Advertisment

ସାଉଥ୍ କାହାଣୀ ତିଆରି କରୁଛି, ବଲିଉଡ୍ ଷ୍ଟାର୍ ବିକୁଛି : ଅନୁପମ ଖେର୍

ଏବେ ସାଉଥ୍ ଓ ବଲିଉଡ୍‌କୁ ନେଇ ଚାଲିଛି ଟଣା ଓଟରା। ଏହାରି ଭିତରେ ଅନୁପମ ଖେର୍‌ଙ୍କ ମତ ଚର୍ଚ୍ଚାରେ ରହିଛି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।

ଅଦ୍ୟତନ ହୋଇଛି
Anupam Kher says bollywood selling stars

Anupam Kher says bollywood selling stars

Advertisment

ବଲିଉଡ୍‌ ଇଣ୍ଡଷ୍ଟ୍ରିର ସେହି ଅଭିନେତାମାନଙ୍କ ମଧ୍ୟରୁ ଅନୁପମ ଖେର ଜଣେ, ଯିଏ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ସ୍ୱର ଉତ୍ତୋଳନ କରୁଥିବା ଦେଖାଯାଏ। ନିଜର ବିଚାର ଓ ଖୋଲା କଥା ନେଇ ଜଣାଶୁଣା ଅନୁପମ ଖେର ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ପ୍ରାୟତଃ ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ନଥାନ୍ତି ନିଜ ମତ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି।

Advertisment

ଏସବୁ ମଧ୍ୟରେ ସେ 'ସାଉଥ୍ ଏବଂ ବଲିଉଡ୍‌' ଫିଲ୍ମକୁ ନେଇ ବକ୍ସ ଅଫିସରେ ଚାଲିଥିବା ବିତର୍କ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ବଲିଉଡ୍‌ରେ ଷ୍ଟାର୍‌ ବିକ୍ରି ହେଉଛି। ଭଲ ଫିଲ୍ମ ନିର୍ମାଣ କରି ଏହା ଦର୍ଶକଙ୍କୁ ଖୁସି ଦେଉ ନାହିଁ।

ସେପ୍ଟେମ୍ବର ୧୩ରେ ମୁକ୍ତିଲାଭ କରିଥିବା ସାଉଥ୍‌ର ମିନି ବଜେଟ୍ ଫିଲ୍ମ 'କାର୍ତ୍ତିକେୟ ୨'ରେ ଅନୁପମ ଖେର୍‌ ନଜର ଆସିଥିଲେ। ଏ ଫିଲ୍ମଟି ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ରୋଜଗାରକୁ ଦେଖିଲେ ଏହି ଫିଲ୍ମ ସହିତ ରିଲିଜ୍ ହୋଇଥିବା ଅନ୍ୟାନ୍ୟ ଫିଲ୍ମକୁ ପଛରେ ପକାଇ ଦେଇଛି।

Advertisment

ଏକ ସାକ୍ଷାତକାରରେ ଅନୁପମ ଖେର୍ ସାଉଥ୍ ଫିଲ୍ମର ସଫଳତାକୁ ନେଇ କହିଛନ୍ତି, “ମୁଁ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ କରୁନାହିଁ କିନ୍ତୁ ମୁଁ ଭାବୁଛି ଯେ ସେମାନଙ୍କ ସିନେମା ଅଧିକ ପ୍ରାସଙ୍ଗିକ କାରଣ ସେମାନେ ହଲିଉଡ୍‌କୁ କପି କରୁନାହାଁନ୍ତି। ସେମାନେ (ସାଉଥ୍) କାହାଣୀ କହୁଛନ୍ତି, ଯେତେବେଳେ ଏଠାରେ (ହିନ୍ଦୀ ସିନେମା) ଆମେ ତାରକା ବିକ୍ରି କରୁଛୁ।"

ରିପୋର୍ଟ ଅନୁଯାୟୀ ଅନୁପମ କହିଛନ୍ତି ଯେ ସେ ଦକ୍ଷିଣ ଭାରତୀୟ ସିନେମାରୁ ବହୁତ କିଛି ଶିଖିଛନ୍ତି। ସେ ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏଭଳି ପରିସ୍ଥିତିରେ ସେ କହିଛନ୍ତି ଯେ, ସାଉଥ୍‌ରେ ଦର୍ଶକଙ୍କ ପାଇଁ ଫିଲ୍ମ ନିର୍ମାଣ କରାଯାଏ। ସମସ୍ୟା ସେଠାରୁ ହିଁ ଆରମ୍ଭ ହୁଏ ଯେତେବେଳେ ଆପଣ ଦର୍ଶକଙ୍କୁ ଅଣଦେଖା କରନ୍ତି ଏବଂ ଭାବନ୍ତି ଯେ ଆପଣ ଭଲ ଫିଲ୍ମ ତିଆରି କରି ସେମାନଙ୍କ ଉପରେ ଅନୁକମ୍ପା କରୁଛନ୍ତି। ସୁତରାଂ ଦର୍ଶକଙ୍କୁ ସବୁ ବେଳେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।  

Advertisment
Bollywood Anupam Kher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ