Advertisment

ସେଟ୍‌ରେ ପ୍ରଡ୍ୟୁସରଙ୍କୁ ‘କେବିସି'କୁ ବନ୍ଦ କରିବାକୁ କହିଲେ ଅମିତାଭ

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ଆଜିକାଲି ପ୍ରସିଦ୍ଧ କୁଇଜ୍ ସୋ ‘କୌନ ବନେଗା କରୋଡପତି ୧୩'କୁ ହୋଷ୍ଟ୍ କରୁଛନ୍ତି। ପ୍ରତ୍ୟେକ ଥର ବିଗ୍ ବିଙ୍କ ପ୍ରଶଂସକଙ୍କୁ କିଛି ନା କିଛି ନୂଆ ଦେଖିବାର ସୁଯୋଗ ମିଳେ। ଅନେକ ଥର ବିଗ୍ ବି ଶୋ’ର ପ୍ରତିଯୋଗୀମାନଙ୍କ କଥାରେ ସମ୍ମତି ହେଉଥିବା ବି ଦେଖାଯାଏ। ଏବେ ଶୋ’ର ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି। ଏହି ପ୍ରୋମୋରେ ଅମିତାଭ ଶୋ’କୁ ବନ୍ଦ କରିଦେବା ନେଇ କହୁଥିବା ନଜର ଆସିଛନ୍ତି।

Amitabh asks producer to stop KBC

Amitabh asks producer to stop KBC

Advertisment

ମୁମ୍ବାଇ: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ଆଜିକାଲି ପ୍ରସିଦ୍ଧ କୁଇଜ୍ ସୋ ‘କୌନ ବନେଗା କରୋଡପତି ୧୩'କୁ ହୋଷ୍ଟ୍ କରୁଛନ୍ତି। ପ୍ରତ୍ୟେକ ଥର ବିଗ୍ ବିଙ୍କ ପ୍ରଶଂସକଙ୍କୁ କିଛି ନା କିଛି ନୂଆ ଦେଖିବାର ସୁଯୋଗ ମିଳେ। ଅନେକ ଥର ବିଗ୍ ବି ଶୋ’ର ପ୍ରତିଯୋଗୀମାନଙ୍କ କଥାରେ ସମ୍ମତି ହେଉଥିବା ବି ଦେଖାଯାଏ। ଏବେ ଶୋ’ର ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି। ଏହି ପ୍ରୋମୋରେ ଅମିତାଭ ଶୋ’କୁ ବନ୍ଦ କରିଦେବା ନେଇ କହୁଥିବା ନଜର ଆସିଛନ୍ତି। ଅମିତାଭ ଭିଡିଓରେ କହୁଛନ୍ତି ଯେ ସେ ଶୋ’ର ପ୍ରତିଯୋଗୀ ନମ୍ରତା ଶାହାଙ୍କ ସହ ଚା’ ପିଇବା ନେଇ ବାହାରକୁ ଯିବାକୁ ଚାହୁଁଛନ୍ତି।

Advertisment
Amitabh asks producer to stop KBCପ୍ରଡ୍ୟୁସରଙ୍କୁ ‘କେବିସି'କୁ ବନ୍ଦ କରିବାକୁ କହିଲେ ଅମିତାଭ

ସୋନି ଟିଭିର ଇନଷ୍ଟାଗ୍ରାମ୍‌ରେ 'କୌନ୍‌ ବନେଗା କରୋଡପତି ୧୩' ର ଏକ ପ୍ରୋମୋ ସେୟାର କରାଯାଇଛି। ଏହି ପ୍ରୋମୋରେ ଅମିତାଭ ବଚ୍ଚନ ଶୋ’ର ପ୍ରତିଯୋଗୀ ନମ୍ରତା ଶାହାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ସେ ଯାହା ବେକରେ ପିନ୍ଧିଛନ୍ତି ତାହା ବି ବହୁତ ସୁନ୍ଦର। ଅମିତାଭ୍ କହିଛନ୍ତି ଯେ ଯଦି ସେ ତାଙ୍କୁ ଅମିତଜୀ କେବଳ ଅମିତ ଡାକିବାକୁ କହିଛନ୍ତି। ଏହା ପରେ ସ ଭିଡିରେ କହିଛନ୍ତି “ପ୍ରଡ୍ୟୁସର ଜୀ ଏହି କାର୍ଯ୍ୟକ୍ରମ ବନ୍ଦ କରନ୍ତୁ, ମୁଁ ନମ୍ରତାଜୀଙ୍କ ସହ ଚା’ ପିଇବାକୁ ଚାହୁଁଛି”।

Advertisment

Also Read

ସୋନି ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଟେଲିଭିଜନ ଟ୍ୱିଟରରେ 'କେବିସି ୧୩'ର ଏକ ପ୍ରୋମୋ ସେୟାର କରାଯାଇଛି। ଏହି ପ୍ରୋମୋ ସହିତ ଥିବା କ୍ୟାପ୍‌ସନ୍‌ରେ ଲେଖା ଅଛି “ଏହି ସପ୍ତାହରେ କେବିସିରେ ୩ ଜୀବନ୍ତ ହୃଦୟବାନ ପ୍ରତିଯୋଗୀଙ୍କୁ ଭେଟନ୍ତୁ, ଯିଏ ତୁମକୁ ମଧ୍ୟ ସେମାନଙ୍କ ରଙ୍ଗରେ ରଙ୍ଗେଇ ଦେବେ।” ଏହି ପ୍ରୋମୋରେ ପ୍ରତିଯୋଗୀ ନମ୍ରତା 'କଳଙ୍କ' ଚଳଚ୍ଚିତ୍ରର ଗୀତ ‘ଘର ମେରେ ପରଦେଶିଆ’ରେ ନାଚୁଥିବାର ନଜର ଆସିଛନ୍ତି। ଯେତେବେଳେ ଅମିତାଭ ତାଙ୍କୁ ପଚାରନ୍ତି ଯେ “ଏତେ ଥର ଘୂରିବାକୁ ପଡୁଛି, ମୁଣ୍ଡ ବୁଲଉ ନାହିଁ?” ତେବେ ନମ୍ରତା ଏକ ଛଳନାତ୍ମକ ଉତ୍ତର ଦେଇ କୁହନ୍ତି ଯେ ଯଦି ନଜର ଗୋଟିଏ ଜାଗାରେ ଅଟକି ଯାଏ, ତେବେ କେବେ ମୁଣ୍ଡ ବୁଲାଏ ନାହିଁ। ଏହାପରେ ଅମିତାଭ କୁହନ୍ତି “ହେ?”

Advertisment

ଛତିଶଗଡର ପଙ୍କଜ କୁମାର ସିଂ ଏହି ପ୍ରୋମୋରେ ଅନ୍ୟ ଜଣେ ପ୍ରତିଯୋଗୀ ଭାବରେ ନଜର ଆସିଛନ୍ତି। ସେ ମେରୁଦଣ୍ଡଜନିତ ରୋଗରେ ପୀଡିତ। କିନ୍ତୁ ତାଙ୍କା ହସ ଅମିତାଭଙ୍କ ହୃଦୟ କିଣିନିଏ। ତୃତୀୟ ପ୍ରତିଯୋଗୀ ୧୪ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏକ କୋଟି ଟଙ୍କାର ପ୍ରଶ୍ନରେ ପହଞ୍ଚି ପାରିଛନ୍ତି।

Amitabh Bachchan KBC Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ