Advertisment

Arbaaz khan Become Father: ଶୌରା ଦେଲେ ଖୁସି ଖବର; ପୁଣି ବାପା ହେବେ ଅରବାଜ

ବଲିଉଡର ଭାଇଜାନ ସଲମାନ ଖାନ ପୁଣି ଦାଦା ହେବାକୁ ଯାଉଛନ୍ତି। କାହିଁକି ନା ତାଙ୍କ ବଡ଼ ଭାଇ ଅରବାଜ ଖାନ୍‌ ବାପା ହେବାକୁ ଯାଉଛନ୍ତି। ଅରବାଜଙ୍କ ପତ୍ନୀ ଶୌରା ମା’ ହେବାକୁ ଯାଉଛନ୍ତି। ଶୌରା ଗର୍ଭବତୀ ଥିବା ଖବର ନିଜେ ଅରବାଜ ନିଶ୍ଚିତ କରିଛନ୍ତି।

ଅଦ୍ୟତନ ହୋଇଛି
salman

salman

Advertisment

ବଲିଉଡର ଭାଇଜାନ ସଲମାନ ଖାନ ପୁଣି  ଦାଦା ହେବାକୁ ଯାଉଛନ୍ତି। କାହିଁକି ନା ତାଙ୍କ ବଡ଼ ଭାଇ ଅରବାଜ ଖାନ୍‌ ବାପା ହେବାକୁ ଯାଉଛନ୍ତି। ଅରବାଜଙ୍କ ପତ୍ନୀ ଶୌରା ମା’ ହେବାକୁ ଯାଉଛନ୍ତି। ଶୌରା ଗର୍ଭବତୀ ଥିବା ଖବର ନିଜେ ଅରବାଜ ନିଶ୍ଚିତ କରିଛନ୍ତି।

Advertisment

ଅରବାଜ କହିଛନ୍ତି, ମୋତେ ବହୁତ ଖୁସି ଲାଗୁଛି ଏବଂ ଏକ୍ସସାଇଟମେଣ୍ଟ ମଧ୍ୟ ଲାଗୁଛି। ଏଥିସହ ନରଭର୍ସ  ଲାଗୁଛି। ଆମେ ଏହି ଖୁସିର ମୂହର୍ତ୍ତକୁ ଉଭୟ ମିଶି ଅନୁଭବ କରୁଛୁ। ଯାହା ହେବ ଆମେ ଖୁସି ହେବୁ।

ଅଧିକ ପଢ଼ନ୍ତୁ: ଆରପାରିରେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଜ୍ୟାକି ଶ୍ରଫ୍, ମନୀଷା କୋଇରାଲାଙ୍କ ସହ ଦେଇଥିଲେ ହୀଟ୍

Advertisment

ମଲାଇକା ଅରୋରାଙ୍କ ଠାରୁ ଅଲଗା ହେବାର ୬ ବର୍ଷ ପରେ ଅରବାଜ ୨୦୨୩ ଡିସେମ୍ବର ୨୫ ତାରିଖରେ ଶୌରା ଖାନଙ୍କୁ ବିବାହ କରିଥିଲେ। ଶୌରା ବୃତ୍ତିରେ ଜଣେ ମେକ୍‌ଅପ୍ କଳାକାର। ଅରବାଜ ଏବଂ ଶୌରାଙ୍କ ବିବାହରେ ତାଙ୍କ ଭାଇ ସଲମାନ ଖାନ, ସୋହେଲ ଖାନ, ପୁଅ ଅରହାନ ଖାନ ଏବଂ କିଛି ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗ ଦେଇଥିଲେ।

ଏହି ବିବାହରେ ରବୀନା ଟଣ୍ଡନ, ଫରାହ ଖାନ, ସାଜିଦ ଖାନ, ରିତେଶ ଦେଶମୁଖଙ୍କ ସମେତ ଖାନ ପରିବାରର ନିକଟତମ ବ୍ୟକ୍ତିମାନେ ମଧ୍ୟ ଯୋଗ ଦେଇଥିଲେ। ଅରବାଜ ଏବଂ ଶୌରାଙ୍କ ବିବାହ ଅର୍ପିତା ଖାନଙ୍କ ବାନ୍ଦ୍ରାସ୍ଥିତ ଘରେ କରାଯାଇଥିଲା। 

Advertisment

ଅଧିକ ପଢ଼ନ୍ତୁ: ଦେଖିଛନ୍ତି କି ଜାହ୍ନବୀ କପୁରଙ୍କ ଘର… ଦେଖିଲେ ଆଖି ଟେରା ହୋଇଯିବ

Salman Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ