Advertisment

'ଖତରୋଁ କେ ଖିଲାଡି ୧୧'ର ବିଜେତା ହେଲେ ଅର୍ଜୁନ ବିଜଲାନି

ଟିଭିର ଷ୍ଟଣ୍ଟ ଆଧାରିତ ପ୍ରସିଦ୍ଧ ରିଅଲିଟି ଶୋ 'ଖତରୋଁ କେ ଖିଲାଡି ୧୧' ରେ ଅର୍ଜୁନ ବିଜଲାନି ବିଜେତା ହୋଇଛନ୍ତି। ଏନେଇ ଶୋ’ର ବିଜେତାକୁ ନେଇ କରାଯାଉଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ତେବେ ଟେଲିକାଷ୍ଟ ପୂର୍ବରୁ ଅର୍ଜୁନଙ୍କ ପତ୍ନୀ ନେହା ତାଙ୍କ ସ୍ୱାମୀ ବିଜଲାନିଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରି ଏହାର ସୂଚନା ଦେଇସାରିଥିଲେ। ଏହି ଶୋ’ରେ ଅର୍ଜୁନ ଜଣେ ଦୃଢ ପ୍ରତିଯୋଗୀ ଭାବରେ ଉଭା ହୋଇଛନ୍ତି।

ଅଦ୍ୟତନ ହୋଇଛି
Arjun-Neha

Arjun-Neha

Advertisment

ମୁମ୍ବାଇ : ଟିଭିର ଷ୍ଟଣ୍ଟ ଆଧାରିତ ପ୍ରସିଦ୍ଧ ରିଅଲିଟି ଶୋ 'ଖତରୋଁ କେ ଖିଲାଡି ୧୧' ରେ ଅର୍ଜୁନ ବିଜଲାନି ବିଜେତା ହୋଇଛନ୍ତି। ଏନେଇ ଶୋ’ର ବିଜେତାକୁ ନେଇ କରାଯାଉଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ତେବେ ଟେଲିକାଷ୍ଟ ପୂର୍ବରୁ ଅର୍ଜୁନଙ୍କ ପତ୍ନୀ ନେହା ସ୍ୱାମୀ ବିଜଲାନିଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରି ଏହାର ସୂଚନା ଦେଇସାରିଥିଲେ। ଏହି ଶୋ’ରେ ଅର୍ଜୁନ ଜଣେ ଦୃଢ ପ୍ରତିଯୋଗୀ ଭାବରେ ଉଭା ହୋଇଛନ୍ତି।

Advertisment
Arjun Bijlaniଅର୍ଜୁନ୍ ବିଜଲାନୀ

'ଖତରୋଁ କେ ଖିଲାଡି ୧୧'ର ସମସ୍ତ ସୁଟ୍ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ୍‌ରେ କରାଯାଇଥିଲା, କିନ୍ତୁ ଏହାର ପୁରସ୍କାର କାର୍ଯ୍ୟ ମୁମ୍ବାଇରେ ସୁଟିଂ କରାଯାଇଥିଲା। ଅର୍ଜୁନ ବିଜଲାନୀଙ୍କ ପତ୍ନୀ ନେହା ତାଙ୍କ ସ୍ୱାମୀଙ୍କ ବିଜୟର ଖୁସୀରେ ଇନ୍‌ଷ୍ଟା ଷ୍ଟୋରୀରେ ଅର୍ଜୁନଙ୍କ ଏକ ଫଟୋ ସେୟାର କରିଛନ୍ତି। ସେ ଟ୍ରଫିର ଫଟୋ ମଧ୍ୟ ସେୟାର କରିଥିଲେ, କିନ୍ତୁ କିଛି ସମୟ ପରେ ସେ ଏହି ଫଟୋକୁ ଇନ୍‌ଷ୍ଟା ଷ୍ଟୋରୀରୁ ହଟାଇ ଦେଇଥିଲେ। କିନ୍ତୁ ସେତେବେଳକୁ ଏହି ଫଟୋ ଭାଇରାଲ ହୋଇଯାଇଥିଲା।

Advertisment

ଏହା ବ୍ୟତୀତ ଅର୍ଜୁନଙ୍କ ପତ୍ନୀ ନେହା ନିଜର ଏବଂ ଅର୍ଜୁନଙ୍କ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରି ଲେଖିଛନ୍ତି, “ମୋର ପ୍ରିୟ, ତୁମ ପାଇଁ ଗର୍ବିତ, ମୁଁ ଜାଣେ ତୁମେ ପ୍ରକୃତରେ କ’ଣ କରିଛ, ତୁମେ ଦୁନିଆର ସମସ୍ତ ସୁଖ ପାଇବାକୁ ଯୋଗ୍ୟ ଅର୍ଜୁନ ବିଜଲାନି।” ଏହି ଫଟୋ ଏବଂ ପୋଷ୍ଟ୍‌ରେ ଲୋକମାନେ ଜୋରଦାର ଅଭିନନ୍ଦନ ଜଣାଇଛନ୍ତି।

ରୋହିତ ଶେଟ୍ଟୀଙ୍କ ଶୋ’ର ଫାଇନାଲ୍ ୨୫-୨୬ ସେପ୍ଟେମ୍ବରରେ ଟିଭିରେ ପ୍ରଦର୍ଶିତ ହେବ। କିନ୍ତୁ ଏହା ପୂର୍ବରୁ ଅର୍ଜୁନଙ୍କ ପତ୍ନୀ ଏହା ପ୍ରକାଶ କରିଥିଲେ। ତେବେ ଚ୍ୟାନେଲ୍‌ ତରଫରୁ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। କିନ୍ତୁ ସୋସିଆଲ ମିଡିଆରେ ଏହି ବିଜୟର ଫଟୋ ଭାଇରାଲ ହେବା ପରେ ଲୋକମାନେ ଅନୁମାନ କରୁଛନ୍ତି ଯେ ଅର୍ଜୁନ ଏହି ସୋ’ର ବିଜେତା ଅଟନ୍ତି।

Advertisment
Arjun Bijlani-Divyanka Tripathyଅର୍ଜୁନ୍ ବିଜଲାନୀ-ଦିବ୍ୟାଙ୍କା ତ୍ରିପାଠୀ

ବର୍ତ୍ତମାନ, 'ଖତରୋଁ କେ ଖିଲାଡି ୧୧'ରେ ଦିବ୍ୟାଙ୍କା ତ୍ରିପାଠୀଙ୍କ ବ୍ୟତୀତ ଶ୍ୱେତା ତିୱାରୀ, ରାହୁଲ ବୈଦ୍ୟ, ଅର୍ଜୁନ ବିଜଲାନି, ବିଶାଲ ଆଦିତ୍ୟ ସିଂ ଏବଂ ବରୁଣ ସୁଦ ଫାଇନାଲରେ ପ୍ରବେଶ କରିଥିଲେ। ଶୋରେ ସମସ୍ତ ପ୍ରତିଯୋଗୀ ଭଲ ପ୍ରଦର୍ଶନ କରିଥିଲେ। ଅର୍ଜୁନଙ୍କ ପତ୍ନୀ ନେହାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରେ 'ଖତରୋଁ କେ ଖିଲାଡି ୧୧'ର ଖେଳାଳି ଏବଂ ସାଙ୍ଗମାନେ ଅର୍ଜୁନଙ୍କ ଘରେ ପାର୍ଟୀରେ ଉପସ୍ଥିତ ଥିବା ଦେଖିବାକୁ ମିଳୁଛି।

ତେବେ ଶୋ’ର ପ୍ରତିଯୋଗୀ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ବିଜେତା ଟ୍ରଫି ମିଳିବା ନେଇ ପାଇଁ ଦୃଢ ଭାବରେ ବିବେଚିତ କରାଯାଉତିଲା 'ଖତରୋଁ କେ ଖିଲାଡି ୧୧'ରେ ଏହି ଅଭିନେତ୍ରୀ ଶୋ’ରେ ପ୍ରତ୍ୟେକ ଷ୍ଟଣ୍ଟ୍ ଖେଳିଛନ୍ତି ଏବଂ ଜିତିଛନ୍ତି। ଶ୍ରେଷ୍ଠ ୬ ପ୍ରତିଯୋଗୀଙ୍କ ମଧ୍ୟରୁ ଦିବ୍ୟାଙ୍କାଙ୍କୁ ଖୁବ୍ ପସନ୍ଦ କରାଯାଉଥିଲା।

Khatron Ke Khiladi Entertainment Arjun Bijlani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ