Advertisment

‘ଶହଂଶାହ’ରେ ପିନ୍ଧିଥିବା ଜ୍ୟାକେଟ୍ କାହାକୁ ଗିପ୍ଟ୍ ଦେଲେ ଅମିତାଭ

‘ଶହଂଶାହ’ର ଲୋକପ୍ରିୟ ଜ୍ୟାକେଟ୍‌କୁ ନେଇ ଅମିତାଭ ଏକ ପୋଷ୍ଟ୍ ଶେୟାର କରିଛନ୍ତି। ଅମିତାଭ ଏହି ଫିଲ୍ମରେ ପିନ୍ଧିଥିବା ଷ୍ଟିଲ୍ ଆର୍ମ ବାଲା କଳା ଜ୍ୟାକେଟ୍‌ଟିକୁ ତାଙ୍କର ଜଣେ ପ୍ରଶଂସକଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି। ସେ କିଏ ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
Amitabh Bachchan Gifts His Jacket To Fan

Amitabh bachchan revealed he gifts his shahenshah steel arm jacket to his fan

Advertisment

ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଶୋଲେ’ ହେଉ କି ‘ଶହଂଶାହ’ ପ୍ରତ୍ୟେକ ଚଳଚ୍ଚିତ୍ରର ଆଲୋଚନା ସୋସିଆଲ ମିଡିଆ ରେ ଚାଲିଥାଏ। ନିକଟରେ, ତାଙ୍କ ହିଟ୍ ଫିଲ୍ମ ‘ଶୋଲେ’ର ସୁଟିଂ ସମୟର କିଛି ଅଣଦେଖା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ବର୍ତ୍ତମାନ ଅମିତାଭ ବଚ୍ଚନ ନିଜେ ୧୯୮୮ର ଚଳଚ୍ଚିତ୍ର ‘ଶହଂଶାହ’ର ଲୋକପ୍ରିୟ ଜ୍ୟାକେଟ୍‌କୁ ନେଇ ଏକ ପୋଷ୍ଟ୍ ଶେୟାର କରିଛନ୍ତି। ଅମିତାଭ ଏହି ଫିଲ୍ମରେ ପିନ୍ଧିଥିବା ଷ୍ଟିଲ୍ ଆର୍ମ ବାଲା କଳା ଜ୍ୟାକେଟ୍‌ଟିକୁ ସାଉଦି ଆରବର ତାଙ୍କର ଜଣେ ପ୍ରଶଂସକଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଅମିତାଭ ଦିନେ ୧,୬୪୯ଟଙ୍କା ପାଉଥିଲେ, ଗୋଟେ ରୁମ୍‌ରେ ୮ ଜଣ ରହୁଥିଲେ

ନିକଟରେ ଏକ ଟୁଇଟ୍ କରି ବିଗ୍ ବି ଜ୍ୟାକେଟ୍‌କୁ "ଫେରିପାଇବାରେ ସକ୍ଷମ" ହେବା ନେଇ ଲେଖିଛନ୍ତି, ଯାହା ଅଶୀ ଓ ନବେ ଦଶକର ଶେଷ ଭାଗରେ ଏକ ବଡ ଫ୍ୟାଶନ୍ ଷ୍ଟେଟ୍‌ମେଣ୍ଟ୍‌ରେ ପରିଣତ ହୋଇଥିଲା। ଜ୍ୟାକେଟ୍ ଗ୍ରହଣ କରିବା ସମୟରେ ଅଭିନେତା ତାଙ୍କ ବନ୍ଧୁଙ୍କ ଦ୍ୱାରା ଶେୟାର ହୋଇଥିବା ଏକ ଥ୍ୟାଙ୍କ୍‌ୟୁ ନୋଟ୍‌ର ରିଟ୍ୱିଟ୍‌ କରିଛନ୍ତି।

ଏଥିରେ ଲେଖାଅଛି, "ମନୋରଞ୍ଜନ ଦୁନିଆର ସର୍ବଶ୍ରେଷ୍ଠ ତଥା ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଅମିତାଭ ବଚ୍ଚନ, ଆପଣ କେବଳ ଭାରତ ନୁହେଁ ବିଶ୍ୱ ପାଇଁ ସମ୍ମାନର ବିଷୟ। ଆପଣ ପଠାଇଥିବା ଉପହାର ପାଇଁ ଧନ୍ୟବାଦ, ଏହା ବହୁତ କିଛି ମାନେ ରଖେ।" ଏହା ସହିତ ଏଥିରେ ସାଉଦି ଆରବ ଏବଂ ଭାରତର ପତାକାର ପ୍ରତୀକ ମଧ୍ୟ ଯୋଗ କରାଯାଇଛି।

Advertisment

ଏହି ଟ୍ୱିଟ୍‌ର ଜବାବରେ ଅମିତାଭ ବଚ୍ଚନ ଲେଖିଛନ୍ତି, “ମୋର ପ୍ରିୟ ତଥା ସବୁଠାରୁ ବିଚାରଶୀଳ ବନ୍ଧୁ… ମୁଁ ଖୁବ ଗୌରାନ୍ୱିତ ଅନୁଭବ କରୁଛି ଯେ ଆପଣ ମୋ ଫିଲ୍ମ ‘ଶହଂଶାହ’ରେ ପିନ୍ଧିଥିବା ଷ୍ଟିଲ୍‌ ଆର୍ମ ବାଲା ଜ୍ୟାକେଟ୍‌ର ଉପହାର ପାଇଛନ୍ତି… ଆଉ କେଉଁ ଦିନ ମୁଁ ଆପଣଙ୍କୁ କହିବି ଯେ ମୁଁ ଏହାକୁ ପୁନର୍ବାର କିପରି ପାଇଲି… ତୁମକୁ ମୋର ଭଲ ପାଇବା।"

୧୨ ଫେବୃଆରୀ ୧୯୮୮ରେ ମୁକ୍ତିଲାଭ କରିଥିବା ‘ଶହଂଶାହ’ରେ ଅମିତାଭ ବଚ୍ଚନ ବିଜୟ କୁମାର ଶ୍ରୀବାସ୍ତବଙ୍କ ଭୂମିକାରେ ଅଭିନୟ କରିଥିଲେ ଯିଏ ଦିନରେ ଏକ ଭ୍ରଷ୍ଟ ପୋଲିସ୍ ଅଫିସର୍ ଓ ରାତିରେ ଅନ୍ୟାୟ ବିରୁଦ୍ଧରେ ଲଢୁଥିଲେ। ଏଥିରେ ମୀନାକ୍ଷୀ ସେଶାଦ୍ରି, ପ୍ରାଣ, ଅରୁଣା ଇରାନୀ, ପ୍ରେମ ଚୋପ୍ରା, ଅମରୀଶ ପୁରୀ, କାଦର ଖାନ, ସୁପ୍ରିୟା ପାଠକ୍ ଏବଂ ଅବତାର ଗିଲ ମଧ୍ୟ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଏକ ବଡ଼ ସଫଳତା ପାଇଥିଲା। ଅମିତାଭ ବଚ୍ଚନଙ୍କୁ ପରବର୍ତ୍ତୀ ସମୟରେ ‘ପ୍ରୋଜେକ୍ଟ କେ’ରେ ଦେଖିବାକୁ ମିଳିବ।

Advertisment
Amitabh Bachchan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ