Animal cast fees know who is the highest paid and who got the lowest
ନିଜର ଡେବ୍ୟୁ ଫିଲ୍ମ କବୀର ସିଂହ/ଅର୍ଜୁନ ରେଡ୍ଡୀ ସହ ହଇଚଇ ସୃଷ୍ଟିକରିବା ଏବଂ ସମାଲୋଚକମାନଙ୍କ ପ୍ରଶଂସା ପାଇବା ପରେ ସନ୍ଦୀପ ରେଡ୍ଡୀ ଭଙ୍ଗା ପୁଣିଥରେ ତାଙ୍କ ନୂଆ ଫିଲ୍ମ ‘ଆନିମଲ’ ସହିତ ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ ଅଛନ୍ତି। ମୁଖ୍ୟ ଭୂମିକାରେ ରଣବୀର କପୁରଙ୍କ ଅଭିନୀତ ଏହି ଫିଲ୍ମର ଟ୍ରେଲର ଗୁରୁବାର ବା ୨୩ ନଭେମ୍ବରରେ ରିଲିଜ୍ ହୋଇଛି, ଯାହା ରଣବୀରଙ୍କ ଜବରଦସ୍ତ ଲୁକ୍ ଆଉ ଦମଦାର ଅଭିନୟକୁ ନେଇ ଇଣ୍ଟର୍ନେଟ୍ରେ ଉତ୍ସାହ ଦେଖାଦେଇଛି।
ଏଥିରେ ମୁଖ୍ୟ ଭୂମିକାରେ ବବି ଦେଓଲ, ଅନିଲ କପୁର ଏବଂ ରଶ୍ମିକା ମନ୍ଦନା ମଧ୍ୟ ଅଭିନୟ କରିଛନ୍ତି। ‘ଆନିମଲ’ର ଟ୍ରେଲର ରିଲିଜ୍ ହେବାର ପ୍ରଥମ ୨୧ ଘଣ୍ଟାରେ ୪୯ ମିଲିୟନରୁ ଅଧିକ ଭ୍ୟୁ ଏବଂ ୮୮୧K ଲାଇକ୍ ମିଳିଥିଲା। ଫିଲ୍ମ ପ୍ରେମୀମାନେ ଏହାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି। ଏହାରି ଭିତରେ ‘ଆନିମଲ’ର ଷ୍ଟାର୍ କାଷ୍ଟ୍ ଫି’ ସାମ୍ନାକୁ ଆସିଛି। ପ୍ରକାଶ ପାଇଛି। ତେବେ ଆସନ୍ତୁ ଜାଣିବା ‘ଆନିମଲ’ ପାଇଁ କେଉଁ ଷ୍ଟାର୍ କେତେ ଟଙ୍କାରେ ସାଇନ୍ କରିଛନ୍ତି।
ରଣବୀର କପୁର:
‘ଆନିମଲ’ରେ ରଣବୀର କପୁର ଏମିତି ଲୁକ୍ରେ ନଜର ଆସିଛନ୍ତି ସେପରି ତାଙ୍କୁ ପୂର୍ବରୁ କେବେ ଦେଖିବାକୁ ମିଳିନି। ସେ ଏମିତି ଏକ ଚରିତ୍ରରେ ନଜର ଆସିଛନ୍ତି ଯାହା ପରଦାରେ ହଇଚଇ ଖେଳେଇ ଦେଉଛି। ଏହି ଫିଲ୍ମଟି ଡିସେମ୍ବର ୧ ରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ ହେଉଛି। ଖବର ଅନୁଯାୟୀ, ରଣବୀର ଏହି ଫିଲ୍ମରେ ଅନ୍ୟ କଳାକାରଙ୍କ ତୁଳନାରେ ମୋଟା ଅଙ୍କରେ ସାଇନ୍ କରିଛନ୍ତି। କୁହାଯାଉଛି ଯେ ରଣବୀର ଏହି ଫିଲ୍ମରେ ସାଇନ୍ କରିବା ପାଇଁ ୭୦ କୋଟି ଟଙ୍କା ନେଇଛନ୍ତି।
ଅନିଲ କପୁର:
ଅନିଲ କପୁର ‘ଆନିମଲ’ରେ ରଣବୀରଙ୍କ ବାପା ତଥା ବିଜ୍ନେସ୍ ଟାଇକୁନ୍ ବଲବୀର ସିଂହ ଭୂମିକାରେ ଅଭିନୟ କରିଛନ୍ତି। ପ୍ରକାଶ ଯେ, ଏହି ଫିଲ୍ମ ପାଇଁ ଅନିଲ କପୁର ୨ କୋଟି ଟଙ୍କା ନେଇଛନ୍ତି।
ବବି ଦେଓଲ୍:
ଏହି ଫିଲ୍ମର ମୁଖ୍ୟ ଆକର୍ଷଣ ଭାବରେ ବବି ଦେଓଲଙ୍କୁ ଦେଖାଯାଏ। ଟ୍ରେଲରରୁ ସେ ନିଜର ଛାପ ଛାଡିଛନ୍ତି। ତାଙ୍କର ଭୂମିକା ମଧ୍ୟ ଖୁବ ଦମଦାର ଲାଗୁଛି। ସମସ୍ତେ ତାଙ୍କ ପରଫର୍ମାନ୍ସ ଦେଖି ସାରିଲେଣି। କିନ୍ତୁ ଫି’ ଦୃଷ୍ଟିରୁ ସେ ରଣବୀରଙ୍କଠାରୁ ବହୁତ ପଛରେ ଅଛନ୍ତି। କୁହାଯାଉଛି ଯେ ବବି ଦେଓଲ ଏହି ଫିଲ୍ମ ପାଇଁ ୪-୫ କୋଟି ଟଙ୍କା ନେଇଛନ୍ତି।
ରଶ୍ମିକା ମନ୍ଦନା:
ଏହି ଫିଲ୍ମ ପାଇଁ ରଶ୍ମିକା ମନ୍ଦନା ୨ କୋଟି ଟଙ୍କା ନେଇଛନ୍ତି। ଏଥିରେ ସେ ରଣବୀର କପୁରଙ୍କ ପତ୍ନୀ ଗୀତାଞ୍ଜଳି ଭୂମିକାରେ ଅଭିନୟ କରିଛନ୍ତି।
ଶକ୍ତି କପୁର:
ଏହି ଫିଲ୍ମର ଷ୍ଟାର୍କାଷ୍ଟ୍ରେ ଶକ୍ତି କପୁର ମଧ୍ୟ ସାମିଲ ହୋଇଛନ୍ତି। ସେ ଏହି ଫିଲ୍ମ ପାଇଁ ମାତ୍ର ୩୦ ଲକ୍ଷ ଟଙ୍କାରେ ରାଜି ହୋଇଯାଇଥିଲେ।
ତୃପ୍ତି ଡିମରୀ:
ଏହି ଫିଲ୍ମ ପାଇଁ ତୃପ୍ତି ଡିମରୀଙ୍କୁ ୪୦ ଲକ୍ଷ ଟଙ୍କାରେ ସାଇନ୍ କରାଯାଇଛି।
ସିଦ୍ଧାନ୍ତ କାର୍ଣ୍ଣିକ:
ସିଦ୍ଧାନ୍ତ କାର୍ଣ୍ଣିକ ମଧ୍ୟ ‘ଆନିମଲ୍’ରେ ଏକ ଛୋଟ ଭୂମିକା ଗ୍ରହଣ କରିଛନ୍ତି। କୁହାଯାଉଛି ଯେ ଛୋଟ ହେଲେ ବି ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ତାଙ୍କୁ ୨୦ ଲକ୍ଷ ଟଙ୍କାରେ ସାଇନ୍ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700912046.jpg)