Advertisment

ପାନ ମସଲା କମ୍ପାନୀ ‘କମଲା ପସନ୍ଦ’ର ଡିଲ୍‌କୁ ଛାଡିଲେ ଅମିତାଭ

ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆଜି ତାଙ୍କର ୭୯ତମ ଜନ୍ମଦିନ ପାଳୁଛନ୍ତି। ଏହି ଅବସରରେ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ୍ ମିଡିଆରେ ସେ ଜଣେଇଛନ୍ତି ଯେ ପାନ ମସଲା କମ୍ପାନୀ ‘କମଲା ପସନ୍ଦ’ରେ କରିଥିବା ଡିଲ୍‌କୁ ସେ ଛାଡିଛନ୍ତି। ନିକଟରେ ପାନ ମସଲାର ବିଜ୍ଞାପନ କରିବା ନେଇ ଅମିତାଭଙ୍କୁ ଅନେକ ଟ୍ରୋଲ୍‌ର ଶିକାର ହେବାକୁ ପଡିଥିଲା। ଏହାକୁ ନେଇ ବିଗ୍ ବି ନିଜ ଅଫିସ୍‌ର ମତକୁ ବି ନିଜ ବ୍ଲଗ୍‌ରେ ଶେୟାର କରିଛନ୍ତି।

Amitabh Bachchan tearup deal with Kamla Pasand pan masala

Amitabh Bachchan tearup deal with Kamla Pasand pan masala

Advertisment

ମୁମ୍ବାଇ : ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆଜି ତାଙ୍କର ୭୯ତମ ଜନ୍ମଦିନ ପାଳୁଛନ୍ତି। ଏହି ଅବସରରେ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ୍ ମିଡିଆରେ ସେ ଜଣେଇଛନ୍ତି ଯେ ପାନ ମସଲା କମ୍ପାନୀ ‘କମଲା ପସନ୍ଦ’ରେ କରିଥିବା ଡିଲ୍‌କୁ ସେ ଛାଡିଛନ୍ତି। ନିକଟରେ ପାନ ମସଲାର ବିଜ୍ଞାପନ କରିବା ନେଇ ଅମିତାଭଙ୍କୁ ଅନେକ ଟ୍ରୋଲ୍‌ର ଶିକାର ହେବାକୁ ପଡିଥିଲା। ଏହାକୁ ନେଇ ବିଗ୍ ବି ନିଜ ଅଫିସ୍‌ର ମତକୁ ବି ନିଜ ବ୍ଲଗ୍‌ରେ ଶେୟାର କରିଛନ୍ତି।

Advertisment

ଅମିତାଭଙ୍କ ଅଫିସ୍ ତରଫରୁ କୁହାଯାଇଛି ଯେ ଅମିତାଭ ବଚ୍ଚନଙ୍କୁ ଜଣା ନ ଥିଲା ଯେ ଏହି ବିଜ୍ଞାପନ ସରୋଗେଟ୍ ଆଡ୍‌ଭର୍ଟାଇଜିଂ ଅଧିନରେ ଆସୁଛି ବୋଲି। ଏ କଥା ଜଣାପଡିଲା ପରେ ଗତ ସପ୍ତାହରେ ତାଙ୍କ ଡିଲକୁ ଶେଷ କରିଦିଆଯାଇଛି ଆଉ ଏହି ବିଜ୍ଞାପନରୁ ମିଳିବାକୁ ଥିବା ଟଙ୍କାକୁ ମଧ୍ୟ ଫେରେଇ ଦିଆଯାଇଛି। ବିଗ୍ ବି ଅମିତାଭଙ୍କ ବ୍ଲଗ୍‌ରେ ଲେଖାଯାଇଥିବା ତାଙ୍କ ଅଫିସର ମତ ଅନୁସାରେ “କମଲା ପସନ୍ଦ ବିଜ୍ଞାପନ ଅନ୍‌ଏୟାର ହେବାର କିଛି ଦିନ ପରେ ମିଷ୍ଟର ବଚ୍ଚନ ବ୍ରାଣ୍ଡ୍ ସହିତ ସମ୍ପର୍କ କରିଥିଲେ ଏବଂ ଗତ ସପ୍ତାହରେ ଏହି ଡିଲ୍‌ରୁ ହଟିଯାଇଛନ୍ତି।”

Amitabh Bachchan tearup deal with Kamla Pasand pan masalaପାନ ମସଲା କମ୍ପାନୀ ‘କମଲା ପସନ୍ଦ’ର ଡିଲ୍‌କୁ ଛାଡିଲେ ଅମିତାଭ

ଏଥିରେ ଆହୁରି କୁହାଯାଇଛି ଯେ “ହଠାତ ଏହି ନିଷ୍ପତ୍ତି କାହିଁକି ନେଲେ- ମିଷ୍ଟର ବଚ୍ଚନ ଯେତେବେଳେ ଏହି ବ୍ରାଣ୍ଡ୍ ସହିତ ଜଡିତ ଥିଲେ ତାଙ୍କୁ ଜଣା ନ ଥିଲା ଯେ ଏହି ବିଜ୍ଞାପନ ପ୍ରତିବଧିତ ଉତ୍ପାଦ ସମ୍ବନ୍ଧିତ ବିଜ୍ଞାପନ ଅଧିନରେ ଆସୁଛି ବୋଲି। ସେ ଏବେ ବ୍ରାଣ୍ଡ ସହିତ ହୋଇଥିବା ଚୁକ୍ତିକୁ ଶେଷ କରିଦେଇଛନ୍ତି ଏବଂ ବ୍ରାଣ୍ଡ୍‌କୁ ନିଜର ଟର୍ମିନେସନ ବିଷୟରେ ଲେଖିଦେଇଛନ୍ତି। ପ୍ରୋମୋଶନ ପାଇଁ ମିଳିଥିବା ଫିସ ମଧ୍ୟ ଫେରେଇ ଦେଇଛନ୍ତି।”

Advertisment

ପ୍ରକାଶଥାଉ ଯେ ପୂର୍ବରୁ ଏକ ବେସରକାରୀ ସଂଗଠନ ‘ରାଷ୍ଟ୍ରୀୟ ତମାକୁ ସଂଗଠନ’(ନୋଟ୍) ପାନ ମସଲା ବ୍ରାଣ୍ଡ୍‌ର ବିଜ୍ଞାପନର ଅଂଶ ନ ହେବା ପାଇଁ ମତ ଦେଇଥିଲା। ଏହାପରେ ଅନେକ ଲୋକ ମଧ୍ୟ ଅମିତାଭ ବଚ୍ଚନଙ୍କୁ ଟ୍ରୋଲ୍ କରିଥିଲେ। ତେବେ ଅମିତାଭ ବଚ୍ଚନଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ସେ ନିଜ ଜନ୍ମଦିନରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି।

Advertisment

ନିଜ ଜନ୍ମଦିନ ଅବସରରେ ଅମିତାଭ ବଚ୍ଚନ ସବୁ ବର୍ଷ ପରି ଏଥର ମଧ୍ୟ ନିଜ ଘର ‘ଜଲ୍‌ସା’ରୁ ବାହାରକୁ ଆସିଛନ୍ତି। ବାହାରେ ତାଙ୍କୁ ଶୁଭେଚ୍ଛା ଜଣେଇବାକୁ ଉପସ୍ଥିତ ଥିବା ଲୋକଙ୍କୁ ଅଭିବାଦନ ଜଣେଇଛନ୍ତି। ଲୋକମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣେଇବା ସହିତ ତାଙ୍କର ଜୟ ଜୟକାର କରିଥିଲେ। ପ୍ରଶଂସକମାନଙ୍କ ମୁହଁରେ ହସର ମାହୋଲ ଥିବା ବେଳେ ସମସ୍ତେ ତାଳି ବଜଉଥିବା ନଜର ଆସିଥିଲେ।

Amitabh Bachchan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ