Advertisment

ଏହି ସବୁ ସିନେମାରେ ରହିଛି ଜୀବନର ସତ କାହାଣୀ

ସିନେମା ଆମ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ନିହାତି ଆବଶ୍ୟକ, କାରଣ ଏହା ଆମ ଚତୁର୍ଦିଗରେ ଥିବା ଘଟୁଥିବା ବାସ୍ତବ ଘଟଣାକୁ ଆମ ଆଗରେ ଦେଖାଇଥାଏ । ଏବେ ରିଅଲ ଲାଇଫ ଷ୍ଟୋରୀକୁ ନେଇ ଅନେକ ସିନେମା ନିର୍ମାଣ କରାଯାଉଛି । ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ।

ଅଦ୍ୟତନ ହୋଇଛି
real life stories

real life stories

Advertisment

ନୂଆଦିଲ୍ଲୀ: ବାସ୍ତବ ଘଟଣାକୁ ନେଇ ତିଆରି ହୋଇଛି ଅନେକ ଫିଲ୍ମ ଯାହା ଆମ ସମାଜକୁ ଅନେକ ଶିକ୍ଷା ଦେଇଛି । କେବେ ସେ ଐତିହାସିକ କାହାଣୀ ତ କେବେ ବାସ୍ତବିକ ଘଟଣାକୁ ନେଇ ତିଆରି ହୋଇଛି । ଏହି ଭଳି ଅନେକ ସିନେମା ରହିଛି । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି..

Advertisment

ନିକଟରେ ତାମିଲ ଫିଲ୍ମ ‘ଜୟ ଭୀମ’କୁ ମିଳୁଛି ପ୍ରଶଂସା । ବିଭିନ୍ନ ମହଲରୁ ଫିଲ୍ମକୁ ପସନ୍ଦ କରାଯାଇଛି । ଫିଲ୍ମର ଚିତ୍ରନାଟ୍ୟ, କାହାଣୀ, ଅଭିନୟ ଦର୍ଶକଙ୍କ ଥମ୍ସ ଅପ୍‌ ମିଳିଛି। ‘ଜୟ ଭୀମ୍‌’ ଫିଲ୍ମର କାହାଣୀ ତାମିଲନାଡ଼ୁର ବହୁଚର୍ଚ୍ଚିତ ୧୯୯୩ ବିନ୍ଦ୍ରାଞ୍ଚଳମ୍‌ ହାଜତ ମୃତ୍ୟୁ ମାମଲା ଉପରେ ଆଧାରିତ।

ଫିଲ୍ମରେ କିପରି ଆଦିବାସୀଙ୍କ ପ୍ରତି ସମାଜରେ ଘୃଣା ଓ ଅପମାନଜନକ ବ୍ୟବହାର ହେଉଛି ତାହାର ଜ୍ୱଳନ୍ତ ଚିତ୍ର ସିନେମାରେ ବର୍ଣ୍ଣନା କରାଯାଇଛି। ସମାଜରେ ପ୍ରଚଳିତ ଜାତି ପ୍ରଥା ପାଇଁ କିପରି ଗୋଟିଏ ପରେ ଗୋଟିଏ ପରିବାର ନଷ୍ଟ ହେଉଛି ତା ଉପରେ ସଂପୂର୍ଣ୍ଣ କାହାଣୀ ଆଧାରିତ।  ଫିଲ୍ମରେ ଆଇନଜୀବୀ ଚନ୍ଦ୍ରୁଙ୍କ ଭୂମିକାରେ ନଜର ଆସିଛନ୍ତି ସୁରିୟା ।  ଫିଲ୍ମର ଡାଇଲଗ୍‌ ଡେଲିଭେରୀ, ଲୁକ୍‌ ଓ ଷ୍ଟାଇଲ୍‌ ଦର୍ଶକଙ୍କୁ ବିମୋହିତ କରିଛି। 

Advertisment
'Asuran' 'Asuran'

ସେହିଭଳି ଏକ ଫିଲ୍ମ ହେଉଛି ‘ଅସୁରାନ୍’  । ତାମିଲନାଡୁର କେଜେଭେମାନିର ଏକ ପ୍ରକୃତ ଘଟଣା ଉପରେ ଆଧାରିତ । ଏହା ଭେକାଇ ଉପନ୍ୟାସ ଉପରେ ଆଧାରିତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଜଣେ ଧନୀ, ଉଚ୍ଚ ଜାତିର ଜମିଦାରଙ୍କୁ ହତ୍ୟା କରୁଥିବା ଜଣେ କୃଷକଙ୍କ ପୁଅକୁ ନେଇ ଫିଲର କାହାଣୀ ଗତିଶୀଳ ହୋଇଛି । ଏଥିରେ ଅଭିନେତା ଧନୁଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା

‘Theran Adigaram Ondru’.‘Theran Adigaram Ondru’.

ସେହିପରି ଆଉ ଏକ ସତ୍ୟ ଘଟଣା ଉପରେ ଆଧିରିତ ତାମିଲ ଫିଲ୍ମ ହେଉଛି ‘ଥେରାନ୍ ଆଡିଗାରାମ ଓଣ୍ଡ୍ରୁ’ । ତାମିଲନାଡୁ ପୋଲିସର ଯତ୍ନର ସହ ଯୋଜନାବଦ୍ଧ କାର୍ଯ୍ୟକଳାପ ଉପରେ ଆଧାରିତ ଫିଳ୍ମର କାହାଣୀ ।  ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏଥିରେ କାର୍ଥିକ ଶିବ୍ କୁମାର ଓ ରକୁଲ ପ୍ରୀତ୍ ସିଂ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

Advertisment

ସେହିପରି ଫିଲ୍ମ ‘କଲ୍ଲୋରୀ’ ଏହି ଭାରତୀୟ ତାମିଲ ଭାଷା ଆସୁଥିବା ନାଟକ ଏକ କଲେଜ ପରିସର ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ତାମିଲନାଡୁର କୃଷି ବିଶ୍ୱବିଦ୍ୟାଳୟର ତିନିଜଣ କଲେଜ ଛାତ୍ରୀଙ୍କ ଜୀବନ୍ତ ଦଗ୍ଧ ଘଟଣା ଉପରେ ଆଧାରିତ । ଏହି ସିନେମାଟି ଏକ ବାସ୍ତବ ଜୀବନର ଘଟଣା ଦ୍ୱାରା ଅନୁପ୍ରାଣିତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ ନିକଟରେ ବେଶ୍ ଆଦୃତ ଲାଭ କରିଥିଲା । ଫିଲ୍ମରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା ।

'କନ୍ନଥିଲ ମୁଥାମିଟାଲ' ଫିଲ୍ମଟି ୨୦୦୨ର ଭାରତୀୟ ତାମିଲ ଭାଷା ସଂଗୀତ ଯୁଦ୍ଧ ଚଳଚ୍ଚିତ୍ର, ଯାହା ସୁଜାତାଙ୍କ ଏକ କ୍ଷୁଦ୍ର ଗଳ୍ପ "ଅମଥାଭମ୍ ଆଭାନମ୍" ଉପରେ ଆଧାରିତ । ମାଧବନଙ୍କ ଅଭିନୀତ ଏହି ମଣିରତ୍ନାମ ଚଳଚ୍ଚିତ୍ରରେ ଶ୍ରୀଲଙ୍କାରେ ଏକ ତାମିଲ ପିତାମାତାଙ୍କର ଏକ ଶିଶୁର କାହାଣୀ ବର୍ଣ୍ଣନା କରାଯାଇଛି ।

Entertainment News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ