Advertisment

ଅଯୋଧ୍ୟାରେ ପ୍ଲଟ୍ କିଣିଲେ ବିଗ୍ ବି; ମୁମ୍ବାଇ ପ୍ଲଟ୍ ଠାରୁ ବି ମହଙ୍ଗା; ଜାଣନ୍ତୁ ଦାମ୍

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ଅତିଥି ତାଲିକାରେ ସ୍ଥାନ ପାଇଛନ୍ତି। ଏସବୁ ମଧ୍ୟରେ ବିଗ୍ ବିଙ୍କୁ ନେଇ ଆଉ ଏକ ଖବର ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ସେ ଅଯୋଧ୍ୟାରେ ଏକ ପ୍ଲଟ୍ କିଣିଛନ୍ତି।

ଅଦ୍ୟତନ ହୋଇଛି
amitabh bachchan bought a plot in ayodhya

amitabh bachchan bought a plot in ayodhya

Advertisment

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି। ଜାନୁଆରୀ ୨୨ ରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବଡ ବଡ ସେଲିବ୍ରେଟିମାନେ ଅଂଶଗ୍ରହଣ କରିବେ। କ୍ରୀଡା, ରାଜନୀତି ଏବଂ ଚଳଚ୍ଚିତ୍ର ଶିଳ୍ପରୁ ବହୁ ବଡ ବଡ ବ୍ୟକ୍ତିତ୍ୱ ଏହି ମହାନ ମହୋତ୍ସବର ସାକ୍ଷୀ ହେବେ।

Advertisment

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଏହି ପ୍ରାଣ ପ୍ରତିଷ୍ଠା ସମାରୋହର ଅତିଥି ତାଲିକାରେ ସ୍ଥାନ ପାଇଛନ୍ତି। ଏସବୁ ମଧ୍ୟରେ ବିଗ୍ ବିଙ୍କୁ ନେଇ ଆଉ ଏକ ଖବର ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ସେ ଅଯୋଧ୍ୟାରେ ଏକ ପ୍ଲଟ୍ କିଣିଛନ୍ତି। ସେ ଏହି ପ୍ଲଟ୍‌କୁ ମୁମ୍ବାଇର ଏକ ଡେଭେଲପର୍ କମ୍ପାନୀ ‘ଦ ହାଉସ୍ ଅଫ୍ ଅଭିନନ୍ଦନ ଲୋଡା((HoABL))’ ମାଧ୍ୟମରେ କିଣିଛନ୍ତି।

ଅମିତାଭ ବଚ୍ଚନଙ୍କ ଏହି ପ୍ଲଟ୍‌ ସେଭେନ୍ ଷ୍ଟାର୍ ମଲ୍ଟି ପର୍‌ପୋଜ୍ ଏନ୍‌କ୍ଲେଭରେ – ଦ ସରଯୂରେ ଅଛି। ଡେଭେଲପର୍ କମ୍ପାନୀ ଏହାର ଅଧିକ ତଥ୍ୟ ପ୍ରକାଶ କରି ନାହିଁ। ତେବେ କମ୍ପାନୀ ସହ ଜଡିତ ଉତ୍ସଗୁଡିକ ଏହାର ମୂଲ୍ୟ ଏବଂ ପ୍ଲଟ୍‌ର ଆକାର ପ୍ରକାଶ କରିଛି। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଏହି ପ୍ଲଟର ମୂଲ୍ୟ ୧୪.୫ କୋଟି ଟଙ୍କା ହୋଇଥିବାବେଳେ ଏହାର ଆକାର ୧୦ ହଜାର ବର୍ଗଫୁଟ ବୋଲି ସୂତ୍ରରୁ ପ୍ରକାଶ।

Advertisment

ଅମିତାଭ ବଚ୍ଚନଙ୍କ ଜନ୍ମସ୍ଥାନ ଅଯୋଧ୍ୟାଠାରୁ ବେଶି ଦୂର ନୁହେଁ। ବିଗ୍ ବି ହେଉଛନ୍ତି ପ୍ରୟାଗର ବାସିନ୍ଦା। ପ୍ରୟାଗରାଜରୁ ଅଯୋଧ୍ୟା ପର୍ଯ୍ୟନ୍ତ ଦୂରତା ୫ ଘଣ୍ଟାରୁ କମ୍ ବାଟ। ଡେଭେଲପର୍ କମ୍ପାନୀ ଅମିତାଭ ବଚ୍ଚନଙ୍କ ପ୍ଲଟ୍‌ କ୍ରୟକୁ ଏକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଛି। କମ୍ପାନୀ ସଭାପତି ଅଭିନନ୍ଦନ ଲୋଡା କହିଛନ୍ତି ଯେ ସେ ବିଗ୍ ବିଙ୍କୁ ସରଯୂର ପ୍ରଥମ ଗ୍ରାହକ ଭାବରେ ସ୍ୱାଗତ କରିଛନ୍ତି ଏବଂ ଏହାକୁ ନେଇ ସେ ଉତ୍ସାହିତ ଅଛନ୍ତି।

ଅଭିନନ୍ଦ ଲୋଡା କହିଛନ୍ତି ଯେ ସରଯୂ ଏନକ୍ଲେଭ ରାମ ମନ୍ଦିରଠାରୁ ପ୍ରାୟ ୧୫ ମିନିଟ ଏବଂ ଅଯୋଧ୍ୟା ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ୩୦ ମିନିଟ ଦୂରରେ ଅବସ୍ଥିତ। ସେ କହିଛନ୍ତି, “ଆମର ଅଯୋଧ୍ୟା ପ୍ରକଳ୍ପରେ ତାଙ୍କର ବିନିଯୋଗ ସହରର ଅର୍ଥନୈତିକ ସାମର୍ଥ୍ୟ ଉପରେ ଆତ୍ମବିଶ୍ୱାସ ଏବଂ ଆଧ୍ୟାତ୍ମିକ ଐତିହ୍ୟ ପ୍ରତି ତାଙ୍କର ଗଭୀର ପ୍ରଶଂସାକୁ ଦର୍ଶାଏ।” ସେ କହିଛନ୍ତି ଯେ ବିଗ୍ ବିଙ୍କ ସମର୍ଥନ ଏହି ପ୍ରକଳ୍ପକୁ ଅଯୋଧ୍ୟାର ବିଶ୍ୱ ଆଧ୍ୟାତ୍ମିକ ମହତ୍ତ୍ୱର ପ୍ରତୀକରେ ପରିଣତ କରିବ।

Advertisment
Amitabh Bachchan Bollywood Ayodhya Ram Mandir Ayodhya Ram Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ