ବିଗ୍ ବି ଅମିତାଭ୍ ବଚ୍ଚନଙ୍କୁ ପୁଣି କରୋନା । ଏ ନେଇ ନିଜେ ଅମିତାଭ୍ ବଚ୍ଚନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, 'ମୁଁ କୋଭିଡ୍ ପଜିଟିଭ୍ ଆସିଛି, ମୋ ସହିତ ଯେଉଁମାନେ ମିଳାମିଶା କରିଛନ୍ତି, ସେମାନେ ମଧ୍ୟ ନିଜର ଟେଷ୍ଟ କରାଇ ନିଅନ୍ତୁ' ।
Also Read
ଏହା ପୂର୍ବରୁ ମଧ୍ୟ ଅମିତାଭ୍ ବଚ୍ଚନ ୨୦୨୦ ଜୁଲାଇରେ କରୋନାରେ ସଂକ୍ରମିତ ହୋଇଥିଲେ । ସେତେବେଳେ ସେ ପ୍ରାୟ ୩ ସପ୍ତାହ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟା ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ ।
ବର୍ତ୍ତମାନ ଅମିତାଭ ବଚ୍ଚନ କୌନ ବନେଗା କୋରର ପତିର ହୋଷ୍ଟିଂ କରୁଛନ୍ତି। ଆଗାମୀ ଦିନରେ ସେ ଆୟନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ର ପାର୍ଟ ୱା-ଶିବ, ବିକାଶ ଭଲଙ୍କ ଗୁଡ ବାଏ, ଉଚ୍ଚାଇ ଓ ପ୍ରୋଜେକ୍ଟ କେରେ ନଜର ଆସିବେ।