Ranveer Allahbadia : ଷ୍ଟାଇଲିସ୍ ଲୁକ୍ ପାଇଁ ଚର୍ଚ୍ଚାରେ ରହୁଥିଲେ ରଣବୀର ଆହ୍ଲାବାଦିଆ, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା...

ରଣବୀର ଆହ୍ଲାବାଦିଆଙ୍କ ଜନ୍ମ ୨ ଜୁନ୍ ୧୯୯୩ରେ ମୁମ୍ବାଇରେ ହୋଇଥିଲା । ସେ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ତାଙ୍କର ଶିକ୍ଷା ଗ୍ରହଣ କରିଥିଲେ । ୨୦୧୫ ମସିହାରେ ଦ୍ୱାରକାଦାସ ଜୀବନଲାଲ ସାଂଘଭି ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ୍‌ରେ ବି.ଟେକ୍ ସମାପ୍ତ କରିଛନ୍ତି । ରଣବୀର ବୀରବାଇସେପସ୍ (beerbiceps) ନାମରେ ମଧ୍ୟ ପ୍ରସିଦ୍ଧ । ୨୨ ବର୍ଷ ବୟସରେ ତାଙ୍କର କ୍ୟାରିଅର ଆରମ୍ଭ କରି, ସେ ଜଣେ YouTuber ଏବଂ ପୋଡକାଷ୍ଟର ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

କେମିତି ଥିଲା ରଣବୀରଙ୍କ ଯାତ୍ରା

ସୋସିଆଲ୍ ମିଡିଆରେ ଜଣାଶୁଣା ଚେହେରା ରଣବୀର ଆହ୍ଲାବାଦିଆ ନିଜ ପଡକାଷ୍ଟ, ଷ୍ଟାଇଲିସ୍ ଲୁକ୍ ଓ ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ବଲିଉଡରୁ ହଲିଉଡ ଷ୍ଟାର, ସ୍ପୋର୍ଟସ ସେଲିବ୍ରିଟିଙ୍କଠାରୁ ଆଷ୍ଟ୍ରୋଲୋଜରଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ପ୍ରତିଷ୍ଠିତ ଓ ଜଣାଶୁଣା ବ୍ୟକ୍ତିଙ୍କର ସାକ୍ଷାତକାର ନେଇଛନ୍ତି । ଇନଷ୍ଟାଗ୍ରାମରୁ ଟ୍ୱିଟର ପର୍ଯ୍ୟନ୍ତ, ପ୍ରତ୍ୟେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ପ୍ରବଳ ପ୍ରଶଂସକ ଅଛନ୍ତି ।

ରଣବୀର ଆହ୍ଲାବାଦିଆଙ୍କ ଜନ୍ମ ୨ ଜୁନ୍ ୧୯୯୩ରେ ମୁମ୍ବାଇରେ ହୋଇଥିଲା । ସେ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ତାଙ୍କର ଶିକ୍ଷା ଗ୍ରହଣ କରିଥିଲେ । ୨୦୧୫ ମସିହାରେ ଦ୍ୱାରକାଦାସ ଜୀବନଲାଲ ସାଂଘଭି ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ୍‌ରେ ବି.ଟେକ୍ ସମାପ୍ତ କରିଛନ୍ତି । ରଣବୀର ବୀରବାଇସେପସ୍ (beerbiceps) ନାମରେ ମଧ୍ୟ ପ୍ରସିଦ୍ଧ । ୨୨ ବର୍ଷ ବୟସରେ ତାଙ୍କର କ୍ୟାରିଅର ଆରମ୍ଭ କରି, ସେ ଜଣେ YouTuber ଏବଂ ପୋଡକାଷ୍ଟର ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

୨୦୧୫ ମସିହାରେ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ, ରଣବୀର ବିୟର ବାଇସେପ୍ସ ନାମକ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଥିଲେ ଯେଉଁଥିରେ ସେ ପ୍ରଥମେ ଫିଟନେସ୍ ଏବଂ ରୋଷେଇ ସମ୍ବନ୍ଧୀୟ ଭିଡିଓ ଅପଲୋଡ୍ କରୁଥିଲେ । ୨୦୧୯ ମସିହାରେ, ରଣବୀର YouTube ରେ The Ranveer Show ଲଞ୍ଚ କରିଥିଲେ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଫଳ ଲୋକଙ୍କ ସଫଳତାର କାହାଣୀ ଲୋକଙ୍କ ସହିତ ବାଣ୍ଟିବା । କେବଳ ଫିଲ୍ମ ଷ୍ଟାର ନୁହେଁ, ଯେଉଁମାନେ ନିଜ ଜୀବନରେ କିଛି ବଡ଼ ସଫଳତା ହାସଲ କରିଛନ୍ତି ସେମାନେ ରଣବୀରଙ୍କ ଚ୍ୟାନେଲକୁ ଆସନ୍ତି ଏବଂ ସେମାନଙ୍କ ଜୀବନର ଅଭିଜ୍ଞତା ଏବଂ ସେମାନଙ୍କ ସଫଳତାର ରହସ୍ୟ ଲୋକଙ୍କ ସହିତ ବାଣ୍ଟିଥାନ୍ତି ।...

୨୨ ବର୍ଷ ବୟସରେ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର ଭାବରେ କ୍ୟାରିୟର ଆରମ୍ଭ କରି ସଫଳତା ହାସଲ କରିଛନ୍ତି ରଣବୀର । ମଙ୍କ ଏଣ୍ଟରଟେନମେଣ୍ଟର ସେ ସହ ପ୍ରତିଷ୍ଠାତା । ରଣବୀରଙ୍କର ଅଛି ୭ଟି ୟୁଟ୍ୟୁବ ଚ୍ୟାନେଲ୍ । ଯେଉଁଥିରେ କୋଟିଏ ୨୦ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ସୂଚନା ଅନୁସାରେ ମାସକୁ ୟୁଟ୍ୟୁବ ଓ ପଡକାଷ୍ଟରୁ ପ୍ରାୟ ୩୫ ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି ରଣବୀର ଆହ୍ଲାବାଦିଆ । ଅର୍ଥାତ ଦିନକୁ କମାଉଛନ୍ତି ୧ଲକ୍ଷ ୧୬ ହଜାର ଟଙ୍କା। ତାଙ୍କର ଆୟର ଉତ୍ସ ହେଉଛି ୟୁଟ୍ୟୁବ ବିଜ୍ଞାପନ, ବ୍ରାଣ୍ଡ ସ୍ପନସରସିପ୍ । ଏହାବ୍ୟତୀତ ରଣବୀର ବ୍ରାଣ୍ଡ ପ୍ରମୋସନ ଓ ବିଜ୍ଞାପନରୁ ବି ମୋଟା ଅଙ୍କର ଇନକମ୍ କରୁଛନ୍ତି ।

ରିପୋର୍ଟ ଅନୁସାରେ ୨୦୨୪ ସୁଦ୍ଧା ତାଙ୍କର ସମ୍ପତ୍ତିର ପରିମାଣ ପାଖାପାଖି ୬୦ କୋଟି ଥିଲା । ତାଙ୍କ ପାଖରେ ୩୪ ଲକ୍ଷର କାର ଓ ମୁମ୍ବାଇରେ ଘର ଅଛି। ରଣବୀରଙ୍କ ପାଖରେ ଏତେସବୁ ଥିଲେ ବି ଉତ୍ତରଦାୟିତ୍ବ, ନୈତିକତା, ମର୍ଯ୍ୟାଦା ଓ ବାପା-ମାଆଙ୍କ ପ୍ରତି ସମ୍ମାନକୁ ସେ ଭୁଲିଗଲେ କେମିତି । ରଣବୀରଙ୍କୁ ଦେଶ ବିଦେଶରୁ ସମ୍ମାନ ବି ମିଳିଛି । ଫୋର୍ବସ ମାଗଜିନର 30 ଅଣ୍ଡର 30 ଲିଷ୍ଟରେ ସବୁଠୁ ପ୍ରଭାବଶାଳୀ ଯୁବକଙ୍କ ଭିତରେ ରହିଥିଲେ ରଣବୀର । ଏହାପରେ ତାଙ୍କୁ ଦେଶର ଅନେକ ଯୁବଗୋଷ୍ଠୀ ରୋଲ୍ ମଡେଲ୍ ଭାବରେ ଦେଖୁଥିଲେ । କିନ୍ତୁ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ତାଙ୍କର ଅଭଦ୍ରାମୀ ପରେ ୩୦ ବର୍ଷରୁ କମ୍ ଯୁବକମାନେ ସାବଧାନ ହୋଇଯିବା ଆବଶ୍ୟକ । ସେମାନେ ନିଷ୍ପତ୍ତି ନିଅନ୍ତୁ କାହାକୁ ଆଦର୍ଶ ବୋଲି ଭାବିବେ ।

ରଣବୀର ଆହ୍ଲାବାଦିଆ ପୂର୍ବରୁ ମଧ୍ୟ ଅନେକ ବିବାଦରେ ଫସିଛନ୍ତି । ୨୦୨୧ ମସିହାରେ ମହିଳାମାନଙ୍କ କୁର୍ତ୍ତି ପିନ୍ଧିବା ବିଷୟରେ ଏକ ଯୌନବାଦୀ ଟ୍ୱିଟ୍ ପାଇଁ ତାଙ୍କୁ ସମାଲୋଚନା କରାଯାଇଥିଲା । ଜୁଲାଇ ୨୦୨୩ରେ ଏବଂ ୨୦୨୪ରେ ମଧ୍ୟ ନିଜର ଟିପ୍ପଣୀ ପାଇଁ ସେ ବିବାଦ ମଧ୍ୟକୁ ଟାଣିହୋଇ ଆସିଥିଲେ । ଏହି ପ୍ରସିଦ୍ଧ YouTuber ଏବେ ସମୟ ରୈନାଙ୍କ ଶୋରେ ଯେଉଁ ପ୍ରକାରର ମନ୍ତବ୍ୟ ଦେଇଛନ୍ତି ତାହା ସମସ୍ତଙ୍କୁ କ୍ରୋଧିତ ଓ ବ୍ୟଥିତ କରିଛି । ରଣବୀର ଏବଂ ସମୟ ରୈନାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ରାଜନୈତିକ କ୍ଷେତ୍ରର ସେଲିବ୍ରିଟିମାନେ ମଧ୍ୟ ରଣବୀରଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ।