Advertisment

ଲଗାତର ଫ୍ଲପ୍ ପରେ ଏବେ ସାଉଥ୍ ମୁହାଁ ହେଲେ ଅକ୍ଷୟ କୁମାର; ଏହି ଫିଲ୍ମରେ କରିବେ କାମ

ବଲିଉଡରେ ଅନେକ ବଡ ବଡ ତାରକା ଅଛନ୍ତି ଯେଉଁମାନେ ଏବେ ସାଉଥ୍ ଫିଲ୍ମରେ ଆଡକୁ ଢଳୁଛନ୍ତି। ଅନେକ ଚଳଚ୍ଚିତ୍ର ନିର୍ମାତା ବଲିଉଡ୍‌ ସୁପରଷ୍ଟାରଙ୍କ ସହଯୋଗରେ ବ୍ଲକ୍‌ବଷ୍ଟର ଫିଲ୍ମ ମଧ୍ୟ ଦେଇଛନ୍ତି। ସେ ଶାହରୁଖ ଖାନ ହୁଅନ୍ତୁ କି ରଣବୀର କପୁର। ବର୍ତ୍ତମାନ ଅକ୍ଷୟ କୁମାର ମଧ୍ୟ ଏହି ଦୁଇ ସୁପରଷ୍ଟାରଙ୍କ ପଥ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Akshay kumar will be seen in prabhas movie kannappa

ବଲିଉଡର ଖିଲାଡି କୁମାର ଖୁବ ଶୀଘ୍ର ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସଙ୍କ ଫିଲ୍ମରେ ନଜର ଆସିବେ। ‘କନ୍ନପ୍ପା’ ଫିଲ୍ମରେ ଅକ୍ଷୟ କୁମାର ଏବଂ ପ୍ରଭାସଙ୍କୁ ଏକାଠି ଦେଖିବାକୁ ମିଳିବ। ଏହା ଅଭିନେତା-ନିର୍ମାତା ମାଞ୍ଚୁ ବିଷ୍ଣୁଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରୁ ‘କନ୍ନପ୍ପା’ ଅନ୍ୟତମ।

କନ୍ନପ୍ପା ଏକ ପୌରାଣିକ ମହାକାବ୍ୟ ଉପରେ ଆଧାରିତ ଏକ ଚଳଚ୍ଚିତ୍ର, ଯାହାକୁ ମୁକେଶ କୁମାର ସିଂହ ନିର୍ଦ୍ଦେଶନା ଦେବେ। ରିପୋର୍ଟ ଅନୁଯାୟୀ, ଅକ୍ଷୟ କୁମାର ‘ବଡେ ମିୟାଁ ଛୋଟେ ମିୟାଁ’ ପରେ ଖୁବ୍ ଶୀଘ୍ର ‘କନ୍ନପ୍ପା’ର ପ୍ରଡକ୍ସନରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି।

Advertisment

‘କନ୍ନପ୍ପା’ର ଷ୍ଟାର୍‌କାଷ୍ଟ୍‌ରେ ପ୍ରଭାସ, ମୋହନ ବାବୁ, ମୋହନଲାଲ, ଶିବ ରାଜକୁମାର, ନୟନତାରା ଏବଂ ମଧୁବାଲା ସହିତ ଅନ୍ୟ କଳାକାରମାନେ ଅନ୍ତର୍ଭୁକ୍ତ। କନ୍ନପ୍ପା ଫିଲ୍ମରେ ଶିବ ଭକ୍ତଙ୍କ କାହାଣୀ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ପାରୁଚୁରୀ ଗୋପାଳ କୃଷ୍ଣ, ଥୋତା ପ୍ରସାଦ, ସାଇନାଥ ଥୋତାପାଲି ଏବଂ ସାଇ ମାଧବ ବୁରା ଲେଖିଛନ୍ତି। ଏହି ଚଳଚ୍ଚିତ୍ରରେ ସାଉଥ୍ ତାରକା ବିଷ୍ଣୁ ମଞ୍ଚୁ କନପ୍ପା ଏବଂ ପ୍ରଭାସ ଭଗବାନ ଶିବଙ୍କ ଭୂମିକାରେ ଅଛନ୍ତି।

Bollywood Akshay Kumar South Movies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ