Advertisment

‘ପୁଷ୍ପା : ୨’ ହଜେଇଲା ସଲମାନ ଓ ଶାହରୁଖଙ୍କ ନିଦ

ପ୍ରତି ଶୁକ୍ରବାର ବକ୍ସ ଅଫିସ୍‌ରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରୁଥିବା ବେଳେ ସେଥିମଧ୍ୟରୁ କିଛି ଫିଲ୍ମ ଦର୍ଶକଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଦର୍ଶକଙ୍କ ମଧ୍ୟରେ କୌତୁହଳ ବୃଦ୍ଧି ପାଉଥିବା ବେଳେ ଓରମାକ୍ସ ମିଡିଆ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍’ର ଏକ ରିପୋର୍ଟ କାର୍ଡ ଶେୟାର କରିଛି।

ଅଦ୍ୟତନ ହୋଇଛି
Allu Arjun’s pushpa-2 becomes most awaited films of 2023

Allu Arjun’s pushpa-2 becomes most awaited films of 2023

Advertisment

ବଡ ବଜେଟ୍ ଫିଲ୍ମ ଏବଂ ସୁପର୍‌ହିଟ୍ ଫ୍ରାଞ୍ଚାଇଜ୍ ପାଇଁ ଭାରତୀୟ ଦର୍ଶକ ସବୁବେଳେ ଉତ୍ସାହିତ ଥାଆନ୍ତି। ଏସବୁ ଫିଲ୍ମ ରିଲିଜ୍ ପାଇଁ ସେମାନେ ସବୁବେଳେ ଆଶାବାଦୀ ଥାଆନ୍ତି। ପ୍ରତି ଶୁକ୍ରବାର ବକ୍ସ ଅଫିସ୍‌ରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ ଏବଂ ସେଥିମଧ୍ୟରୁ କିଛି ଏପରି ମଧ୍ୟ ଫିଲ୍ମ ଥାଏ ଯାହା ଦର୍ଶକଙ୍କ ଉପରେ ଗଭୀର ଭାବେ ପ୍ରଭାବ ପକାଇଥାଏ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଦର୍ଶକଙ୍କ ମଧ୍ୟରେ କୌତୁହଳ ବୃଦ୍ଧି ପାଉଥିବା ବେଳେ ଓରମାକ୍ସ ମିଡିଆ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍’ର ଏକ ରିପୋର୍ଟ କାର୍ଡ ଶେୟାର କରିଛି।

Advertisment

ପ୍ରକାଶଥାଉ ଯେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ‘ପୁଷ୍ପା: ଦି ରାଇଜ୍’ ଭାରତୀୟ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଥିଲା। ଏହି ଫିଲ୍ମର ଗୀତଗୁଡିକ ଦର୍ଶକଙ୍କ ହୃଦୟରେ ଛାଇଯାଇଥିଲା। ଫିଲ୍ମର ଉଁ ଅନ୍ତୱା, ଶ୍ରୀବଲୀ ଓ ସାମୀ ସାମୀ ଗୀତ ବ୍ଲକ୍‌ବଷ୍ଟର ଗୀତ ହୋଇଯାଇଥିଲା। ଏହି ଗୀତଗୁଡିକ ଆଜି ବି ଦର୍ଶକଙ୍କୁ ରୋମାଞ୍ଚିତ କରିଦିଏ ଆଉ ଅଜାଣତରେ ଏସବୁ ଦର୍ଶକଙ୍କ ମୁହଁରୁ ଝରିଆସେ।

ଓରମାକ୍ସ ମିଡିଆ 'ମୋଷ୍ଟ ଆୱେଟେଡ୍ ଫିଲ୍ମ'ର ଏକ ତାଲିକା ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରିଛି। ଏହି ତାଲିକାର ପ୍ରଥମରେ ପୁଷ୍ପା ୨ ଥିବା ବେଳେ ପରବର୍ତ୍ତୀ କ୍ରମରେ ପଠାନ, ଟାଇଗର ଆର, ଜୱାନ ଏବଂ ଡଙ୍କି ରହିଛି। ଏହାକୁ ନେଇ ବଲିଉଡର ଦୁଇ ସୁପରଷ୍ଟାର୍ ସଲମାନ ଖାନ୍ ଓ ଶାହରୁଖ୍ ଖାନ୍ ଚିନ୍ତାରେ ପଡିଯାଇଥିବା ଜଣାଯାଇଛି।

Advertisment

କ୍ୟାପସନରେ ଲେଖାଯାଇଛି ଯେ # OrmaxCinematix ଅକ୍ଟୋବର ୧୨, ୨୦୨୨ ସୁଦ୍ଧା ବହୁ ପ୍ରତୀକ୍ଷିତ ହିନ୍ଦୀ ଚଳଚ୍ଚିତ୍ର। (କେବଳ ଡିସେମ୍ବର ୨୦୨୨ ପରେ ରିଲିଜ୍ ହେବାକୁଥିବା ଚଳଚ୍ଚିତ୍ର ଯାହାର ଟ୍ରେଲର ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ)।

Advertisment

ନିର୍ମାତା ଟିମ୍‌ର ଉପସ୍ଥିତିରେ ପୂଜା ସମାରୋହ ସହିତ ଶୁଭ ମୁହୁର୍ତ୍ତରେ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ନିର୍ମାତା ନିଶ୍ଚିତ କରିଛନ୍ତି ଯେ ଚଳଚ୍ଚିତ୍ରଟି ବଡ ଏବଂ ଗ୍ରାଣ୍ଡ ହେବାକୁ ଯାଉଛି। ଏନେଇ ଏହାର ରିଲିଜ୍ ଦର୍ଶକଙ୍କ ଉତ୍ସାହକୁ ବଢାଇ ଦେଇଛି।

Salman Khan Allu Arjun Shah Rukh Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ