାମର ଦୁନିଆରେ ପାଦ ଦେବା ପୂର୍ବରୁ ତାଙ୍କୁ ବହୁତ ସଂଘର୍ଷର ସାମ୍ନା କରିବାକୁ ହୋଇଛି। ଏହା କହିବା ଭୁଲ୍ ହେବ ନାହିଁ ଯେ ତାଙ୍କ ବାସ୍ତବ ଜୀବନ କୌଣସି ଏକ ଫିଲ୍ମ ଠାରୁ ବି କମ ନୁହେଁ। ଏବେ ବି ତାଙ୍କ ଜୀବନ ଅନେକ ବାଦ ବିବାଦ ଭିତରେ ଗତି କରୁଥିବା ଦେଖାଯାଏ। କିନ୍ତୁ ଆପଣ ଯେତେବେଳେ ଜାଣିବେ ଯେ ଏହି ବିବାଦୀୟ ଅଭିନେତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଆପଣ ନିଶ୍ଚିତ ଚକିତ ହୋଇଯିବେ।

At 16 Kangana Ranaut flew away from home

At 16 Kangana Ranaut flew away from home

Advertisment

ନୂଆଦିଲ୍ଲୀ : ବଡିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ପଙ୍ଗା ଗାର୍ଲ ଭାବେ ଜଣାଶୁଣା କଙ୍ଗନା ରାଣାୱତ କୌଣସି ଯୋଦ୍ଧା ଠାରୁ ବି କମ ନୁହନ୍ତି। ଗ୍ଲାମର ଦୁନିଆରେ ପାଦ ଦେବା ପୂର୍ବରୁ ତାଙ୍କୁ ବହୁତ ସଂଘର୍ଷର ସାମ୍ନା କରିବାକୁ ହୋଇଛି। ଏହା କହିବା ଭୁଲ୍ ହେବ ନାହିଁ ଯେ ତାଙ୍କ ବାସ୍ତବ ଜୀବନ କୌଣସି ଏକ ଫିଲ୍ମ ଠାରୁ ବି କମ ନୁହେଁ। ଏବେ ବି ତାଙ୍କ ଜୀବନ ଅନେକ ବାଦ ବିବାଦ ଭିତରେ ଗତି କରୁଥିବା ଦେଖାଯାଏ। କିନ୍ତୁ ଆପଣ ଯେତେବେଳେ ଜାଣିବେ ଯେ ଏହି ବିବାଦୀୟ ଅଭିନେତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଆପଣ ନିଶ୍ଚିତ ଚକିତ ହୋଇଯିବେ।

Advertisment
At 16 Kangana Ranaut flew away from home୧୬ ବର୍ଷରେ ଘର ଛାଡିଦେଇଥିଲେ କଙ୍ଗନା

ନିଜ ଚତୁର କଥାରେ କାହାର ବି ପାଟିକୁ ବନ୍ଦ କରିଦେବାର ଗୁଣ କଙ୍ଗନାଙ୍କ ପାଖରେ ରହିଛି। କିନ୍ତୁ ଆପଣ ଜାଣନ୍ତି କି କଙ୍ଗନା ଆଜି ଯେଉଁ ଜାଗାରେ ପହଞ୍ଚିଛନ୍ତି ସେଠାକୁ ଆସିବା ନେଇ ତାଙ୍କୁ ପାଠ ପଢା ସହ ବୁଝାମଣା କରିବାକୁ ପଡିଥିଲା।

କଙ୍ଗନା ରାଣାୱତଙ୍କ ଜନ୍ମ ୧୯୮୬ ମସିହା ମାର୍ଚ୍ଚ ୨୩ ତାରିଖରେ ହିମାଚଳ ପ୍ରଦେଶର ଭାଂଭଲାରେ ଏକ ରାଜପୁତ ପରିବାରରେ ହୋଇଥିଲା। ସେ ତାଙ୍କ ପ୍ରାଥମିକ ଶିକ୍ଷା ଚଣ୍ଡିଗଡର ଡିଏଭି ସ୍କୁଲରୁ ଆରମ୍ଭ କରିଥିଲେ। ୧୬ ବର୍ଷ ବୟସରେ ଦ୍ୱାଦଶ ଶିକ୍ଷା ପରେ ସେ ଘର ଛାଡି ପଳେଇଥିଲେ। ତାଙ୍କର ଇଛା ଥିଲା ସେ ଜନେ ମଡେଲ୍ ହେବେ ବୋଲି। ଏନେଇ ସେ ଚଣ୍ଡିଗଡରୁ ଦିଲ୍ଲୀ ପଳେଇ ଆସିଥିଲେ।

Advertisment

କଙ୍ଗନା ରାଣାୱତଙ୍କ ମା ପେଶାରେ ଜଣେ ଶିକ୍ଷୟିତ୍ରୀ। ତେଣୁ ତାଙ୍କ ଘରର ପରିବେଶ ପଢା-ଲେଖାର ଥିଲା। ତାଙ୍କ ମା’ କଙ୍ଗନାଙ୍କୁ ଜଣେ ଡାକ୍ତର ଭାବେ ଦେଖିବାକୁ ଚାହୁଁଥିଲେ। କିନ୍ତୁ କଙ୍ଗନା ଗ୍ଲାମର ଦୁନିଆ ଛଡା ଆଉ କୌଣସି କ୍ଷେତ୍ରକୁ ଯିବା ନେଇ ପ୍ରସ୍ତୁତ ନ ଥିଲେ। ଏପରି କି ତାଙ୍କ ମା’ ମଧ୍ୟ ତାଙ୍କ ବାହାଘର କରିଦେବା ନେଇ ପ୍ରସ୍ତୁତ ହୋଇଯାଇଥିଲେ। ବିବାହର ଭୟରେ କଙ୍ଗନା ଘର ଛାଡି ଦିଲ୍ଲୀର ଏକ ମେଡେଲିଂ ଏଜେନ୍ସୀରେ ଯୋଗ ଦେଇଥିଲେ।

Advertisment

କଙ୍ଗନା ଜଣେ ହିନ୍ଦୀ ଭାଷାର ଯୁବତୀ ଥିଲେ, ତାଙ୍କୁ ଭଲ ଭାବେ ଇଂରାଜୀ ଜଣା ନଥିଲା। ଏହି କାରଣରୁ ଅନେକ ସମୟରେ ତାଙ୍କର ମଜ୍ଜା ଉଡାଯାଉଥିଲା। କିନ୍ତୁ ବର୍ତ୍ତମାନ କଙ୍ଗନା ଫଟାଫଟ୍‌ ଇଂରାଜୀ କହିପାରୁଛନ୍ତି।

Kangana Ranaut Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ