Advertisment

ଫିଲ୍ମ 'ରାମାୟଣ'ରେ ରାମ ହେବେ ରଣବୀର; ଆଶ୍ଚର୍ଯ୍ୟ କରିବ ଅରୁଣ ଗୋଭିଲ୍‌ଙ୍କ ଭୂମିକା

ନୀତେଶ ତିୱାରୀଙ୍କ ଫିଲ୍ମ 'ରାମାୟଣ' ଦୀର୍ଘ ଦିନ ଧରି କାଷ୍ଟିଂକୁ ନେଇ ଚର୍ଚ୍ଚା ସୃଷ୍ଟି କରିଆସୁଛି। ଫିଲ୍ମରେ ପ୍ରଭୁ ରାମ, ମାତା ସୀତା, ହନୁମାନ ଓ ରାବଣ ଭୂମିକାରେ ଅଭିନେତା ଚୟନ ସରିଥିବା ବେଳେ ବର୍ତ୍ତମାନ ଅଯୋଧ୍ୟା ନରେଶ ଦଶରଥ ଭୂମିକାରେ ଯାହାଙ୍କ ନାଁ ଚୟନ ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ।

ଅଦ୍ୟତନ ହୋଇଛି
Arun govil to play dashrath in nitesh tiwari Ramayana

Arun govil to play dashrath in nitesh tiwari Ramayana

Advertisment

ଅଭିନେତା ରଣବୀର କପୁରଙ୍କ ଆଗାମୀ ଫିଲ୍ମ 'ରାମାୟଣ'କୁ ନେଇ ଏବେ ଖୁବ ଚର୍ଚ୍ଚା। ଫିଲ୍ମର ନିର୍ଦ୍ଦେଶକ ନୀତେଶ ତିୱାରୀ ବର୍ତ୍ତମାନ ଏହାର ପ୍ରସ୍ତୁତିରେ ଖୁବ ବ୍ୟସ୍ତ ଅଛନ୍ତି। ନୀତେଶ ତିୱାରୀଙ୍କ ଏହି ଫିଲ୍ମ ଦୀର୍ଘ ଦିନ ଧରି କାଷ୍ଟିଂକୁ ନେଇ ଚର୍ଚ୍ଚା ସୃଷ୍ଟି କରିଆସୁଛି।

Advertisment

ଫିଲ୍ମରେ ପ୍ରଭୁ ରାମ, ମାତା ସୀତା, ହନୁମାନ ଓ ରାବଣ ଭୂମିକାରେ ଅଭିନେତା ଚୟନ ସରିଥିବା ବେଳେ ବର୍ତ୍ତମାନ ଅଯୋଧ୍ୟା ନରେଶ ଦଶରଥ ଭୂମିକାରେ ଯାହାଙ୍କ ନାଁ ଚୟନ ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ। ରାମାନନ୍ଦ ସାଗରଙ୍କ ରାମାୟଣରେ ଯିଏ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସେ ଏଥିରେ ଦଶରଥ ଭୂମିକାରେ ଦେଖାଦେବେ। ରାମାୟଣର ରାମ ଅରୁଣ ଗୋଭିଲ୍‌ ହିଁ ରାଜା ଦଶରଥଙ୍କ ଭୂମିକାରେ ନଜର ଆସିବେ।

ଦୀର୍ଘ ଦିନ ଧରି ନୀତେଶ ତିୱାରୀଙ୍କ 'ରାମାୟଣ'କୁ ନେଇ ଆଲୋଚନା ଚାଲିଛି। ତେବେ ନିର୍ଦ୍ଦେଶକ ଏପର୍ଯ୍ୟନ୍ତ ନିଶ୍ଚିତ କରି ନାହାଁନ୍ତି ଯେ ସେ 'ରାମାୟଣ'କୁ ନେଇ ଫିଲ୍ମ କରୁଛନ୍ତି ବୋଲି। ନିକଟରେ ଫିଲ୍ମର ଚରିତ୍ରଗୁଡ଼ିକ ବିଷୟରେ ଅନେକ ସେଲିବ୍ରେଟିଙ୍କ ନାଁକୁ ନେଇ ଆଲୋଚନା ହେଉଥିଲା। ବର୍ତ୍ତମାନ ଖବର ଆସୁଛି ଯେ ଟିଭିର ରାମ ଅର୍ଥାତ୍ ଅରୁଣ ଗୋଭିଲ୍‌ ନୀତେଶ ତିୱାରୀଙ୍କ ରାମାୟଣରେ ରାଜା ଦଶରଥଙ୍କ ଭୂମିକାରେ ନଜର ଆସିବେ।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମ 'ରାମାୟଣ'ରେ ପ୍ରଭୁ ରାମଙ୍କ ବାପା ରାଜା ଦଶରଥଙ୍କ ଭୂମିକାରେ ଅଭିନୟ କରିବାକୁ ନୀତେଶ ତିୱାରୀ ଅରୁଣ ଗୋଭିଲଙ୍କ ସହ ଯୋଗାଯୋଗ କରିଛନ୍ତି। ରାମାନନ୍ଦ ସାଗରଙ୍କ 'ରାମାୟଣ'ରେ ରାମଙ୍କ ଭୂମିକା ପାଇଁ ପ୍ରସିଦ୍ଧ ଅରୁଣ ଯଦି ଏହି ଚଳଚ୍ଚିତ୍ରରେ ଅଭିନୟ କରନ୍ତି, ତେବେ ସେ ଏହି ପ୍ରୋଜେକ୍ଟ ସହିତ ପ୍ରେକ୍ଷାଳୟରେ ଅଧିକ ଦର୍ଶକଙ୍କୁ ଟାଣିବାରେ ସଫଳ ହେବେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ରଣବୀର କପୁର ଏବଂ ସାଇ ପଲ୍ଲଭୀ ରାମ ଏବଂ ସୀତାଙ୍କ ଭୂମିକାରେ ନଜର ଆସିବେ। ଏଥିସହିତ ଲାରା ଦତ୍ତ କୈକେଇ ଭୂମିକା ନିଭାଉଥିବାକୁ ଥିବା ବେଳେ ଶୁର୍ପଣଖା ଭୂମିକାରେ ରକୁଲ ପ୍ରୀତ ସିଂହଙ୍କୁ କାଷ୍ଟିଂ କରାଯାଇଥିବା ଖବର ଚର୍ଚ୍ଚା ହେବାରେ ଲାଗିଛି। ତେବେ ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ରାମଙ୍କ ଆଗାମୀ ଚରିତ୍ର ପାଇଁ ଲୁକ୍ ଟେଷ୍ଟ୍‌ କରିଛନ୍ତି।

Advertisment

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସୁପରଷ୍ଟାର ୟଶ୍‌ ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ କରିବେ। ଏଥି ସହିତ ବିଜୟ ସେତୁପତିଙ୍କ ନାମ ବିଭିଷଣଙ୍କ ଭୂମିକା ପାଇଁ ଆଲୋଚନା ହେଉଛି। ତେବେ ନୀତେଶ ତିୱାରୀ କିମ୍ବା ରଣବୀର କପୁର ଏପର୍ଯ୍ୟନ୍ତ ଫିଲ୍ମକୁ ନେଇ କୌଣସି ଅଫିସିଆଲ ଘୋଷଣା କରି ନାହାଁନ୍ତି।

Yash Bollywood Sunny Leone Ranbir Kapoor Arun Govil
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ