Advertisment

Viral Video: ଝିଅର ବ୍ରାଲେଟ୍ ଦେଖି ମଜ୍ଜା ଉଡେଇଲେ ବାପା; କହିଲେ ଟପ୍ ପିନ୍ଧିବାକୁ ଭୁଲିଗଲ କି…

ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଅଲାନାଙ୍କର ଏକ ଭିଡିଓ ଏବେ ଆଲୋଚନାର ବିଷୟ ପାଲଟିଛି, ଯାହାକୁ ସେ ନିଜେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି। ଭିଡିଓରେ ତାଙ୍କ ବାପା ଚିକ୍କୀ ପାଣ୍ଡେ ତାଙ୍କ ଝିଅର ଅଜବ ପୋଷାକ ଦେଖିବା ପରେ ପ୍ରଶ୍ନ ପଚାରୁଥିବାର ନଜର ଆସିଛନ୍ତି।

ଅଦ୍ୟତନ ହୋଇଛି
Ananya panday cousin alanna panday father asks her did you forget to wear top

Ananya panday cousin alanna panday father asks her did you forget to wear top

Advertisment

ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଓ ଚଙ୍କୀ ପାଣ୍ଡେଙ୍କ ଝିଆରୀ ଅଲାନା ପାଣ୍ଡେ ଜଣେ ୟୁଟ୍ୟୁବର୍ ଏବଂ ଜଣାଶୁଣା ଇନ୍‌ଫ୍ଲ୍ୟୁଏନ୍ସର୍, ଯିଏ ନିଜ ଚେହେରା ଏବଂ ଷ୍ଟାଇଲ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ଆଜିକାଲି ସୋସିଆଲ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର୍ ଅଲାନା ପାଣ୍ଡେ ଆମାଜନ ପ୍ରାଇମ ଭିଡିଓ ଶୋ’ 'ଦି ଟ୍ରାଇବ୍‌' ସହିତ OTT ଡେବ୍ୟୁ ପାଇଁ ହେଡ୍‌ଲାଇନ୍‌ରେ ଅଛନ୍ତି।

Advertisment

ଏହି ରିଅଲିଟି ଶୋ ଦେଖେଇବ ଯେ କିପରି ଯୁବ ଇନ୍‌ଫ୍ଲ୍ୟୁଏନ୍ସର୍‌ମାନେ ଲସ୍ ଆଞ୍ଜେଲ୍ସରେ ନିଜକୁ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରୁଛନ୍ତି ଏବଂ କିଛି ବଡ କରିବାକୁ ଚାହୁଁଛନ୍ତି।

Advertisment

ଏସବୁ ମଧ୍ୟରେ ଅଲାନାଙ୍କର ଏକ ଭିଡିଓ ଏବେ ଆଲୋଚନାର ବିଷୟ ପାଲଟିଛି, ଯାହାକୁ ସେ ନିଜେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି। ଭିଡିଓରେ ତାଙ୍କ ବାପା ଚିକ୍କୀ ପାଣ୍ଡେ ତାଙ୍କ ଝିଅର ଅଜବ ପୋଷାକ ଦେଖିବା ପରେ ପ୍ରଶ୍ନ ପଚାରୁଥିବାର ନଜର ଆସିଛନ୍ତି।

Advertisment

ତେବେ ଅଲାନା ପାଣ୍ଡେ ଶେୟାର କରିଥିବା ଏହି ଭିଡିଓ ତାଙ୍କ ଶୋ’ ସହିତ ଜଡିତ। ଭିଡିଓରେ ଅଲାନା ତାଙ୍କ ବାପାମାଆ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହ ନଜର ଆସିଛନ୍ତି, ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।


ତୁମେ ତୁମର ଟପ୍ ପିନ୍ଧିବାକୁ ଭୁଲି ଯାଇଛ କି:

ଏହି ଭିଡିଓରେ ଅଲାନା ତାଙ୍କ ପରିବାର ସଦସ୍ୟଙ୍କ ସହ ବସିଛନ୍ତି। ସେ ସବୁଜ ରଙ୍ଗର ବ୍ରାଲେଟ୍ ଏବଂ ଧଳା ଜଗର୍ସ ପିନ୍ଧିଛନ୍ତି। ଏହି ଅବତାରରେ ତାଙ୍କ ଝିଅକୁ ଦେଖି ଚିକ୍କୀ ପାଣ୍ଡେ ପଚାରିଛନ୍ତି – “ଅଲାନା, ତୁମେ କୌଣସି କାରଣରୁ ତୁମର ଟପ୍ ପିନ୍ଧିବାକୁ ଭୁଲି ଯାଇଛ କି?”


ଅଲାନା ଆଶ୍ଚର୍ଯ୍ୟ ହୋଇ କହିଲେ:

ବାପାଙ୍କ ପ୍ରଶ୍ନ ଶୁଣି ଅଲାନା ଆଶ୍ଚର୍ଯ୍ୟ ହୋଇଗଲେ ଆଉ ଉଠି ପଚାରିଲେ – “ଆପଣ ସତରେ ଏମିତି ପଚାରୁଛନ୍ତି, ଏହି ପୋଷାକରେ କ’ଣ ଭୁଲ୍ ଅଛି?”

ଏହା ପରେ ସେ ପୁଣି କହିଛନ୍ତି – “ଏହା ଏକ ସାର୍ଟ।' ତା’ପରେ ଚିକ୍କୀ ଆଉ ଥରେ ଝିଅର କଥାକୁ କାଟି କହିଛନ୍ତି, “ଏହା LA ନୁହେଁ, ଏହା ହେଉଛି ବାନ୍ଦ୍ରା”। ଅଲାନା ପୁଣି କହିଛନ୍ତି, “ଏହା ହେଉଛି ବ୍ରାଲେଟ୍ ଆଉ ଏହା ହେଉଛି ଏକ ଟପ୍।” ଚିକ୍କୀ ପୁଣି ଝିଅକୁ କୁହନ୍ତି, “ତୁମେ କ’ଣ କହିଲ ବ୍ରା, ତେବେ ତୁମକୁ କ’ଣ ଲାଗୁନି ଏହା ଭିତରେ ଲୁଚି ରହିବା କଥା।” ଏହା ଶୁଣି ଅଲାନା ହସି ହସି ବସି ପଡ଼ନ୍ତି।

Bollywood Ananya Panday Chunky Panday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ