Advertisment

Pushpa 2: ଆସିଲା 'ପୁଷ୍ପା ୨'ର ରିଲିଜ୍ ଡେଟ୍; ପୋଷ୍ଟର୍ କହିଲା ଅନେକ କଥା

‘ପୁଷ୍ପା’ର ଗୀତ, ଆକ୍ସନ୍ ଏବଂ ଅଲୁ ଅର୍ଜୁନଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଏହି ଫିଲ୍ମ ସାଉଥ୍‌ରୁ ବିଦେଶ ପର୍ଯ୍ୟନ୍ତ ଖୁବ ଲୋକପ୍ରିୟତା ହାସଲ କରିଛି। ବର୍ତ୍ତମାନ ‘ପୁଷ୍ପା ୨’ କୁ ନେଇ ଉତ୍ସାହ ଚରମ ସୀମାରେ। ଏହାରି ଭିତରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
Announced 'Puspa 2' release date

Announced 'Puspa 2' release date

Advertisment

ସାଉଥ୍ ଫିଲ୍ମ 'ପୁଷ୍ପା' ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା ​​ଏବଂ ଏହା ଏଯାଏ ଲୋକଙ୍କ ମନରୁ ଯାଉନି। ‘ପୁଷ୍ପା’ର ଗୀତ, ଆକ୍ସନ୍ ଏବଂ ଅଲୁ ଅର୍ଜୁନଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଏହି ଫିଲ୍ମ ସାଉଥ୍‌ରୁ ବିଦେଶ ପର୍ଯ୍ୟନ୍ତ ଖୁବ ଲୋକପ୍ରିୟତା ହାସଲ କରିଛି।

Advertisment

ବର୍ତ୍ତମାନ ‘ପୁଷ୍ପା ୨’ କୁ ନେଇ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରାଯାଇଛି। ତେବେ ଏହାରି ଭିତରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏହା ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି କୁହାଯାଇଛି। ତେବେ ବର୍ତ୍ତମାନ ପ୍ରଶଂସକଙ୍କୁ ୩୩୩ ଦିନ ଅପେକ୍ଷା କରିବାକୁ ପଡିବ।

‘ପୁଷ୍ପା ୨’ ର ରିଲିଜ୍ ତାରିଖ ସହିତ ଫିଲ୍ମରୁ ପୁଷ୍ପାର ଲୁକ୍ ମଧ୍ୟ ସାମ୍ନାକୁ ଆସିଛି। ଏହି ପୋଷ୍ଟର ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍‌ ଆସିଛି। କିନ୍ତୁ ଏହି ପୋଷ୍ଟରରେ ଏମିତି ଏକ ଜିନିଷ ଅଛି ଯାହା ପୁଷ୍ପା ବିଷୟରେ ବହୁତ କିଛି କହିଛି। ‘ପୁଷ୍ପା ୨’ ର ପୋଷ୍ଟରରେ ଆପଣ ଏହା ଲକ୍ଷ୍ୟ କରିଛନ୍ତି କି? ଯଦି ନୁହେଁ, ତେବେ ଜାଣନ୍ତୁ।

Advertisment

‘ପୁଷ୍ପା ୨’ ର ପୋଷ୍ଟରରେ କେବଳ ପୁଷ୍ପାର ହାତ ଦେଖଯାଉଛି। ଏଥିରେ ତିନୋଟି ମୁଦି ଅଛି ଏବଂ ହାତରେ ରକ୍ତ ଲାଗିଛି। କିନ୍ତୁ ଏଥିରେ ତାଙ୍କ କାଣୀ ଆଙ୍ଗୁଠି ସ୍ପଷ୍ଟ ଦେଖାଯାଉଛି। ଏହାର ନଖ ବହୁତ ଲମ୍ବା ଏବଂ ନେଲ୍‌ପଲିସ୍ ମଧ୍ୟ ଲଗାଯାଇଛି।

Announced 'Puspa 2' release dateଆସିଲା 'ପୁଷ୍ପା ୨'ର ରିଲିଜ୍ ଡେଟ୍; ପୋଷ୍ଟର୍ କହିଲା ଅନେକ କଥା

ଏବେ ପ୍ରଶ୍ନ ଉଠୁଛି ଯେ ପୁଷ୍ପା ଏହି କାଣୀ ଆଙ୍ଗୁଠି ଏବଂ ନଖ ଦେଖାଇବା ପଛରେ ବିଶେଷ କାରଣ କ’ଣ? ଏହାର ଉତ୍ତର ମିଳିଛି ଯେ କେତେକ ସଂସ୍କୃତିରେ କାଣୀ ଆଙ୍ଗୁଠିର ନଖ ଲମ୍ବା ରହିବା ଧନ ଏବଂ ଉଚ୍ଚ ସାମାଜିକ ସ୍ଥିତିର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ଏଥିରୁ ବୁଝାଯିବ ଯେ ପୁଷ୍ପାର ଜଲୱା ଏଥର ଭିନ୍ନ ହେବାକୁ ଯାଉଛି।

Advertisment

‘ପୁଷ୍ପା ୨’ ନିର୍ଦ୍ଦେଶକ ସୁକୁମାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି। ଏହା ସାରା ବିଶ୍ୱରେ ଏକାଧିକ ଭାଷାରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ଆଇକନ୍ ତାରକା ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫହାଦ୍ ଫାସିଲ ପ୍ରମୁଖ ଭୂମିକାରେ ଅଛନ୍ତି। ଏଥିରେ ଦେବୀ ଶ୍ରୀ ପ୍ରସାଦଙ୍କ ସଙ୍ଗୀତ ରହିଛି।

Allu Arjun Bollywood Pushpa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ