Advertisment

ଅରଶଦଙ୍କ ବଡି ଟ୍ରାନ୍ସଫର୍ମେସନକୁ ଦେଖି ପ୍ରଶଂସକ ତାଜୁବ୍

ଅଭିନେତା ଅରଶଦ ବାରସୀ ନିଜର ଫିଟ୍‌ନେସ୍ ପରଫେକ୍ଟ ଫଟୋ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଟ୍ରାନ୍ସଫର୍ମେସନକୁ ଦେଖି ଉପଭୋକ୍ତାଙ୍କ ଆଖି ଲାଖିଯାଉଛି। ଏହି ଫଟୋରେ ଅରଶଦ ତାଙ୍କ ବାଇସେପ୍ସ ଦେଖେଇଛନ୍ତି, ଯାହା ଲୋକଙ୍କୁ ଆଖି ତରାଟି ଚାହିଁବାକୁ ବାଧ୍ୟ କରିଛି।

ଅଦ୍ୟତନ ହୋଇଛି
Arshad Warsi

Arshad Warsi

Advertisment

ନୂଆଦିଲ୍ଲୀ : ଅଭିନେତା ଅରଶଦ ବାରସୀ ନିଜର ଫିଟ୍‌ନେସ୍ ପରଫେକ୍ଟ ଫଟୋ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଟ୍ରାନ୍ସଫର୍ମେସନକୁ ଦେଖି ଉପଭୋକ୍ତାଙ୍କ ଆଖି ଲାଖିଯାଉଛି। ଏହି ଫଟୋରେ ଅରଶଦ ତାଙ୍କ ବାଇସେପ୍ସ ଦେଖେଇଛନ୍ତି, ଯାହା ଲୋକଙ୍କୁ ଆଖି ତରାଟି ଚାହିଁବାକୁ ବାଧ୍ୟ କରିଛି।

Advertisment
Arshad Warsiଅରଶଦ ବାରସୀ

ଅରଶଦ ସୋସିଆଲ ମିଡିଆରେ ତାଙ୍କର ୨ଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ ସେ ପିଙ୍କ୍ ଟି-ସାର୍ଟ ପିନ୍ଧିଥିବା ବେଳେ ସାଇଡ୍ ପୋଜ୍ ଦେଇଛନ୍ତି। ସେହିଭଳି ଅନ୍ୟଏକ ଫଟୋରେ ସେ ନିଜର ଟୋଣ୍ଡ୍ ବାଇସେପ୍ସ ଦେଖଉଥିବା ନଜର ଆସିଛନ୍ତି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ “ଏବେ ଆହୁରି ଆଗକୁ ଯିବାର ଅଛି, କିନ୍ତୁ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ଶେପ୍‌କୁ ଆସୁଛି।” ଅରଶଦଙ୍କ ଏହି ପରିବର୍ତ୍ତନ ଚେହେରା ଦେଖି ଆଶୀଷ ଚୌଧରୀ ଓ ରଣବୀର ସିଂହ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି। ଏହି ଦୁ‍ଇ ଅଭିନେତା ତାଙ୍କୁ ଆହୁରି ପ୍ରୋତ୍ସାହିତ ମଧ୍ୟ କରିଛନ୍ତି।

Advertisment

ଉପଭୋକ୍ତାମାନଙ୍କ ତରଫରୁ ବି କମେଣ୍ଟର ସୁଅ ଛୁଟୁଛି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ “ଏମିତି ବଡି ତ ଜନ ସେନାଙ୍କର ବି ନ ଥିବ ସାର୍।” ସେହିଭଳି ଆଉ ଜଣେ ଲେଖିଛନ୍ତି ଯେ “ସାର୍, ଲାଗୁଛି ଏଥର ASUR (ଅସୁର୍) ସହ ଡାଇରେକ୍ଟର ହ୍ୟାଣ୍ଡ୍ ଟୁ ହ୍ୟାଣ୍ଡ ସଂଘର୍ଷ କରିବେ #Amazing।” ଜଣେ ଉପଭୋକ୍ତା ଅସୁର୍ ଶୋ’ରେ ଦେଖିଥିବା ଅରଶଦଙ୍କ ବ୍ୟକ୍ତିତ୍ୱ ଉପରେ ଲେଖିଛନ୍ତି ଯେ “ତାଙ୍କ ବ୍ୟକ୍ତିତ୍ୱ ଖୁବ୍ ବଢିଆ, ଅସୁରରେ ତାଙ୍କ ଉପରେ ଏହି ଚରିତ୍ର ବହୁତ ସୁଟ୍ କରୁଥିଲା। ହାସ୍ୟ ଭୂମିକାରେ ବି ତାଙ୍କ ଅଭିନୟ ଖୁବ୍ ଚମତ୍କାର ଥିଲା।”

Advertisment

ସେହିପରି ଆଉ କିଛି ପ୍ରଶଂସକ ଅରଶଦଙ୍କ ସର୍କିଟ୍ ଚରିତ୍ରକୁ ନେଇ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି “ଏ ସର୍କିଟ୍ ତ ବହୁତ ବଦଳି ଯାଇଛି ରେ।” ତେବେ ଅରଶଦ ତାଙ୍କ ଆଗାମୀ ପ୍ରୋଜେକ୍ଟର ଖୁଲାସା କରି ନାହାନ୍ତି। ତାଙ୍କର ଅନ୍ୟଏକ ପ୍ରୋଜେକ୍ଟରେ ରହିଛି ଫିଲ୍ମ ବଚ୍ଚନ ପାଣ୍ଡେ। କିଛି ଦିନ ପୂର୍ବରୁ ସେ ଏହି ଫିଲ୍ମର ସୁଟିଂ ଶେଷ କରିଛନ୍ତି।

Bollywood Arshad Warsi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ