Advertisment

ଏତେ କୋଟି ଦେଇ ନୂଆ ଆପାର୍ଟମେଣ୍ଟ୍‌ କିଣିଲେ ଆଲିଆ; ଭଉଣୀଙ୍କୁ ଉପହାର ଦେଲେ ୨ଟି ଫ୍ଲାଟ୍

ଆଲିଆ ଭଟ୍ଟ ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ। ସେ ବର୍ତ୍ତମାନ ୩୭କୋଟିରୁ ଅଧିକ ଟଙ୍କା ଦେଇ ଏକ ନୂଆ ଆପାର୍ଟମେଣ୍ଟ୍‌ କିଣିଛନ୍ତି। ଖାଲି ସେତିକି ନୁହେଁ, ସେ ତାଙ୍କ ଭଉଣୀଙ୍କୁ ମଧ୍ୟ କୋଟି କୋଟି ଟଙ୍କାର ୨ଟି ଫ୍ଲାଟ୍ ଉପହାର ଦେଇଛନ୍ତି।

ଅଦ୍ୟତନ ହୋଇଛି
Alia Bhatt Buys Apartment In Pali Hill For Rs 37 Cr

Alia Bhatt buys new property worth more than rs 37 cr

Advertisment

ବଲିଉଡ୍‌ ତାରକାମାନେ ଅନେକ ସମୟରେ ସେମାନଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏମିତି ମଧ୍ୟ ଅନେକ ତାରକା ଅଛନ୍ତି ଯେଉଁମାନେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ସେଥିମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ୍‌ ସୁନ୍ଦରୀ ଆଲିଆ ଭଟ୍ଟ। ବର୍ତ୍ତମାନ ସେ ଏକ ନୂଆ ଆପାର୍ଟମେଣ୍ଟ୍‌ କିଣିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି।

Advertisment

ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରା ୱେଷ୍ଟ୍‌ରେ ୨,୪୯୭ ବର୍ଗଫୁଟର ଏକ ଆପାର୍ଟମେଣ୍ଟ କିଣିଛନ୍ତି। କେବଳ ଏତିକି ନୁହେଁ ସେ ତାଙ୍କ ଭଉଣୀ ଶାହୀନ୍ ଭଟ୍ଟଙ୍କୁ ମଧ୍ୟ ଉପହାର ଭାବେ ଦୁଇଟି ଫ୍ଲାଟ୍ ଦେଇଛନ୍ତି। ଅଭିନେତ୍ରୀଙ୍କ ନୂଆ ଆପାର୍ଟମେଣ୍ଟର ମୂଲ୍ୟ ୩୭.୮୦କୋଟି ଟଙ୍କା।

ଅଧିକ ପଢ଼ନ୍ତୁ: ଆଗେଇ ଚାଲିଛି ଆଲିଆଙ୍କ ବ୍ୟବସାୟ; ବଲିଉଡ୍‌ରୁ ଦୂରେଇ ଯିବେ କି…

ସବୁ ସେଲିବ୍ରେଟି ଓ ପୁଞ୍ଜିପତିଙ୍କ ସମ୍ପତ୍ତିର ହିସାବ ରଖୁଥିବା ଏକ ୱେବସାଇଟ୍ ଏହି ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ IndexTap.com ଅନୁଯାୟୀ ଆଲିଆ ଭଟ୍ଟଙ୍କ ପ୍ରଡକ୍ସନ କମ୍ପାନୀ ହାଉସ୍- ଇଣ୍ଟରନାଲ୍ ସନ୍‌ସାଇନ୍ ପ୍ରଡକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ୩୭.୮୦ କୋଟି ଟଙ୍କାରେ ମୁମ୍ବାଇର ବାନ୍ଦ୍ରା ୱେଷ୍ଟ୍‌ରେ ଏକ ଆପାର୍ଟମେଣ୍ଟ କିଣିଛି।

Advertisment

୨,୪୯୭ ବର୍ଗଫୁଟର ଏହି ଆପାର୍ଟମେଣ୍ଟ ମୁମ୍ବାଇର ବାନ୍ଦ୍ରା ୱେଷ୍ଟର ପାଲି ହିଲ୍‌ ଅଞ୍ଚଳରେ ଥିବା ଏରିଏଲ୍ ଭ୍ୟୁ କୋଅପରେଟିଭ୍ ହାଉସିଂ ସୋସାଇଟିରେ ରହିଛି। ଖବର ଅନୁଯାୟୀ, ଅଭିନେତ୍ରୀଙ୍କ ପ୍ରଡକ୍ସନ୍ ହାଉସ୍ ଗୋଲ୍ଡ ଷ୍ଟ୍ରିଟ୍ ମର୍କାଣ୍ଟାଇଲ୍ କମ୍ପାନୀ ପ୍ରାଇଭେଟ ଲିମିଟେଡ୍ ଠାରୁ ଏହି ଘର କିଣିଛି।

ଏଥିପାଇଁ ଆଲିଆ ଭଟ୍ଟ ୨.୨୫ କୋଟି ଟଙ୍କା ଷ୍ଟାମ୍ପ୍‌ ଡ୍ୟୁଟି ଦେଇଛନ୍ତି ଏବଂ ବିକ୍ରି ଚୁକ୍ତି ଚଳିତ ବର୍ଷ ଏପ୍ରିଲ ୧୦ରେ ପଞ୍ଜିକୃତ ହୋଇଛି। ଆଲିଆ ଭଟ୍ଟ ମଧ୍ୟ ପ୍ରାୟ ୭.୬୮ କୋଟି ଟଙ୍କା ମୂଲ୍ୟରେ ତାଙ୍କ ଭଉଣୀ ଶାହିନ୍ ଭଟ୍ଟଙ୍କୁ ମୋଟ ୨.୦୮୬.୭୫ ବର୍ଗଫୁଟ ବିଶିଷ୍ଟ ଦୁଇଟି ଫ୍ଲାଟ୍‌ ଉପହାର ଦେଇଛନ୍ତି। ଅଭିନେତ୍ରୀ ନିଜ ଭଉଣୀ ପାଇଁ ଜୁହୁର ଏବି ନାୟାର ରୋଡ୍‌ରେ ଏହି ଆପାର୍ଟମେଣ୍ଟ କିଣିଛନ୍ତି।

Advertisment

ତେବେ ଆଲିଆ ଭଟ୍ଟଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ରଣବୀର କପୁର ମୁଖ୍ୟ ଭୂମିକାରେ ଥିଲେ। ଫିଲ୍ମ ଦୁନିଆ ଠାରୁ ଏବେ ଦୂରରେ ରହି ଆଲିଆ ତାଙ୍କ ବ୍ୟବସାୟକୁ ସମ୍ଭାଳୁଛନ୍ତି।

Bollywood Alia Bhatt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ