Advertisment

ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲା : ସାନିଟାରୀ ପ୍ୟାଡ୍‌ରେ ଯାଇଥିଲା ଡ୍ରଗ୍ସ

ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜ ଶନିବାର ରାତିରେ ଆର୍ଯ୍ୟନ ଖାନଙ୍କ ସମେତ ସେଥିରେ ଥିବା ଅନ୍ୟମାନଙ୍କ ପାଇଁ କାଳ ହୋଇଛି। ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ନାର୍‌କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବି) ଟିମ୍ ଚଢଉ କରି ପାର୍ଟିକୁ ବନ୍ଦ କରିଦେଇଥିଲା। ଏଥିରେ ଆର୍ଯ୍ୟନ ସମେତ ଧରାଯାଇଥିବା ୯ ଜଣଙ୍କୁ ଏନ୍‌ସିବି ହେପାଜତକୁ ନେଇ ପଚରାଉଚରା କରୁଛି। ତେବେ କିଏ ଏମାନେ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Aryan Khan cruise drugs case

Aryan Khan cruise drugs case

Advertisment

ନୂଆଦିଲ୍ଲୀ : ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜ ଶନିବାର ରାତିରେ ଆର୍ଯ୍ୟନ ଖାନଙ୍କ ସମେତ ସେଥିରେ ଥିବା ଅନ୍ୟମାନଙ୍କ ପାଇଁ କାଳ ହୋଇଛି। ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ନାର୍‌କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବି) ଟିମ୍ ଚଢଉ କରି ପାର୍ଟିକୁ ବନ୍ଦ କରିଦେଇଥିଲା। ଏଥିରେ ଆର୍ଯ୍ୟନ ସମେତ ଧରାଯାଇଥିବା ୯ ଜଣଙ୍କୁ ଏନ୍‌ସିବି ହେପାଜତକୁ ନେଇ ପଚରାଉଚରା କରୁଛି। ତେବେ କିଏ ଏମାନେ ଆସନ୍ତୁ ଜାଣିବା।

Advertisment
Aryan Khan cruise drugs caseଜାହାଜ ଡ୍ରସ୍ ମାମଲା : ସାନିଟାରୀ ପ୍ୟାଡ୍‌ରେ ଯାଇଥିଲା ଡ୍ରସ୍‌

ମୁନ୍‌ମୁନ୍‌ ଧମେଚା : ମଧ୍ୟପ୍ରଦେଶର ସାଗର ଜିଲ୍ଲାରୁ ଆସିଥିବା ମୁନ୍‌ମୁନ୍ ଧମେଚା ଦିଲ୍ଲୀରେ ରହୁଥିଲେ। ମୁନ୍‌ମୁନ୍‌ଙ୍କ ଭାଇ ପ୍ରିନ୍ସ ଧମେଚା ଦିଲ୍ଲୀରେ ଚାକିରି କରନ୍ତି। ମଧ୍ୟପ୍ରଦେଶରେ ଶିକ୍ଷା ସମାପ୍ତ ପରେ ମୁନ୍‌ମୁନ୍‌ ୬ ବର୍ଷ ହେବ ଦିଲ୍ଲୀରେ ତାଙ୍କ ଭାଇଙ୍କ ପାଖରେ ରହିଆସୁଛନ୍ତି। ମୁନ‍୍‌ମୁନ୍‌ଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ ଯଦି ଦେଖାଯାଏ ତେବେ ସେ ଜଣେ ମଡେଲ୍ ବୋଲି ଜଣାପଡେ। ସେ ରାପ୍ ୱାକ୍ କରୁଥିବା ତାଙ୍କର ଅନେକ ଫଟୋ ସୋସିଆଲ୍ ମିଡିଆରେ ଶେୟାର୍ ହୋଇଛି।

Aryan Khan cruise drugs caseଜାହାଜ ଡ୍ରସ୍ ମାମଲା : ମୁନ୍‌ମୁନ୍‌ ଧମେଚା

ନୂପୁର ସାରିକା : ନୂପୁର ସାରିକା ଦିଲ୍ଲୀରେ ଛୋଟ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି। ନୂପୁରଙ୍କୁ ମୋହକ ଡ୍ରଗ୍ସ ଦେଉଥିଲେ। ନୂପୁର୍ ଏହି ଡ୍ରଗ୍ସକୁ ସାନିଟାରୀ ପ୍ୟାଡ୍‌ରେ ଲୁଚେଇ ପାର୍ଟିରେ ପହଞ୍ଚୁଥିଲେ। ଏନସିବି ଟିମ୍ ତାଙ୍କ ପାଖରୁ ମଧ୍ୟ ଡ୍ରଗ୍ସ ଜବତ କରିଛି।

Advertisment
Aryan Khan cruise drugs caseଜାହାଜ ଡ୍ରସ୍ ମାମଲା : ନୂପୁର ସାରିକା (ମଝି)

ମୋହକ ଜସୱାଲ : ମୋହକ ଜସୱାଲ ଦିଲ୍ଲୀରେ ରୁହନ୍ତି। ସେ ବୃତ୍ତିରେ ଜଣେ ଆଇଟି ପ୍ରଫେସନାଲ୍। ମୋହକଙ୍କ ପାଖରେ ବିଦେଶୀ କାର୍ଯ୍ୟକଳାପର ଅଭିଜ୍ଞତା ମଧ୍ୟ ଅଛି। ମୋହକ ମୁମ୍ବାଇରୁ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ଠାରୁ ଡ୍ରଗ୍ସ ନେଇ ନୂପୁରଙ୍କୁ ଦେଇଥିଲେ ଓ ତାଙ୍କୁ ସାନିଟାଇଜ୍ ପ୍ୟାଡ୍‌ରେ ଲୁଚେଇ ପାର୍ଟିରେ ପହଞ୍ଚିବାକୁ କହିଥିଲେ। ସେଠାରେ ସେ ପହଞ୍ଚିଲା ପରେ ମୋହକଙ୍କୁ ଡ୍ରଗ୍ସ ଦେଇଥିଲେ।

Advertisment

ଇସ୍ମୀନ ସିଂହ : ଇସ୍ମୀନ ସିଂହଙ୍କ ଦିଲ୍ଲୀରେ ଏକ ହୋଟେଲ୍ ଅଛି। ତାଙ୍କର ପାର୍ଟିକୁ ଭଲ ପାଆନ୍ତି। ଏହି ପାର୍ଟିରେ ଏନସିବି ଟିମ୍ ତାଙ୍କ ଠାରୁ ୧୪ଟି ଏମ୍‌ଡିଏମ୍‌ଏ ଏକ୍ସାଟେସୀ ପାଇଲ୍ସ ପାଇଥିଲା

ବିକ୍ରାନ୍ତ ଚୋକର : ବିକ୍ରାନ୍ତ ଦିଲ୍ଲୀରେ ରହୁଥିବା ବେଳେ ସେ ଜଣେ ଡ୍ରଗ୍ସ ଆଡିକ୍ଟେଡ୍। ସେ ପ୍ରାୟ ସମୟ ମନାଲା କ୍ରିମ୍ ଓ ଗୋଆ ଯାଇ ଡ୍ରଗ୍ସ ନିଅନ୍ତି। ତେବେ ଏନସିବି ଟିମ୍ ତାଙ୍କ ଠାରୁ ୫ ଗ୍ରାମ ମେଫେଡ୍ରନ୍ ଓ ୧୦ ଗ୍ରାମ କୋକେନ୍ ଜବତ କରିଛି।

ଗୋମିତ୍ ଚୋପ୍ରା : ଗୋମିତ ଦିଲ୍ଲୀର ଜଣେ ଜଣାଶୁଣା ମେକଅପ୍ କଳାକାର। ଦିଲ୍ଲୀର ବଡ ବଡ କଳାକାର ତାଙ୍କ ଠାରୁ ମେକଅପ୍ ନେବା ପାଇଁ ଡାକନ୍ତି। ଦିଲ୍ଲୀ ପ୍ରାୟ ସବୁ ବ୍ରାଇଡାଲ୍ ପାର୍ଟିରେ ଗୋମିତଙ୍କ ମେକଅପ୍ ଦେଖିବାକୁ ମିଳେ। ଗୋମିତ୍ ଏହି ପାର୍ଟିକୁ ଲେନ୍ସ ବକ୍ସରେ ଡ୍ରଗ୍ସ ନେଇକି ଆସିଥିଲେ। ଏନସିବି ଗୋମିତଙ୍କ ପାଖରୁ ୪ ଏମ୍‌ଡିଏମ୍ ପାଇଲ୍ସ ଜବତ କରିଛି।

Aryan Khan cruise drugs caseଜାହାଜ ଡ୍ରସ୍ ମାମଲା : ସାନିଟାରୀ ପ୍ୟାଡ୍‌ରେ ଯାଇଥିଲା ଡ୍ରସ୍‌

ଅରବାଜ୍ ମଚେଣ୍ଟ : ଅରବାଜ୍ ମଚେଣ୍ଟ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସ୍କୁଲ୍ ବେଳର ସାଙ୍ଗ। ଉଭୟ ଏହା ପୂର୍ବରୁ ମଧ୍ୟ ଅନେକ ପାର୍ଟି କରିଛନ୍ତି। ଅରବାଜ୍ ଜଣେ ବଡ ସେଲିବ୍ରିଟିଙ୍କ ଝିଅ ସହିତ ଚାର୍ଟ କରୁଥିବା ଏନ୍‌ସିବି ଟିମ୍ ତାଙ୍କ ଫୋନରୁ ଜାଣିବାକୁ ପାଇଛି। ତାଙ୍କ ପାଖରୁ ୬ ଗ୍ରାମ ଚରସ୍ ମିଳିଛି।

ଶ୍ରେୟସ୍ ନାୟର : ଶ୍ରେୟସ୍ ମୁମ୍ବାଇର ଗୋରେଗାଁଓ ଅଞ୍ଚଳରେ ରୁହନ୍ତି। ଏଥିରେ ସେ ବିଭିନ୍ନ ଗ୍ରୁପ୍ ପାର୍ଟି କରୁଥିଲେ। ଏଥିରୁ ଗୋଟିଏ ଗ୍ରୁପ୍‌କୁ ସେ ଡ୍ରଗ୍ସ ସପ୍ଲାଇ କରିଥିଲେ। କିନ୍ତୁ ସେ ଏହି ପାର୍ଟିକୁ ଯାଇ ନ ଥିଲେ। ଏହି ପାର୍ଟିର ଜଣେ ଇଭେଣ୍ଟ ମ୍ୟାନେଜର ଭାବେ କାମ କରନ୍ତି।

Drugs Case Entertainment Aryan Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ