Advertisment

ଯାତ୍ରା ଖଳନାୟକ ଦୈତାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ, ୧୫ ଲକ୍ଷ ନେଲେ କିନ୍ତୁ ଆସୁନାହାନ୍ତି

ଏହି ଟଙ୍କା ନେବା କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ନିଜେ ଦୈତାରୀ ପଣ୍ଡା ।

Daitari Panda

Daitari Panda

Advertisment

ପୁଣି ବିବାଦରେ ଦୈତାରୀ ପଣ୍ଡା । ଯାତ୍ରା ଜଗତର ଲୋକପ୍ରିୟ ଖଳନାୟକ ଦୈତାରୀ ପଣ୍ଡାଙ୍କ ନାଁରେ ପୁଣି ଆସିଲା ଅଭିଯୋଗ । ଟଙ୍କା ନେଇ କାମ କରୁନଥିବା ଭଳି ଅଭିଯୋଗ ଆସିଛି ଦୈତାରୀ ପଣ୍ଡାଙ୍କ ନାଁରେ ।

Advertisment

ଅଭିଯୋଗ ଅନୁଯାୟୀ ପାର୍ବତୀ ଗଣନାଟ୍ୟଠାରୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇଛନ୍ତି ଦୈତାରୀ । ହେଲେ ଯାତ୍ରା ପାର୍ଟିରେ ଯୋଗ ଦେଉନାହାନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ରାଜଧାନୀ ମିଡିଆ ହାଉସ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ହର ବାରିକ । ସେ ବାଲେଶ୍ୱର ଔପଦା ଥାନାରେ ଏତଲା ଦେଇଛନ୍ତି ।

ଦୈତାରୀ ପଣ୍ଡାଙ୍କୁ ଚୁକ୍ତି ମୁତାବକ ୧୫ ଲକ୍ଷ ଟଙ୍କା ପାର୍ବତୀ ଗଣନାଟ୍ୟ ଦେଇଥିଲେ ମଧ୍ୟ ସେ ୧୫ ଦିନରୁ ଅଧିକ ସମୟ ହେଲା ସମ୍ପୃକ୍ତ ପାଟିର ଆଖଡ଼ା ଘରେ ପହଞ୍ଚୁ ନାହାନ୍ତି । ଏନେଇ ତାଙ୍କ ବିରୋଧରେ ଏତଲା ଦାୟର କରାଯାଇଛି । ତେବେ ଏହି ଟଙ୍କା ନେବା କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ନିଜେ ଦୈତାରୀ ପଣ୍ଡା ।

Advertisment
Jollywood Daitari Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ