Advertisment

ମଲାଇକାଙ୍କ ପୋଷ୍ଟ୍ ସେୟାର୍ କରି ଅର୍ଜୁନ କହିଲେ 'ଆଉ ଅପେକ୍ଷା କରିହେବନି'

ବଲିଉଡ୍‌ରେ ଅନେକ ପ୍ରେମୀ ଯୁଗଳଙ୍କ କାହାଣୀ ଦର୍ଶକେ ଶୁଣିଛନ୍ତି। ତେବେ ଏହାକୁ ନେଇ ଆଜିକାଲି ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଅରୋରା ଖୁବ୍ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପୂର୍ବରୁ ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କର ଖବର ସାମ୍ନାକୁ ଆସିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଗତ କିଛି ବର୍ଷ ହେବ ପରସ୍ପରକୁ ଡେଟ୍ କରୁଛନ୍ତି। ଦୁହେଁ ନିଜ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ପରସ୍ପରଙ୍କ ଫଟୋ ମଧ୍ୟ ସେୟାର କରୁଛନ୍ତି।

ମଲାଇକାଙ୍କ ପୋଷ୍ଟ୍ ସେୟାର୍ କରି ଅର୍ଜୁନ କହିଲେ 'ଆଉ ଅପେକ୍ଷା କରିହେବନି'

Malaika and Arjun

Advertisment

ନୂଆଦିଲ୍ଲୀ : ବଲିଉଡ୍‌ରେ ଅନେକ ପ୍ରେମୀ ଯୁଗଳଙ୍କ କାହାଣୀ ଦର୍ଶକେ ଶୁଣିଛନ୍ତି। ତେବେ ଏହାକୁ ନେଇ ଆଜିକାଲି ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଅରୋରା ଖୁବ୍ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପୂର୍ବରୁ ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କର ଖବର ସାମ୍ନାକୁ ଆସିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଗତ କିଛି ବର୍ଷ ହେବ ପରସ୍ପରକୁ ଡେଟ୍ କରୁଛନ୍ତି। ଦୁହେଁ ନିଜ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ପରସ୍ପରଙ୍କ ଫଟୋ ମଧ୍ୟ ସେୟାର କରୁଛନ୍ତି। ସେମାନଙ୍କ ପୋଷ୍ଟଗୁଡିକୁ ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ମଧ୍ୟ ବେଶ ପସନ୍ଦ କରୁଥିବା ବେଳେ ସେମାନଙ୍କ ଯୋଡି ଦୀର୍ଘସ୍ଥାୟୀ ରହୁ ବୋଲି କାମନା କରୁଛନ୍ତି। ନିକଟରେ ଅର୍ଜୁନ କପୁର ମଲାଇକା ଆରୋରାଙ୍କ ଏକ ଭିଡିଓକୁ ସେୟାର କରିଛନ୍ତି।

Advertisment

ମଲାଇକା ଅରୋରା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ସେୟାର କରି ଖୁବ୍ ଶୀଘ୍ର ନ୍ୟୁଡ୍ ମିଲ୍‌ ନାମରେ ଏକ ପ୍ରୋଜେକ୍ଟ ଆଣିବାକୁ ପ୍ରକାଶ କରିଛନ୍ତି। ମଲାଇକା ଲେଖିଛନ୍ତି ଯେ “ଆଉ କିଛି ରହସ୍ୟ ନାହିଁ… ମୁଁ ଏପରି କିଛି ପ୍ରସ୍ତୁତ କରୁଛି ଯାହା ତୁମ ପାଇଁ ଓ ମୋ ପାଇଁ ବହୁତ ରୋମାଞ୍ଚକର ହେବ। ମୋ ସହିତ ସବୁଠାରୁ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ଖାଦ୍ୟ ଖାଇବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ।”

Advertisment

ଅର୍ଜୁନ କପୁର ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ସେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ଆଉ ଅପେକ୍ଷା କରିପାରିବି ନାହିଁ।”

ମଲାଇକା ଓ ଅର୍ଜୁନ କପୁର

ଏହାପୂର୍ବରୁ ମଲାଇକା ନିଜ ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ଅର୍ଜୁନ କପୁରଙ୍କ ଫଟୋ ସେୟାର କରିଥିଲେ, ଯାହାକୁ ସୋସିଆଲ ମିଡିଆରେ ଲୋକମାନେ ବହୁତ ପସନ୍ଦ କରିଥିଲେ। ଏହି ପୋଷ୍ଟ୍‌ରେ ସେ ଅର୍ଜୁନଙ୍କ ପାଇଁ ଏକ ସ୍ୱତନ୍ତ୍ର ରେଖା ମଧ୍ୟ ଲେଖିଥିଲେ। ଏହି ଫଟୋ ସେୟାର କରି ମଲାଇକା ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ଲେଖିଥିଲେ ଯେ “ମାଏଁ ସଣ୍ଡେ ଭିଉ”। ପ୍ରକାଶଥାଉ ଯେ ଆଜିକାଲି ଏହି ଦମ୍ପତିମାନେ ପରସ୍ପରର ଫଟୋ ସେୟାର କରି ନିଜ ପ୍ରେମକୁ ପ୍ରକାଶ କରୁଛନ୍ତି। ପ୍ରଶଂସକମାନଙ୍କୁ ମଧ୍ୟ ଉଭୟଙ୍କ ଫଟୋ ପସନ୍ଦ ଆସୁଥିବାରୁ ସେମାନେ ସୋସିଆଲ୍ ମିଡିଆରେ ସେମାନଙ୍କ ଏକତ୍ର ଫଟୋ ଦେଖିବା ନେଇ ସତେ ଯେପରି ଚାହିଁ ବସିଛନ୍ତି।

Advertisment
Mumbai Bollywood Arjun Kapoor Malaika Arora
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ