Animal tsunami at the box office earned rs 356 crore
ରଣବୀର କପୁର ଏବଂ ବବି ଦେଓଲଙ୍କ ‘ଆନିମଲ୍’ ବକ୍ସ ଅଫିସ୍ରେ ଏକ ସୁନାମିରେ ପରିଣତ ହୋଇଛି। ଏହି ଫିଲ୍ମ ପ୍ରତିଦିନ ଖୁବ୍ ଲାଭ କରିଚାଲିଛି। ପ୍ରଥମ ଦିନରେ ‘ଆନିମଲ୍’ ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ଟଙ୍କାରେ ଓପନିଂ କରିଥିଲା। ଫିଲ୍ମ ରିଲିଜ୍ ହେବାର ତିନି ଦିନ ବିତିଗଲାଣି ଏବଂ ପ୍ରଥମ ସପ୍ତାହରେ ଫିଲ୍ମ ୩୫୦ କୋଟିରୁ ଅଧିକ ରୋଜଗାର କରିସାରିଛି। ଏହି ହିସାବରେ ଦେଖିବାକୁ ଗଲେ ରଣବୀର କପୁରଙ୍କ ଫିଲ୍ମ ପ୍ରତିଦିନ ୧୦୦ କୋଟି ଟଙ୍କା ରୋଜଗାର କରିଛି। କେବଳ ଏତିକି ନୁହେଁ, ଏହା ତାଙ୍କ କ୍ୟାରିୟରର ସର୍ବୋଚ୍ଚ ସାପ୍ତାହିକ କଲେକ୍ସନ୍ ଫିଲ୍ମ ହୋଇପାରିଛି।
‘ଆନିମଲ୍’ ପ୍ରଥମ ସପ୍ତାହରେ ସାରା ବିଶ୍ୱରେ ୩୫୦ କୋଟି ଟଙ୍କା ରୋଜଗାର କରିପାରିଛି। ଏହି ଫିଲ୍ମ ରୋଜଗାର କ୍ଷେତ୍ରରେ ‘ଜବାନ’ ଏବଂ ‘ପଠାନ’ ଭଳି ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଛି। ବକ୍ସ ଅଫିସ୍ ଟ୍ରାକର୍ ସକ୍ନିଲ୍କଙ୍କ ତଥ୍ୟ ଅନୁଯାୟୀ, ଭାରତରେ ତୃତୀୟ ଦିନରେ ‘ଆନିମଲ୍’ ୭୨.୫୦ କୋଟି ଟଙ୍କା ଆୟ କରିଥିବାବେଳେ ସାରା ବିଶ୍ୱରେ ୩୫୬ କୋଟି ଟଙ୍କା ଆୟ କରିଛି। ତେବେ ଭାରତରେ ‘ଆନିମଲ୍’ର ତିନି ଦିନିଆ ଆୟ ୨୦୦କୋଟି ଟଙ୍କା ଅତିକ୍ରମ କରିଛି।
ଦୁଇ ଦିନର ରୋଜଗାର ବିଷୟରେ କହିବାକୁ ଗଲେ ‘ଆନିମଲ୍’ ପ୍ରଥମ ଦିନରେ ଭାରତରେ ୬୩.୮ କୋଟି ଟଙ୍କା ରୋଜଗାର କରିଥିଲା, ସେଥିରୁ ହିନ୍ଦୀରେ ୫୪.୭୫ କୋଟି, ତେଲୁଗୁ ଭାଷାରେ ୮.୫୫ କୋଟି, ତାମିଲରେ ୪ ଲକ୍ଷ, କନ୍ନଡରେ ୯ ଲକ୍ଷ ଏବଂ ମାଲାୟାଲମ୍ରେ ୧ ଲକ୍ଷ ଟଙ୍କା ରୋଜଗାର କରିଥିଲା। ଦ୍ୱିତୀୟ ଦିନରେ ଏହି ଫିଲ୍ମ ୬୬.୨୭ କୋଟି ରୋଜଗାର କରିଥିବା ବେଳେ ହିନ୍ଦୀରେ ୫୮.୩୭ କୋଟି, ତେଲୁଗୁ ଭାଷାରେ ୭.୩ କୋଟି, ତାମିଲରେ ୫ ଲକ୍ଷ, କନ୍ନଡରେ ୯ ଲକ୍ଷ ଏବଂ ମାଲାୟାଲମରେ ୧ ଲକ୍ଷ ଆୟ କରିଥିଲା।
ଫିଲ୍ମର ବିଶ୍ୱବ୍ୟାପୀ ରୋଜଗାର ବିଷୟରେ କହିବାକୁ ଗଲେ ‘ଆନିମଲ୍’ ପ୍ରଥମ ଦିନରେ ୧୧୬ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ୧୨୦ କୋଟି ଟଙ୍କା ରୋଜଗାର କରିଥିଲା। ଏହା ପରେ ରଣବୀର କପୁରଙ୍କ ଫିଲ୍ମର ବିଶ୍ୱବ୍ୟାପୀ କଲେକ୍ସନ ୨୩୬ରେ ପହଞ୍ଚିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701679240.jpg)