Advertisment

ଆଲିଆ ହେବେ ଯାଆଁଳା ଶିଶୁର ମା! ଜାଣନ୍ତୁ କ’ଣ କହିଲେ ରଣବୀର

ଯାଆଁଳା ପିଲାର ମାଆ ହେବେ କି ଆଲିଆ ଭଟ୍ଟ? ଏକ ସାକ୍ଷାତକାରରେ ରଣବୀର କପୁର ଏମିତି କିଛି କହିଛନ୍ତି ଯାହା ଲୋକଙ୍କୁ ଏହା ଭାବିବାକୁ ବାଧ୍ୟ କରୁଛି।

Alia Bhatt expecting twins

Alia Bhatt expecting twins

Advertisment

ଆଲିଆ ଭଟ୍ଟ ଏବଂ ରଣବୀର କପୁର ଆଜିକାଲି ପ୍ରାୟ ସମୟରେ ଚର୍ଚ୍ଚାରେ ରହୁଛନ୍ତି। ଉଭୟ ଫିଲ୍ମ ବ୍ୟତୀତ ବଲିଉଡର ଏହି ପ୍ରିୟ ଦମ୍ପତି ଏବେ ବାପାମାଆ ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯେବେଠାରୁ ଆଲିଆ ତାଙ୍କ ଗର୍ଭଧାରଣର ସୁସମାଚାର ଶୁଣେଇଛନ୍ତି ସେବେଠାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Advertisment

ଏହି ଦମ୍ପତିଙ୍କୁ ବର୍ତ୍ତମାନ ସେମାନଙ୍କ ପିଲାକୁ ନେଇ ଅନେକ ସମୟରେ ପ୍ରଶ୍ନର ସାମ୍ନା ହେବାକୁ ପଡୁଛି। ଏହି ସମୟରେ ରଣବୀର ଏମିତି କିଛି କହିଛନ୍ତି ଯାହା ଲୋକଙ୍କ ମଧ୍ୟରେ ସନ୍ଦେହ ଖେଳେଇ ଦେଇଛି। ଲୋକେ ଭାବୁଛନ୍ତି ଆଲିଆ ଗୋଟିଏ ନୁହେଁ ବରଂ ଦୁଇଟି ପିଲାର ମା’ ହେବାକୁ ଯାଉଛନ୍ତି। ବର୍ତ୍ତମାନ ଏହି ଖବରକୁ ନେଇ ରଣବୀର ପୁଣି ଏକ ନୂଆ ବିବୃତ୍ତି ଦେଇ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛନ୍ତି।

ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ 'ଶମଶେରା'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ଜୁଲାଇ ୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମ ପ୍ରମୋସନ ବେଳେଏକ ସାକ୍ଷାତକାରରେ ରଣବୀର କପୁରଙ୍କ ଦୁଇଟି ସତ ଏବଂ ଗୋଟିଏ ମିଛ ଲୋକଙ୍କ ଭିତରେ ଗୁଜବ ଖେଳେଇଦେଇଛି ଯେ ଆଲିଆ ଯାଆଁଳା ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି।

Advertisment

ଅଭିନେତା କହିଥିଲେ ଯେ “ମୋର ଯାଆଁଳା ପିଲା ଅଛନ୍ତି। ମୁଁ ଏକ ବଡ ପୌରାଣିକ ଫିଲ୍ମର ଅଂଶ ହେବାକୁ ଯାଉଛି। ମୁଁ କାମରୁ ବହୁତ ସମୟ ପାଇଁ ବିରତି ନେଉଛି।” ଏମିତି କହି ରଣବୀର ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକେଇ ଦେଇଛନ୍ତି।

ସୋମବାର ଦିନ ଦିଲ୍ଲୀରେ ଫିଲ୍ମ ପ୍ରମୋସନ ବେଳେ ଯାଆଁଳା ପିଲାଙ୍କ ଗୁଜବକୁ ନେଇ ରଣବୀରଙ୍କୁ ପ୍ରଶ୍ନର ଶିକାର ହେବାକୁ ପଡିଥିଲା। ଏହି ପରିପ୍ରେକ୍ଷୀରେ ରଣବୀର କହିଛନ୍ତି ଯେ 'ବିବାଦ ସୃଷ୍ଟି କର ନାହିଁ। ସେମାନେ ମୋତେ ଦୁଇଟି ସତ ଏବଂ ଗୋଟିଏ ମିଛ କହି ତିନୋଟି କଥା କହିବାକୁ କହିଥିଲେ। ବର୍ତ୍ତମାନ ମୁଁ କହି ପାରିବି ନାହିଁ ସତ କୋଉଟା ଆଉ ମିଛ କୋଉଟା?

Advertisment

ରଣବୀର କପୁରଙ୍କ ଏହି କଥା ପ୍ରଶଂସକଙ୍କୁ ପୁଣି ଥରେ ଚିନ୍ତାରେ ପକେଇ ଦେଇଛି। ଯଦି ଧ୍ୟାନ ଦିଆଯାଏ, ତେବେ ଅଭିନେତାଙ୍କର ଏହି ତିନୋଟି କଥାରୁ କେବଳ ଯାଆଁଳା ପିଲା କଥା ହିଁ ସତ ଲାଗ। କାରଣ ରଣବୀର 'ଏନିମଲ୍' ସମେତ ଅନେକ ନୂଆ ପ୍ରକଳ୍ପର ଅଂଶ ହେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ବିରତି କଥା ପ୍ରଶ୍ନ ଉଠୁ ନାହିଁ। ଏହା ମିଛ ଭଳି ଲାଗେ। ଅନ୍ୟ ସତଟି ହେଉଛି ଯେ ରଣବୀର ପୌରାଣିକ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ଏକ ଅଂଶ ହୋଇଛନ୍ତି, ଏହା ସମସ୍ତଙ୍କୁ ଜଣା।

Ranbir Kapoor Alia Bhatt Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: