Advertisment

Day 1 Collection: ‘ଆନିମଲ’ ଭାଙ୍ଗିଲା ‘ଗଦର ୨’, ‘ଜେଲର’, ‘ଟାଇଗର ୩’ର ପ୍ରଥମ ଦିନର ରେକର୍ଡ

ବର୍ତ୍ତମାନ ରଣବୀର କପୁରଙ୍କ ଏହି ଫିଲ୍ମର ଲକ୍ଷ୍ୟ ହେଉଛି ଶାହରୁଖ ଖାନଙ୍କ ଦୁଇଟି ବ୍ଲକ୍‌ବଷ୍ଟର ଫିଲ୍ମ ‘ପଠାନ’ ଏବଂ ‘ଜବାନ’ ଉପରେ। ଏଭଳି ପରିସ୍ଥିତିରେ ‘ଆନିମଲ୍‌’ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ଫିଲ୍ମ ‘ଗଦର ୨’, ‘ଜେଲର’, ‘ଟାଇଗର ୩’ ସମେତ ଚଳିତ ବର୍ଷର ବହୁ ଆୟକାରୀ ଚଳଚ୍ଚିତ୍ରର ପ୍ରଥମ ଦିନର ରେକର୍ଡ ଭାଙ୍ଗିଛି।

ଅଦ୍ୟତନ ହୋଇଛି
Animal real worldwide collection crossed 100 crore

Animal real worldwide collection crossed 100 crore

Advertisment

ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ଡିସେମ୍ବର ୦୧ରେ ରିଲିଜ୍ ହୋଇଥିବା ବେଳେ ଏହାର କ୍ରେଜ ସାରା ବିଶ୍ୱରେ ଦେଖାଯାଉଛି। ଏହାର ପ୍ରମାଣ ହେଉଛି ଫିଲ୍ମର ଆଡଭାନ୍ସ ବୁକିଂ। ଫିଲ୍ମର ଆଡଭାନ୍ସ ବୁକିଂ ଦିନକୁ ଦିନ ବୃଦ୍ଧି ପାଉଛି। ରଣବୀର କପୁର, ବବି ଦେଓଲ, ଅନିଲ କପୁର ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଏହି ଫିଲ୍ମ ଆଡଭାନ୍ସ ବୁକିଂରେ ‘ଗଦର ୨’, ‘ଟାଇଗର ୩’ ଏବଂ ହ୍ରିତିକ ରୋଶନଙ୍କ ଫିଲ୍ମ ‘ୱାର୍‌’ର ରେକର୍ଡ ଭାଙ୍ଗିଛି।

Advertisment

ବର୍ତ୍ତମାନ ରଣବୀର କପୁରଙ୍କ ଏହି ଫିଲ୍ମର ଲକ୍ଷ୍ୟ ହେଉଛି ଶାହରୁଖ ଖାନଙ୍କ ଦୁଇଟି ବ୍ଲକ୍‌ବଷ୍ଟର ଫିଲ୍ମ ‘ପଠାନ’ ଏବଂ ‘ଜବାନ’ ଉପରେ। ଏଭଳି ପରିସ୍ଥିତିରେ ‘ଆନିମଲ୍‌’ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ତେବେ ରଣବୀର କପୁରଙ୍କ ଏହି ଫିଲ୍ମ ‘ପଠାନ’ ଏବଂ ‘ଜବାନ’ର ପ୍ରଥମ ଦିନର କଲେକ୍ସନକୁ ଭାଙ୍ଗିବାରେ ସଫଳ ହୋଇପାରି ନାହିଁ। ତେବେ ଏହି ଫିଲ୍ମ ‘ଗଦର ୨’, ‘ଜେଲର’, ‘ଟାଇଗର ୩’ ସମେତ ଚଳିତ ବର୍ଷର ବହୁ ଆୟକାରୀ ଚଳଚ୍ଚିତ୍ରର ପ୍ରଥମ ଦିନର ରେକର୍ଡ ଭାଙ୍ଗିଛି।

‘ଆନିମଲ୍‌’ ପ୍ରଥମ ଦିନରେ ୧୦୦ କୋଟି ଟଙ୍କା ରୋଜଗାରର ରେକର୍ଡ ଭାଙ୍ଗିଛି। ଫିଲ୍ମର ନିର୍ମାତା ଶେୟାର କରିଥିବା ତଥ୍ୟ ଅନୁଯାୟୀ ଏହା ସାରା ବିଶ୍ୱରେ ୧୧୬ କୋଟି ଟଙ୍କା ରୋଜଗାର କରିଛି, ଯାହା ଟାଇଗର ୩ ଠାରୁ ଖୁବ ଅଧିକ। ଏଥି ସହିତ, ଏହା ହିନ୍ଦୀ ସିନେମାର ସବୁଠୁ ବଡ ସପ୍ତାହିକିଆ ଫିଲ୍ମ ହୋଇପାରିଛି।

Advertisment

ସାକନିଲ୍କ ତଥ୍ୟ ଅନୁଯାୟୀ, ପ୍ରଥମ ଦିନରେ ‘ଆନିମଲ୍’ ସାରା ଭାରତରେ ୬୧ କୋଟି ରୋଜଗାର କରିଥିବା କେବଳ ହିନ୍ଦୀରେ ୫୦.୫ କୋଟି ରୋଜଗାର କରିଛି। ସେହିପରି ତେଲୁଗୁ ଭାଷାରେ ୧୦ କୋଟି, ତାମିଲରେ ୦.୪ କୋଟି, କନ୍ନଡରେ ୦.୯ କୋଟି ଟଙ୍କା, ମାଲାୟାଲମରେ ୧ ଲକ୍ଷ ରୋଜଗାର କରିପାରିଛି।

ପ୍ରକାଶଥାଉଯେ ସାରାଦୁନିଆରେ ପ୍ରଥମ ଦିନରେ ‘ପଠାନ୍’ ୧୦୫ କୋଟି ଟଙ୍କା ରୋଜଗାର କରିଥିବା ବେଳେ ‘ଜବାନ’ ୧୨୯ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ‘ଗଦର ୨’ ପ୍ରଥମ ଦିନରେ ସାରା ଭାରତରେ ୪୦.୧ କୋଟି ରୋଜଗାର କରିଥିବା ବେଳେ ‘ଟାଇଗର ୩’ ୪୪.୫୦କୋଟି, ଜେଲର୍ ୪୮.୩୫କୋଟି ଓ ‘ୱାର୍‌’ ୫୩.୩୫ କୋଟି ରୋଜଗାର କରିଥିଲା।

Advertisment
Rashmika Mandanna Bollywood Anil Kapoor Ranbir Kapoor Bobby Deol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ