Advertisment

ବାହା ହେଲେ ଏଆର୍‌ ରହମାନଙ୍କ ଝିଅ...ଜାଣନ୍ତୁ ଏହି ବଡ଼ ସେଲିବ୍ରିଟିଙ୍କ ଜ୍ୱାଇଁ କିଏ ?

ସିଙ୍ଗର ଏଆର୍‌ ରହମାନଙ୍କ ଝିଅ ଖାତିଜା ରହମାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଧୁମ୍‌ଧାମ୍‌ରେ ଚେନ୍ନାଇରେ ଏହି ବିବାହ ହୋଇଛି।

ଅଦ୍ୟତନ ହୋଇଛି
AR Rahman's Daughter Khatija's Marriage

AR Rahman's Daughter Khatija's Marriage

Advertisment

ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣାଶୁଣା ମ୍ୟୁଜିକ୍‌ କମ୍ପୋଜର ତଥା ସିଙ୍ଗର ଏଆର୍‌ ରହମାନଙ୍କ ଝିଅ ଖାତିଜା ରହମାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଧୁମ୍‌ଧାମ୍‌ରେ ଚେନ୍ନାଇରେ ଏହି ବିବାହ ହୋଇଛି। ଏଆର୍‌ ରହମାନ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଝିଅ ବାହାଘର ଫଟୋ ଶେଆର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଫଟୋରେ କମେଣ୍ଟସ୍‌ ଦେଇ ସେଲିବ୍ରେଟି ଓ ଫ୍ୟାନ୍ସ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

Advertisment

ଏଆର୍‌ ରହମାନ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଝିଅ ବାହାଘରର ଏକ ଫ୍ୟାମିଲି ଫଟୋ ଶେଆର କରିଛନ୍ତି। ଝିଅ ଓ ଜ୍ୱାଇଁଙ୍କ ସହ ଏଆର୍‌ ରହମାନଙ୍କ ୨ ସନ୍ତାନ ଫଟୋରେ ନଜର ଆସିଛନ୍ତି। ଏହି ଫଟୋ ଫ୍ରେମ୍‌ରେ ଅନ୍ୟ ଏକ ଫଟୋ ରଖାଯାଇଥିବା ଦେଖିବାକୁ ମିଳିଛି। ଏହା ଏଆର୍‌ ରହମାନଙ୍କ ଦିବଙ୍ଗତ ମା’ କରିମାଙ୍କ ଫଟୋ ବୋଲି ଜଣାପଡ଼ିଛି। 

ଏସବୁ ଭିତରେ ଏତେ ବଡ଼ ସେଲିବ୍ରିଟିଙ୍କ ଜ୍ୱାଇଁ କିଏ ଓ କାହାକୁ ଖାତିଜା ବିବାହ କଲେ ତାହା ଜାଣିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। ଖାତିଜାଙ୍କ ବିବାହ ରିୟାସଦିନ ରିୟାନଙ୍କ ସହ ସମ୍ପନ୍ନ ହୋଇଛି। ପେଶାରେ ସେ ଜଣେ ଅଡିଓ ଇଞ୍ଜିନିୟର। 

Advertisment


 
 
 
 
 
 
 
 
 
 
 
 
 
 

A post shared by 786 Khatija Rahman (@khatija.rahman)


 
 
 
 
 
 
 
 
 
 
 
 
 
 

A post shared by 786 Khatija Rahman (@khatija.rahman)

AR Rahman AR Rahman Daughter Marriage Khatija Rahman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ