Advertisment

କେବେ, କେଉଁଠି ଓ କିଏ କରିଥିଲେ ରଣବୀରଙ୍କ ନ୍ୟୁଡ୍ ଫଟୋସୁଟ୍

ରଣବୀର ସିଂହଙ୍କ ନ୍ୟୁଡ୍ ଫଟୋସୁଟ୍‌କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି। ଏନେଇ ରଣବୀର ମଧ୍ୟ ଟ୍ରୋଲ୍ ହେଉଛନ୍ତି। ଅନେକଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଏହି ବିବାଦୀୟ ଫଟୋ କେଉଁଠାରେ, କିଏ, କେବେ ସୁଟ୍ କରିଥିଲେ। ଆସନ୍ତୁ ଜାଣିବା…

Ashish shah did nude photoshoot of Ranveer Singh

Ashish shah did nude photoshoot of Ranveer Singh

Advertisment

ରଣବୀର ସିଂହଙ୍କ ନ୍ୟୁଡ୍ ଫଟୋସୁଟ୍‌କୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା। ଚାରିଆଡେ ବଲିଉଡର 'ବାବା'ଙ୍କ ଏହି ଫଟୋସୁଟ୍‌କୁ ନେଇ ଚାଲିଛି ଆଲୋଚନା। ବିନା ପୋଷାକରେ ଫଟୋ କ୍ଲିକ୍ କରିବା ପରେ ଏମିତି ବିବାଦ ଖେଳିଯିବ, ବୋଧହୁଏ ରଣବୀର ସିଂହ ନିଜେ ମଧ୍ୟ ଭାବି ନଥିବେ। ପେପର ମାଗାଜିନ ପାଇଁ ସେ ଏହି ଫଟୋସୁଟ୍‌ କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଏହି ବିବାଦୀୟ ଫଟୋଗୁଡ଼ିକ କେଉଁଠାରେ ସୁଟ୍ କରାଯାଇଥିଲା, କିଏ ଏହାକୁ ସୁଟ୍ କରିଥିଲେ, ଏହା କେବେ ହୋଇଥିଲା ଏବଂ କେତେ ଦିନ ଲାଗିଥିଲା।

Advertisment

ଏହି ଫଟୋସୁଟ୍‌ ପାଇଁ ରଣବୀର ସିଂ ବିଦେଶ ଯାଇଥିଲେ କି? କେଉଁ ଫଟୋଗ୍ରାଫର ତାଙ୍କର ଏହି ନ୍ୟୁଡ୍ ଫଟୋଗୁଡିକ କ୍ଲିକ୍ କଲେ? ଯଦି ଆପଣଙ୍କ ମନରେ ଏହି ସବୁ ପ୍ରଶ୍ନ ଆସୁଛି ତେବେ ଜାଣନ୍ତୁ ଏହାର ଉତ୍ତର।

ରଣବୀର ସିଂହଙ୍କୁ ବିନା କପଡାରେ ନିଜ କ୍ୟାମେରାରେ କଏଦ କରିଥିବା ଫଟୋଗ୍ରାଫରଙ୍କ ବିଷୟରେ ଜାଣିବା ପାଇଁ ଆପଣ ନିଶ୍ଚିତ ବ୍ୟାକୁଳ ହୋଇଯିବେଣି। ସେ ହେଉଛନ୍ତି ଆଶିଷ ଶାହା ଯିଏ ରଣବୀରଙ୍କ ଏହି ନ୍ୟୁଡ୍ ଫଟୋକୁ କ୍ଲିକ୍ କରିଛନ୍ତି।

Advertisment

ଏକ ସାକ୍ଷାତକାରରେ ଆଶିଷ ଶାହା ଏହି ଫଟୋସୁଟ୍‌ର ପୂରା କାହାଣୀ କହିଛନ୍ତି। ସେ କହିଛନ୍ତି ଯେ ରଣବୀରଙ୍କ ଏହି ଫଟୋସୁଟ୍ କରିବାକୁ ତାଙ୍କୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା।

ଯେତେବେଳେ ତାଙ୍କୁ ପଚରାଯାଇଥିଲା, ରଣବୀରଙ୍କ ଯେଉଁସବୁ ଫଟୋକୁ ନେଇ ଆଜି ଏତେ ଚର୍ଚ୍ଚା ସେସବୁ ଫଟୋ ସୁଟ୍ କରିବାର ଆଇଡିଆ କାହାର ଥିଲା? ଏହାର ଜବାବରେ ସେ କହିଛନ୍ତି “ଏହା ମୋର ଏବଂ ରଣବୀର ସିଂହଙ୍କ ନିଷ୍ପତ୍ତି ଥିଲା। ଏହା ଏକ ଡିମାଣ୍ଡିଂ ସୁଟ୍ ଥିଲା। କାରଣ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଶରୀରର ଭଙ୍ଗୀ ଦେବାକୁ ପଡୁଥିଲା ଏବଂ ମୁଁ ତାଙ୍କୁ ଏକ ଭିନ୍ନ ଅବସ୍ଥାରେ ଦେଖାଇବାକୁ ଚାହୁଁଥିଲି।”

Advertisment

ଯେଉଁ ଶାରୀରିକ ସ୍ଥିତିର ଆବଶ୍ୟକ ଥିଲା ରଣବୀର ସେଥିରେ କିପରି ନିଜକୁ ଆଡ୍‌ଜଷ୍ଟ୍ କରୁଥିଲେ? ଏହି ପ୍ରଶ୍ନର ଉତ୍ତରରେ ଆଶିଷ ଶାହା କହିଛନ୍ତି, “ମତେ ଲାଗୁ ନାହିଁ ଯେ ତାଙ୍କ ପାଖରୁ କୌଣସି ବଡ଼ ଶାରୀରିକ ପରିବର୍ତ୍ତନ ଆବଶ୍ୟକ ପଡିଛି, କାରଣ ସେ ପ୍ରାୟ ସାଧାରଣ ପୋଜ୍‌ରେ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣଙ୍କ ମନେ ଥିବ, ପେପର ମାଗାଜିନ ପ୍ରସିଦ୍ଧ କିମ୍‌ କାର୍ଦଶିୟନଙ୍କ ଫଟୋ ଉଠାଇଥିଲା। ସେହି ଫଟୋସୁଟ୍‌ ପାଇଁ ସେ ମୋତେ ମଧ୍ୟ ସାମିଲ୍ କରିଥିଲେ। ମୁଁ ତାଙ୍କ ସହ ପୂର୍ବରୁ କାମ କରିସାରିଛି, କିନ୍ତୁ ରଣବୀରଙ୍କ ସହ ଏହା ମୋର ପ୍ରଥମ ସାକ୍ଷାତ ଥିଲା।

ଏହି ଫଟୋସୁଟ୍‌ କେଉଁଠି ହୋଇଥିଲା? ଏହାର ଉତ୍ତରରେ ଫଟୋଗ୍ରାଫର ଆଶିଷ ଶାହା କହିଛନ୍ତି ଯେ ଏହି ସୁଟ୍‌ ବିଦେଶରେ ନୁହେଁ ବରଂ ମୁମ୍ବାଇର ବାନ୍ଦ୍ରାସ୍ଥିତ ମହବୁବ ଷ୍ଟୁଡିଓରେ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ରଣବୀର ଏହି ଫଟୋସୁଟ୍‌ ପାଇଁ ଅତ୍ୟନ୍ତ ଆରାମ ଥିଲେ। ଏନେଇ ସେ କୌଣସି ଦ୍ୱିଧା କିମ୍ବା ଲଜ୍ଜା ଅନୁଭବ କରି ନଥିଲେ। ଏହି ସୁଟ୍ ପାଇଁ ସେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଥିଲେ।

ରଣବୀର ସିଂହଙ୍କ ଏହି ନ୍ୟୁଡ୍ ଫଟୋସୁଟ୍‌ ଦେଖିବା ପରେ ଲୋକମାନେ ତାଙ୍କୁ ଟ୍ରୋଲ୍‌ କରୁଛନ୍ତି ଏବଂ କହୁଛନ୍ତି ଯେ ସେ ଏଭଳି କରିବା ଉଚିତ୍ ନଥିଲା। କିନ୍ତୁ ରଣବୀର ସ୍ପଷ୍ଟ କରିଛନ୍ତି ଯେ ସେ ଲୋକଙ୍କ କଥାକୁ ନେଇ ଚିନ୍ତିତ ନୁହନ୍ତି। ତାଙ୍କୁ କ’ଣ ପିନ୍ଧିବାରେ ଅଛି ଆଉ କ’ଣ ପିନ୍ଧିବାରେ ନାହିଁ ସେ ଏହା ନିଜେ ବାଛିପାରିବେ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଲୋକଙ୍କ କାମ କେବଳ କହିବା ଏବଂ ଏହା ତାଙ୍କ ଉପରେ କୌଣସି ପ୍ରଭାବ ପକେଇ ନାହିଁ।

Bollywood Ranveer Singh Ranveer Singh New Look
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ