Advertisment

ଆଜି ବି ଭଡା ଘରେ ରୁହନ୍ତି ଅନୁପମ ଖେର୍

ବଲିଉଡର ଜଣାଶୁଣା ଅଭିନେତା ଅନୁପମ ଖେର ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହୁଥିବା ଦେଖାଯାଏ। ଏହି ଅଭିନେତା ତାଙ୍କ ବ୍ୟକ୍ତିଗତ ଜୀବନର ଏକ କଥା ପ୍ରକାଶ କରିଛନ୍ତି ଯେ ମୁମ୍ବାଇର ଯେଉଁ ଘରେ ସେ ରହୁଛନ୍ତି ତାହା ତାଙ୍କ ନିଜର ନୁହେଁ ବରଂ ସେ ଏଠାରେ ଭଡାଟିଆ ଭାବେ ରହୁଛନ୍ତି। ଅନୁପମ ଖେର କହିଛନ୍ତି ଯେ ସେ କେବଳ ଶିମଲାରେ ଏକ ସମ୍ପତ୍ତି କିଣିଛନ୍ତି ଯାହା ତାଙ୍କ ମା ଦୁଲାରୀ ଖେର୍‌ଙ୍କ ନାମରେ ଅଛି।

Anupam Kher

Anupam Kher

Advertisment

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତା ଅନୁପମ ଖେର ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହୁଥିବା ଦେଖାଯାଏ। ଏହି ଅଭିନେତା ତାଙ୍କ ବ୍ୟକ୍ତିଗତ ଜୀବନର ଏକ କଥା ପ୍ରକାଶ କରିଛନ୍ତି ଯେ ମୁମ୍ବାଇର ଯେଉଁ ଘରେ ସେ ରହୁଛନ୍ତି ତାହା ତାଙ୍କ ନିଜର ନୁହେଁ ବରଂ ସେ ଏଠାରେ ଭଡାଟିଆ ଭାବେ ରହୁଛନ୍ତି। ଅନୁପମ ଖେର କହିଛନ୍ତି ଯେ ସେ କେବଳ ଶିମଲାରେ ଏକ ସମ୍ପତ୍ତି କିଣିଛନ୍ତି ଯାହା ତାଙ୍କ ମା ଦୁଲାରୀ ଖେର୍‌ଙ୍କ ନାମରେ ଅଛି।

Advertisment

ଅନୁପମ ଖେର କହିଛନ୍ତି ଯେ “ମୁମ୍ବାଇରେ ମୋ ପାଖରେ ମୋ ନିଜର ଗୋଟିଏ ବି ଆପାର୍ଟମେଣ୍ଟ ନାହିଁ। ମୁଁ ଭଡା ଘରେ ରୁହେ। ମୁଁ ଚାରି ପାଞ୍ଚ ବର୍ଷ ପୂର୍ବେ ନିଷ୍ପତ୍ତି କରିଥିଲି ଯେ ମୋର ସମ୍ପତ୍ତି ଦରକାର ନାହିଁ। ଚାରି ବର୍ଷ ପୂର୍ବେ ଶିମଲାରେ ମୁଁ ଯେଉଁ ସମ୍ପତ୍ତି କିଣିଥିଲି ତାହା ମୋ ମା’ଙ୍କ ପାଇଁ ଥିଲା।” ପ୍ରକାଶଥାଉ ଯେ ଦୁଲାରୀ ଦେବୀ ଶିମଲାରେ ଏକ ନିଜ ଘର ହେବାର ସ୍ୱପ୍ନ ଦେଖିଥିଲେ। କାରଣ ସେ ଅନେକ ବର୍ଷ ହେବ ଭଡା ଘରେ ରହୁଥିଲେ। ଏବେ ଶିମଲାରେ ତାଙ୍କର ଏକ ଘର ଅଛି ଯେଉଁଥିରେ ୯ଟି ବେଡ୍‌ରୁମ୍‌ ରହିଛି।

Advertisment

ଅନୁପମ ଖେରଙ୍କ କହିବା କଥା ସେ ତାଙ୍କ ମା’ଙ୍କୁ କିଛି ସ୍ୱତନ୍ତ୍ର ଉପହାର ଦେବାକୁ ଚାହୁଁଥିଲେ। ତେଣୁ ସେ ତାଙ୍କ ଘର ମାଲିକଙ୍କୁ ପଚାରିଥିଲେ ଯେ ସେ କ’ଣ ତାଙ୍କ ସବୁ ସମ୍ପତ୍ତି ବିକିବାକୁ ଚାହାନ୍ତି? ସେ ତାଙ୍କୁ ଆଉ ଏକ ରୁମ୍ ଦେଖେଇଲେ ଯାହାକୁ ଦେଖି ଅନୁପମ ଖୁବ ପସନ୍ଦ କରିଥିଲେ। ସେ ଘର ମାଲିକଙ୍କୁ କହିଥିଲେ ଯେ ସେ ପୂରା ଘରକୁ କିଣିବାକୁ ଚାହାନ୍ତି। ଏହି କ୍ଷେତ୍ରରେ ଅନୁପମ ତାଙ୍କ ମା କହିଥିବା ପ୍ରତିକ୍ରିୟାକୁ ମନେ ପକେଇ କହିଛନ୍ତି ଯେ “ତୁ ପାଗଳ! ମୋର ଏତେ ବଡ ଘର ଦରକାର ନାହିଁ।”

ଯଦି କାମର କଥା କୁହାଯାଏ ତେବେ ଅନୁପମ ଖେରଙ୍କ ପାଖରେ ‘ଦ ଲାଷ୍ଟ ଶୋ’, ‘ମୁଙ୍ଗିଲାଲ୍ ରାଁକ୍ସ’, ‘ଦ କଶ୍ମୀର ଫାଇଲ୍’ ସମେତ ଅନେକ ଫିଲ୍ମ ରହିଛି। ଏହା ସହିତ ସେ ‘ଶିବ ଶାସ୍ତ୍ରୀ ବଲ୍‌ବୋ’ରେ ନୀନା ଗୁପ୍ତାଙ୍କ ସହିତ ନଜର ଆସିବେ। କିଛିଦିନ ପୂର୍ବରୁ ନୀନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ସେଲିବ୍ରେସନ୍‌ର ଏକ ଭିଡିଓ ସେୟାର କରି ଏ ବିଷୟରେ କହିଥିଲେ।

Advertisment
Bollywood Anupam Kher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ