Advertisment

‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ହୃଦ୍‌ଘାତ କାରଣରୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Arvind Trivedi

Arvind Trivedi

Advertisment

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇର ଦହାନୁକରୱାଡି ଶ୍ମଶାନ ଘାଟରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଅରବିନ୍ଦ ତ୍ରିବେଦୀଙ୍କ ଦେହାନ୍ତ ନେଇ ତାଙ୍କ ପୁତୁରା କୌସ୍ତୁଭ ତ୍ରିବେଦୀ ସୂଚନା ଦେଇଛନ୍ତି।

Advertisment

ଦୀର୍ଘ ଦିନ ଧରି ଅସୁସ୍ଥ ରହୁଥିବା ଅରବିନ୍ଦଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସମୟରେ ଗୁଜବ ପ୍ରଚାର ହେଉଥିବା ବେଳେ ଏହାକୁ ତାଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଉଥିଲା। ଗତ ମେ’ ମାସରେ ଅରବିନ୍ଦ ଆଖି ବୁଜି ଦେଇଥିବା ପ୍ରଚାର ହୋଇଥିବା ବେଳେ ତାଙ୍କ ପୁତୁରା କୌସ୍ତୁଭ ଏହାକୁ ଖଣ୍ଡନ କରିଥିଲେ। ଏଥିସହ ମିଥ୍ୟା ଖବର ପ୍ରଚାର ନ କରିବାକୁ ଅନୁରୋଧ କରିଥିଲେ। ତେବେ ହୃଦ୍‌ଘାତ କାରଣରୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। 

Advertisment

‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ଉଚ୍ଚକୋଟୀର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିପାରିଥିଲେ। ସେ ଟିଭି ଧାରାବାହିକ ‘ବିକ୍ରମ ବେତାଳ’ରେ ମଧ୍ୟ ନଜର ଆସିଥିଲେ। ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଅରବିନ୍ଦ ତ୍ରିବେଦୀ ଜନ୍ମଗ୍ରହଣ କରିଥିଲେ। ଗୁଜୁରାଟର ରଙ୍ଗମଞ୍ଚରୁ ସେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।  ଅରବିନ୍ଦଙ୍କ ଭାଇ ଉପେନ୍ଦ୍ର ତ୍ରିବେଦୀ ଗୁଜରାଟୀ ସିନେ ଇଣ୍ଡଷ୍ଟ୍ରିରେ ଜଣେ ଚର୍ଚ୍ଚିତ ଚେହେରା। ସେ ଅନେକ ଗୁଜରାଟୀ ଫିଲ୍ମରେ ଅଭିନୟ କରିଛନ୍ତି। ଗୁଜରାଟୀ ଭାଷାରେ ଧାର୍ମିକ ଓ ସାମାଜିକ ଫିଲ୍ମରେ ଅଭିନୟ କରି ଅରବିନ୍ଦ ଗୁଜରାଟୀ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ। ଦୀର୍ଘ ୪୦ ବର୍ଷ ଧରି ସେ ଗୁଜରାଟୀ ସିନେ ଇଣ୍ଡଷ୍ଟ୍ରିରେ କାମ କରିଥିଲେ।

Advertisment

ଉଚ୍ଚକୋଟୀର ଅଭିନୟ ପାଇଁ ଅରବିନ୍ଦ ତ୍ରିବେଦୀ ବହୁବାର ପୁରସ୍କୃତ ମଧ୍ୟ ହୋଇଥିଲେ। ସେ ପ୍ରାୟ ୩୦୦ ହିନ୍ଦୀ ଓ ଗୁଜରାଟୀ ଫିଲ୍ମୀରେ ଅଭିନୟ କରିଥିଲେ।  ୨୦୦୨ରେ ସେ ସେଣ୍ଟ୍ରାଲ ବୋର୍ଡ ଫର ଫିଲ୍ମ ସାର୍ଟିଫିକେଶନର ଆକ୍ଟିଂ ଚେୟାରମ୍ୟାନ ହୋଇଥିଲେ। ୧୯୯୧ରେ ସେ ଭାରତୀୟ ଜନତା ପାର୍ଟିର ଟିକେଟ୍‌ରେ ସାଂସଦ ମଧ୍ୟ ହୋଇଥିଲେ। କରୋନା ଲକ୍‌ଡାଉନ୍‌ ସମୟରେ ‘ରାମାୟଣ’ ପ୍ରସାରଣ କରାଯାଇଥିଲା, ଯାହାକି ପୁଣିଥରେ ଚର୍ଚ୍ଚାକୁ ଆସିଥିଲା। 

Ramayan Ramayan Actor Arvind Trivedi Arvind Trivedi Dead Arvind Trivedi Ravan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ