Advertisment

ଅନୁପମଙ୍କୁ ମା’ କାହିଁକି ଡାକନ୍ତି ‘ଗଞ୍ଜୁ ପଟେଲ’

ପୁଅ ଯେତେ ଉଚ୍ଚକୁ ଗଲେ ବି ମା’ ପାଇଁ ସେ ତା’ର ସେଇ ଅଜ୍ଞାନ ବାଳକ। ପୁଅ ଯେତେ ବଡ ହେଲେ ବି ମା ପାଇଁ ସେ ସବୁବେଳେ ସେଇ ଗେଲ୍ହା ବସର। ବଲିଉଡ୍‌ର ବରିଷ୍ଠ ଅଭିନେତା ଅନୁପମ ଖେର୍ ମଧ୍ୟ ଏଥିରୁ ମୁକ୍ତ ନୁହନ୍ତି। ତାଙ୍କ ମା’ ପାଇଁ ସେ ଆଜିବି କୁନି ପିଲାଟିଏ।

Anupam Kher shares his mom Dulari’s latest video

Anupam Kher shares his mom Dulari’s latest video

Advertisment

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅନୁପମ ଖେର୍ ବାସ୍ତବରେ ଜଣେ ମଜ୍ଜାଳିଆ ବ୍ୟକ୍ତି। ସେ ଫିଲ୍ମରେ ଯେପେରି ନିଜ ଅଭିନୟ ଛଳରେ ଦର୍ଶଙ୍କୁ ହସାନ୍ତି ସେ ତାଙ୍କ ଜୀବନରେ ମଧ୍ୟ ସେମିତି ହସି ହସି ଜୀଅନ୍ତି। ଅନୁପମଙ୍କୁ ପ୍ରାୟ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ଥିବା ଦେଖାଯାଏ। ସେ ନିଜ ବ୍ୟକ୍ତିଗତ ଜୀବନକୁ ନିଜ ପ୍ରଶଂସକଙ୍କ ସହିତ ଶେୟାର କରିବାକୁ ଭୁଲନ୍ତି ନାହିଁ। ବିଭିନ୍ନ ପୋଷ୍ଟ୍‌ ମାଧ୍ୟମରେ ସାଧାରଣ ଲୋକଙ୍କ ସହିତ ଜଡିତ ରୁହନ୍ତି। ବର୍ତ୍ତମାନ ସମୟରେ ସେ ତାଙ୍କ ଫିଲ୍ମ ‘ଉଚ୍ଚାଇ’ର ସୁଟିଂ ପାଇଁ ନେପାଳରେ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ସୁରଜ ବଡଜାତ୍ୟା ନେଇଛନ୍ତି।

Advertisment
Anupam Kher shares his mom Dulari’s latest videoଅନୁପମଙ୍କୁ ମା’ କାହିଁକି ଡାକନ୍ତି ‘ଗଞ୍ଜୁ ପଟେଲ’

ଅନୁପମ ଯେ ଖାଲି ଫିଲ୍ମ ଦୁନିଆରେ ବ୍ୟସ୍ତ ରୁହନ୍ତି ତାହା ନୁହେଁ ସେ ନିଜ ପରିବାର ସହ ମଧ୍ୟ ବହୁତ ମଜ୍ଜାମସ୍ତି କରିବାକୁ ସମୟ ଦିଅନ୍ତି। ଅନେକ ସମୟରେ ଅନୁପମ ତାଙ୍କ ମା’ ଦୁଲାରୀଙ୍କ ସହ ଥଟ୍ଟା ମଜ୍ଜା ହେବାର ଦେଖାଯାଏ। ଦୁଲାରୀ ମଧ୍ୟ ସୋସିଆଲ ମିଡିଆରେ ଜଣେ ଜଣାଶୁଣା ବ୍ୟକ୍ତି। ତାଙ୍କ ଭିଡିଓକୁ ଲୋକେ ଖୁବ୍ ପ୍ରଶଂସା ମଧ୍ୟ କରନ୍ତି। ନିକଟରେ ଅନୁପମ ତାଙ୍କ ‘କୁ’ ଆକାଉଣ୍ଟରେ ତାଙ୍କ ମା’ଙ୍କୁ ନେଇ ଏକ ନୂଆ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରୁ ଜଣା ଯାଉଛି ଯେ ତାଙ୍କ ମା’ ତାଞ୍ଜୁ ‘ଗଞ୍ଜୁ ପଟେଲ୍’ ବୋଲି ଡାକନ୍ତି। ହେଲେ ସେ ତାଙ୍କୁ କାହିଁକି ଏମିତି ଡାକନ୍ତି ସେନେଇ ସେ ତାଙ୍କୁ ପ୍ରଶ୍ନ କରିଛନ୍ତି।

ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ଅନୁପମ ଲେଖିଛନ୍ତି ଯେ “ମା ମତେ ବାରମ୍ବାର ଗଞ୍ଜୁ ପଟେଲ୍ କାହିଁକି ଡାକନ୍ତି, ମୁଁ ଶେଷ ଥର ପାଇଁ ପଚାରିଦେଲି। ଏକ ସ୍ନେହବୋଲା ଉତ୍ତର ଦେଇ ମା ତାଙ୍କ ହାତ ଦେଖେଇ ମୋର ସବୁ ସତ ଖୋଲିଦେଲେ। ମୋ ପିଲାଦିନ ସହ ଜଡିତ କିଛି କାହାଣୀ ମଧ୍ୟ ଶୁଣେଇ ଦେଲେ। ସମସ୍ତେ ହସୁଥିଲେ। ଚାଲନ୍ତୁ! ଆପଣମାନେ ବି ହସନ୍ତୁ!” ଏହି ଭିଡିଓରେ ଦେଖାଯାଏ ଯେ ଅନୁପମ ଖେର ତାଙ୍କ ମା’ଙ୍କୁ ଯେତେବେଳେ ପଚାରୁଛନ୍ତି ଯେ ସେ କାହିଁକି ତାଙ୍କୁ ଗଞ୍ଜୁ ପଟେଲ୍ ଡାକନ୍ତି, ତେବେ ସେ ମଜ୍ଜାଳିଆ ଢଙ୍ଗରେ ଉତ୍ତର ଦିଅନ୍ତି ଯେ ଅନୁପମ ଜନ୍ମରୁ ହିଁ ଚନ୍ଦା ହେଇ ଜନ୍ମ ହେଇଥିଲେ।

Advertisment

ଦୁଲାରୀଙ୍କ ଠାରୁ ଏଭଳି ମଜ୍ଜାଳିଆ ଉତ୍ତର ଶୁଣି ସେଠାରେ ଥିବା ସମସ୍ତେ ହସିବାକୁ ଲାଗିଥିଲେ। ଏହା ପରେ ପୁଣି ତାଙ୍କ ମା’ କୁହନ୍ତି ଯେ ଭଗବାନଙ୍କ ସହ ଲଢେଇ କରିପାରିବା ନାଇଁ, ସେ ଆମକୁ ଯାହା ଦେବେ ତାହା ସ୍ୱୀକାର୍ଯ୍ୟ। ଅନୁପମ ଖେରଙ୍କ ମା ଦୁଲାରୀଙ୍କ ଏହି ମଜ୍ଜାଳିଆ ଭିଡିଓ ଉପରେ ଲୋକଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଜଣେ ଉପଭୋକ୍ତା କମେଣ୍ଟ ଦେଇ ଲେଖିଛନ୍ତି ଯେ “ଆପଣ ତ ଏମିତିରେ ବି ବହୁତ ସୁନ୍ଦର ଲାଗୁଛନ୍ତି ସାର୍।” ସେହିପରି ଆଉ ଜଣେ ପ୍ରଶଂସକ ହ୍ୟାସ୍ୟାତ୍ମକ ଢଙ୍ଗରେ କହିଛନ୍ତି ଯେ “ବୁଦ୍ଧିମାନ ବ୍ୟକ୍ତିଙ୍କ ମୁଣ୍ଡ ଉପରେ କୌଣସି ବୋଝ ରୁହେନି। ତାଙ୍କ ମସ୍ତିଷ୍କର ତେଜରେ ସବୁ ଚୁଟି ଝଡିପଡେ।”

Advertisment
Bollywood Anupam Kher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ