Advertisment

ଆଜି ବି ମା’ ଗାଳିରୁ ବଞ୍ଚି ନାହାନ୍ତି ଅନୁପମ ଖେର୍

କୁହାଯାଏ ମା’ ଗାଳି ଦାଣ୍ଡ ଧୂଳି। ଏଇଥିରେ ଥାଏ ସବୁ କିଛି। ମା’ର ମମତା, ସ୍ନେହ, ତାଗିଦ୍ ଆଉ ଦରଦ ଭରା ଭଲପାଇବା। ଅନୁପମ ଖେର୍ ହେଉଛନ୍ତି ସେଭଳି ଭାଗ୍ୟବାନ ବ୍ୟକ୍ତି ଯିଏ ଏବେ ବି ମା’ ଗାଳିକୁ ଗଣ୍ଠିକରି ରଖିଛନ୍ତି।

Anupam Kher scolded by mother

Anupam Kher scolded by mother

Advertisment

ମୁମ୍ବାଇ : ମା’ର ଗାଳି କିଏ ବା ନ ଖାଇଛି। ଏହି ଗାଳିରେ ହିଁ ଲୁଚି ରହିଥାଏ ସ୍ନେହ, ମମତା ଆଉ ବେଳେବେଳେ ଭଲ ପାଇବାର ରାଗ। ହେଲେ ଏହି ଗାଳି ହିଁ ପିଲାବେଳେ ବହୁତ ପଡିଥାଏ। ବୟସ ବଢିବା ସହିତ ମା’ର ଏହି ମିଠା ଗାଳିରେ ଦେଖାଯାଏ ଅଭାବ। କିନ୍ତୁ କେହି କେହି ସେମିତି ଭାଗ୍ୟବାନ ହିଁ ଥା’ନ୍ତି ଯିଏ ସବୁଦିନ ପାଇଁ ମା’ ଗାଳିକୁ ପାଇଥା’ନ୍ତି। ସେମିତି ଜଣେ ବ୍ୟକ୍ତି ହେଲେ ବଲିଉଡର ଦିଗ୍‌ଗଜ କଳାକାର ଅନୁପମ ଖେର୍।

Advertisment

ଅନୁପମ୍‌ ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ସେ ସବୁବେଳେ ତାଙ୍କ ମା’ ଦୁଲାରୀଙ୍କ ସହିତ ଫଟୋ ଆଉ ଭିଡିଓ ଶେୟାର କରିବା ନଜର ଆସନ୍ତି। ଏବେ ଅନୁପମ ତାଙ୍କ ମା’ଙ୍କୁ ନେଇ ଯେଉଁ ଭିଡିଓ ଶେୟାର କରିଛନ୍ତି ତାହା ଖୁବ୍‌ ଚର୍ଚ୍ଚାରେ ରହିଛି।

ଏହି ଭିଡିଓରେ ଦେଖାଯାଉଛି ଯେ ଅନୁପମ ଖେର୍ ତାଙ୍କ ମା’ଙ୍କୁ କ୍ୟାମେରା ସାମ୍ନାରେ ପୋଜ୍ ଦେବାକୁ କହୁଛନ୍ତି, କିନ୍ତୁ ସେ ନିଜେ ସିଧା ଠିଆହୋଇ ହସୁଛନ୍ତି। ଅନୁପମ ତାଙ୍କୁ କହୁଛନ୍ତି ‘କିଛି କର, ସ୍ମାଇଲ୍ କର’। ଠିକ୍ ଏତିକି ବେଳେ ତାଙ୍କ ଉପରେ ପଡେ ମା’ଙ୍କ ଗାଳି। ଦୁଲାରୀ କହୁଛନ୍ତି ଯେ “କ’ଣ କରିବି, ତୁ ମୋର ଫଟୋ ଉଠେଇ ଉଠେଇ ମତେ ବଦନାମ କରିସାରିଲୁଣି… ଦେଖ ଏ ମୋର ମା!”

Advertisment

ଅନୁପମ ମା’ଙ୍କର ଏହି କଥାକୁ ନେଇ କହୁଛନ୍ତି ଯେ ବଦନାମ କରୁଛି? ଆରେ ପୂରା ଦୁନିଆରେ ତୁମର ନାଁ ହେଉଛି। ଏହି ପ୍ରେମର ମାହୋଲ୍ ଭିତରେ ଅନୁପମ ମା’ଙ୍କୁ ପଚାରୁଛନ୍ତି ଯେ ମୋ ଠାରୁ କ’ଣ ତୁମେ ବେଶି ଲୋକପ୍ରିୟ? ଏହା ପରେ ଦୁଲାରୀ ହସି ହସି ହଁ ବୋଲି କହୁଛନ୍ତି। ଏତିକି ବେଳେ ଅନୁପମଙ୍କ ପାଖରେ ଠିଆ ହୋଇଥିବା ତାଙ୍କ ଭାଇ ରାଜୁ ଖେର୍‌ଙ୍କୁ ଫଟୋ ଉଠେଇବା ପାଇଁ ସେ କହିଛନ୍ତି। କିନ୍ତୁ ସେ ମନା କରି ଦିଅନ୍ତି। ଏତିକି ବେଳେ ରାଜୁଙ୍କ ପୋଷାକକୁ ନେଇ ତାଙ୍କ ଉପରେ ଦୁଲାରୀଙ୍କ ଗାଳି ପଡେ।

ସେ କୁହନ୍ତି ଯେ ଏ ତ ଏମିତି ଗନ୍ଧିଆ ଯେ, ନା ସାର୍ଟ ପିନ୍ଧୁଛି ନା ଆଉ କିଛି, କେବଳ୍ ମାସ୍କ ଲଗଉଛି, ଚଡ୍ଡି ପିନ୍ଧିକି ହିଁ ବୁଲୁଛି। ଏହାପରେ ଫଟୋ ଉଠାଇବା ବେଳେ ଦୁଲାରୀ ସ୍ନେହ ଅନୁପମଙ୍କ ଉପରେ ଅଜାଡି ହୋଇପଡେ। ସେ ପ୍ରେମରେ ତାଙ୍କୁ ଚୁମିଦିଅନ୍ତି। ଏହା ପରେ ଅନୁପମମଙ୍କ ଖୁସି କହିଲେ ନ ସରେ। ଭିଡିଓ ଶେୟାର କରି ଅନୁପମ କହିଛନ୍ତି ଯେ “ମା ଦୁଲାରୀଙ୍କ ସହିତ ଫଟୋସୁଟ୍। ମୁଁ ମା’ଙ୍କୁ କହିଲି ଯେ ଆସ ଫଟୋ ଉଠେଇବା, କିନ୍ତୁ ପୁତୁରାକୁ କହିଦେଲି ଭିଡିଓ କରିବା ପାଇଁ। ଏହା ପରେ ଯାହା ହେଲା, ସେଥିରେ ହସର ମାହୋଲ୍ ଖେଳିଗଲା।”

Advertisment

ହାପ୍ ପ୍ୟାଣ୍ଟ୍ ନେଇ ରାଜୁ ଭାଇକୁ ସବୁବେଳେ ମା’ଙ୍କର ଗାଳି ପଡେ ଆଉ ମତେ ମା’ଙ୍କୁ ଲୋକପ୍ରିୟ କରିବା ନେଇ। କିନ୍ତୁ ମତେ ଦୁନିଆର ସବୁଠାରୁ ମୂଲ୍ୟବାନ ମା’ଙ୍କର ପ୍ରେମ ମିଳେ। ମା’ ଓ ପୁଅଙ୍କର ଏଭଳି ସ୍ନେହ ଭିଜା ଭିଡିଓକୁ କିଏ ବା ଏଡେଇ ଦେଇ ଯାଇପାରିବ! ଏହି ଭିଡିଓକୁ ଯିଏ ଦେଖୁଛି ସିଏ ଅଟକିଯାଉଛି ଆଉ ପ୍ରଶଂସା ନ କରି ରହିପାରୁନି।

Bollywood Anupam Kher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ