Advertisment

୨୫ରେ ରିଲିଜ ହେଉଛି ଗଙ୍ଗୁବାଇ କାଠିଆଓ୍ୱାଡି

ଜବରଦସ୍ତ ଡାଏଲଗ୍ ଡେଲିଭରି ସାଙ୍ଗକୁ ଗଙ୍ଗୁ ଚରିତ୍ରରେ ନିଖୁଣ ଅଭିନୟ କରିଛନ୍ତି ଆଲିଆ।

gangubai kathiawadi

gangubai kathiawadi

Advertisment

ଟିପିକାଲ ସଂଜୟଲଳା ଭଂସାଲୀ ଷ୍ଟାଇଲ ମୁମ୍ବାଇର ପ୍ରସିଦ୍ଧ ରେଡ୍‌ ଲାଇଟ ଏରିଆ କାମ୍‌ତିପୁରାର ବର୍ଣ୍ଣନାର ଆରମ୍ଭ ହେଉଛି ଫିଲ୍ମର କାହାଣୀ। କାମ୍‌ତିପୁରାରୁ ଚନ୍ଦ୍ରମା କେବେ ଅସ୍ତଯାଏନି, କାରଣ ଏଠି ରୁହନ୍ତି ଗଙ୍ଗୁବାଇ। ଆଉ ତାପରେ ଧୋବ ଫରଫର ଶାଢୀରେ ହେଉଛି ଆଲିଆଙ୍କ ଆବିର୍ଭାବ। ଗୁଜରାଟର ଏକ ସଂଭ୍ରାନ୍ତ ପରିବାରରୁ କାମଥିପୁରାର କୋଠାବାଲି ଗଙ୍ଗୁବାଇ ଓ ତାପରେ ମୁମ୍ବାଇ ଅଣ୍ଡରଓ୍ୱାଲର୍ଡ ଜଗତର କୁଇନ୍। କାଠିଆଓ୍ୱାଡା ଜନ୍ମିତ ଗଙ୍ଗା ହରଜୀବନ ଦାସଙ୍କ ବାୟୋପିକ୍ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ରହିଛନ୍ତି ଭର୍ସାଟାଇଲ ଅକ୍ଟ୍ରେସ ଆଲିଆ ଭଟ୍ଟ। ହୁସେନ ଜଏଦିଙ୍କ ପୁସ୍ତକ ମାଫିଆ କୁଇନ୍ସ ଅଫ୍ ବମ୍ବେ ଉପରେ ଫିଲ୍ମର କଥାବସ୍ତୁ ଆଧାରିତ।

Advertisment

ଜବରଦସ୍ତ ଡାଏଲଗ୍ ଡେଲିଭରି ସାଙ୍ଗକୁ ଗଙ୍ଗୁ ଚରିତ୍ରରେ ନିଖୁଣ ଅଭିନୟ କରିଛନ୍ତି ଆଲିଆ। ଗଙ୍ଗୁବାଇଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ନିଜ ଅଭିନୟ ମାଧ୍ୟମରେ ତାଜା କରିବାକୁ ଚେଷ୍ଟା କରିଛନ୍ତି, ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି। ମୁଭିର ଟିଜର ଓ ଟ୍ରେଲର ଦେଖି ସିନେପ୍ରେମୀ ଆଲିଆଙ୍କ ଅଭିନୟର ଭୁରି ଭୁରି ପ୍ରଶଂସା କରୁଛନ୍ତି। 

ଗତ ଗୁରୁବର ରିଲିଜ୍ ହୋଇଥିବା ଫିଲ୍ମରେ ଆଉ ଏକ ଗୀତ ଧୋଲିଡାକୁ ସିନେପ୍ରେମୀ ବେଶ ପସନ୍ଦ କରୁଥିବା ବେଳେ ଫିଲ୍ମ ବି ବକ୍ସ ଅଫିସରେ ଧମାକା କରିବା ଆଶା ରହିଛି। ଗଙ୍ଗୁବାଇଁ କାଠିଆଓ୍ୱାଡିରେ ଆଲିଆଙ୍କ ବ୍ୟତିତ ବିଜୟ ରାଜ୍, ସୀମା ପହଓ୍ୱା ଓ ଶାନ୍ତନୁ ମାହେଶ୍ୱରୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ବେଳେ ଅଜୟ ଦେବଗନଙ୍କୁ ଛୋଟ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ହୁମା କ୍ୟୁରେସୀଙ୍କର ମଧ୍ୟ ଫିଲ୍ମରେ ସ୍ପେଶାଲ କ୍ୟାରେକଟର ରହିଛନ୍ତି। ଏବେ ଆସନ୍ତୁ ଜାଣିବା ଏହି ରିଲ ଷ୍ଟୋରୀ ମୁଖ୍ୟ ଚରିତ୍ର ଗଙ୍ଗୁବାଇର ରିୟଲ କାହାଣୀ ସଂପର୍କରେ। କେମିତି ଗୁଜରାଟର ଏକ ସମ୍ଭ୍ରାନ୍ତ ପରିବାର ଜନ୍ମିତ ଗଙ୍ଗା ମୁମ୍ବାଇରେ ସାଜିଲେ କୋଠାବାଲି, କେମିତି ଅଣ୍ଡରଓ୍ୱାଲର୍ଡ ଦୁନିଆରେ କୁଇନ ଆଖ୍ୟା ପାଇଲେ ଅଭିନେତ୍ରୀ ହେବାର ସ୍ବପ୍ନ  ନେଇ ସ୍ବପ୍ନନଗରୀରେ ପାଦ ଥାପିଥିବା ଗଙ୍ଗା।

Advertisment

ଗଙ୍ଗୁବାଇ କାଠିଓ୍ୱାଡି ପ୍ରକୃତ ନାଁ ଗଙ୍ଗା ହରଜୀବନ ଦାସ୍। ଗୁଜରାଟର କାଠିଆଓ୍ୱାର୍ଡର ଏକ ସଂଭ୍ରାନ୍ତ ପରିବାରରେ ତାଙ୍କ ଜନ୍ମ। ବଲିଉଡ୍ ହିରୋଇନ ହେବା ଲାଗି ପିଲାଟି ଦିନରୁ ସେ ସ୍ୱପ୍ନ ଦେଖିଥିଲେ। ତେବେ କଲେଜ୍‌ରେ ପଢୁଥିବା ବେଳେ ମାତ୍ର ୧୬ ବର୍ଷ ବୟସରେ ସେ ତାଙ୍କ ବାପାଙ୍କ ପାଖରେ କାମ କରୁଥିବା ଜଣେ ଯୁବକ ରାମନିକ୍ ଲାଲ୍ ପ୍ରେମରେ ପଡିଯାଇଥିଲେ। ରାମନିକ୍‌ ଲାଲ୍ ସହ ଗୁପ୍ତରେ ଘରଛାଡି ମୁମ୍ବାଇ ପଳାଇ ଆସିବା ସହ ତାଙ୍କୁ ବିବାହ କରିଥିଲେ। ତେବେ ତାଙ୍କୁ ଧୋକ୍କା ଦେଇଥିଲା ରାମନିକ୍ ମାତ୍ର ୫ଶହ ଟଙ୍କାରେ ଗଙ୍ଗାଙ୍କୁ ଏକ ବେଶ୍ୟାଳୟରେ ବିକିଦେଇ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ଏହାପରେ ମୁମ୍ବାଇର ରେଡଲାଇଟ୍ ଏରିଆରେ ଆରମ୍ଭ ହୋଇଥିଲା ତାଙ୍କ ଜୀବନ।

ଷାଠିଏ ଦଶକରେ ମୁମ୍ବାଇର ୩ କୁଖ୍ୟାତ ଅଣ୍ଡରଓ୍ୱାଲ୍ଡ ଡନ୍ କରିମ୍ ଲାଲା, ହାଜି ମସ୍ତାନ ଓ ବର୍ଦ୍ଦରାଜନଙ୍କ ସହ ତାଙ୍କର ବେଶ ଭଲ ସଂପର୍କ ଥିଲା। ତେବେ କାମଥିପୁରା ସେତେବେଳେ କରିମଲାଲାର ନିୟନ୍ତ୍ରଣରେ ଥିଲା। କୌଣସି ଘଟଣାକୁ ନେଇ କରିମ୍‌କୁ ନ୍ୟାୟ ମାଗିବାକୁ ଯାଇଥିଲେ ଗଙ୍ଗୁବାଇ। କୁହାଯାଏ ତା ଗ୍ୟାଙ୍ଗର ଜଣେ ସଦସ୍ୟ ଗଙ୍ଗୁଙ୍କୁ ଦୁଷ୍କର୍ମ କରିଥିଲା। ତେବେ ଏହାସତ୍ତ୍ୱେ ବି କରିମ୍ ଲାଲା ପାଖରେ ପହଞ୍ଚି ନ୍ୟାୟ ମାଗିଥିଲେ ଗଙ୍ଗୁ। ପରେ ଉଭୟଙ୍କ ସଂପର୍କରେ ଟୁଇଷ୍ଟ ଆସିଥିଲା। ଗଙ୍ଗୁବାଇଙ୍କ ରାଖି ଭାଇ ପାଲଟି ଯାଇଥିଲେ କରିମ୍ ଲାଲା। ଆଉ ଭେଟି ସ୍ୱରୂପ କାମଥିପୁରାର ନିୟନ୍ତ୍ରଣ ସେ ଗଙ୍ଗୁବାଇକୁ ଦେଇଦେଇଥିଲେ। ଏହାପରେ ମୁମ୍ବାଇର ଅଣ୍ଡରଓ୍ୱାଲ୍ଡ ଦୁନିଆରେ ଗଙ୍ଗୁବାଇଙ୍କ ଆଭିର୍ଭାବ ଘଟିଥିଲା।

Advertisment

ଗଙ୍ଗୁ ଥିଲେ ମୁମ୍ବାଇର ପ୍ରସିଦ୍ଧ ରେଡଲାଇଟ୍ ଏରିଆ କାମଥିପୁରାର କୁଇନ୍। ତାଙ୍କ ଇସାରରେ ଏଠାରେ ପରିଚାଳିତ ହେଉଥିଲା ଦେହ ବ୍ୟବସାୟ। ତେବେ କେବେବି ସେ କୌଣସି ଯୁବତୀଙ୍କୁ ବଳପୂର୍ବକ ଏହି ପେସାରେ ନିୟୋଜିତ କରିନଥିଲେ। ସେହିପରି ଦେହ ବ୍ୟବସାୟ କରୁଥିବା ମହିଳାଙ୍କୁ ଶୋଷଣରୁ ରକ୍ଷା କରିବା ଓ ସେମାନଙ୍କ ପିଲାଙ୍କ ଥଇଥାନ, ଲାଳନପାଳନ ଓ ପାଠପଢା ଲାଗି ନିରନ୍ତର କାର୍ଯ୍ୟ କରିଥିଲେ ଗଙ୍ଗୁବାଇ।

ଏଠିକାର ରେଡଲାଇଟ୍ ମାର୍କେଟ ହଟାଇ ଦେବା ପାଇଁ ହୋଇଥିବା ଉଦ୍ୟମ ତାଙ୍କ ବିରୋଧ ଯୋଗୁ ସଫଳ ହୋଇନଥିଲା। ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁଙ୍କ ସହ ସାକ୍ଷାତ ଗଙ୍ଗୁବାଇଙ୍କୁ ଅଧିକ ପ୍ରସିଦ୍ଧି ଆଣି ଦେଇଥିଲେ। ଏଠିକାର ରେଡଲାଇଟ ଅଞ୍ଚଳକୁ ନହଟାଇ ଏହି ପେସାରେ ନିୟୋଜିତ ମହିଳା ଓ ସେମାନଙ୍କ ପିଲାମାନଙ୍କ ସୁରକ୍ଷା ଲାଗି ଗଙ୍ଗୁ ଦେଇଥିବା ପ୍ରସ୍ତାବରେ ନେହରୁ କୁଆଡେ ସମ୍ମତି ପ୍ରକାଶ କରିଥିବା କୁହାଯାଏ। ଦେହବ୍ୟବସାୟ ପେସାରେ ରହି ମଧ୍ୟ କାମଥିପୁରାବାସୀଙ୍କ ସ୍ୱାର୍ଥ ରକ୍ଷା ଲାଗି ନିଜକୁ ନିୟୋଜିତ କରିଥିଲେ ଗଙ୍ଗୁ। ଏଠାରେ ସ୍ଥାପନ କରାଯାଇଥିବା ତାଙ୍କର ପ୍ରମିମୂର୍ତ୍ତୀ ହିଁ ତାଙ୍କ ଲୋକପ୍ରିୟତାକୁ ବୟାନ କରୁଛି। ସୁନେଲୀ ରଙ୍ଗର ଚଉଡା ଧଡି ଥିବା ଧଳା ଶାଢୀ ସାଙ୍ଗକୁ ମୁଣ୍ଡରେ ଲାଲ୍ ରଙ୍ଗର ବଡ଼ ବିନ୍ଦି ଅନେକଙ୍କ ପାଇଁ ଗଙ୍ଗୁ ମଧ୍ୟ ଥିଲେ ଷ୍ଟାଇଲ ଆଇକନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ