Advertisment

ଅକ୍ଷୟ କୁମାରଙ୍କ ବାୟୋପିକ୍ ହେଲେ କାମ କରିବେ ନୀରଜ ଚୋପ୍ରା!

ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ଆସିସାରିଛି ପ୍ରଥମ ସ୍ୱର୍ଣ୍ଣ ପଦକ। ଏହି ସ୍ୱର୍ଣ୍ଣକୁ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ସେ ତାଙ୍କ ବିଜୟ ସହିତ ସମଗ୍ର ଦେଶ ପାଇଁ ଖୁସିର ଲହରୀ ନେଇଆସିଛନ୍ତି। ଏବେ ନୀରଜ ଚୋପ୍ରାଙ୍କ ଐତିହାସିକ ବିଜୟ ସାରା ଭାରତ ପାଳନ କରୁଛି। ଜାଭେଲିନ୍ ଥ୍ରୋରେ ତାଙ୍କର ଅବିଶ୍ୱସନୀୟ ପ୍ରଦର୍ଶନକୁ ଦେଖି ବିଶ୍ୱ ଚମକିଯାଇଥିଲା। ଦେଶ ସବୁ ଆଶା ଓ ଭରସା ତାଙ୍କ ଉପରେ ଢାଳି ଦେଇଥିଲା। ଦେଶବାସୀଙ୍କ ଏହି ବିଶ୍ୱାସକୁ ନିରଜ ସତ ପ୍ରମାଣ କରିଥିଲେ ଓ ଶେଷରେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଅଦ୍ୟତନ ହୋଇଛି
ଅକ୍ଷୟ କୁମାରଙ୍କ ବାୟୋପିକ୍ ହେଲେ କାମ କରିବେ ନୀରଜ ଚୋପ୍ରା!

Akshay Kumar

Advertisment

ମୁମ୍ବାଇ : ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ଆସିସାରିଛି ପ୍ରଥମ ସ୍ୱର୍ଣ୍ଣ ପଦକ। ଏହି ସ୍ୱର୍ଣ୍ଣକୁ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ସେ ତାଙ୍କ ବିଜୟ ସହିତ ସମଗ୍ର ଦେଶ ପାଇଁ ଖୁସିର ଲହରୀ ନେଇଆସିଛନ୍ତି। ଏବେ ନୀରଜ ଚୋପ୍ରାଙ୍କ ଐତିହାସିକ ବିଜୟ ସାରା ଭାରତ ପାଳନ କରୁଛି। ଜାଭେଲିନ୍ ଥ୍ରୋରେ ତାଙ୍କର ଅବିଶ୍ୱସନୀୟ ପ୍ରଦର୍ଶନକୁ ଦେଖି ବିଶ୍ୱ ଚମକିଯାଇଥିଲା। ଦେଶ ସବୁ ଆଶା ଓ ଭରସା ତାଙ୍କ ଉପରେ ଢାଳି ଦେଇଥିଲା। ଦେଶବାସୀଙ୍କ ଏହି ବିଶ୍ୱାସକୁ ନିରଜ ସତ ପ୍ରମାଣ କରିଥିଲେ ଓ ଶେଷରେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପରେ ସୋସିଆଲ ମିଡିଆରେ ତାଙ୍କ ପାଇଁ ଅଭିନନ୍ଦନର ବାର୍ତ୍ତା ସୁଅ ଭଳି ଛୁଟିଲା। ଏହି ପରିପ୍ରେକ୍ଷିରେ ଅନେକ ମିମ୍ସ ମଧ୍ୟ ପୋଷ୍ଟ କରାଯାଇଥିଲା ଯେଉଁଥିରେ ଅକ୍ଷୟ କୁମାର ନୀରଜ ଚୋପ୍ରାଙ୍କ ବାୟୋପିକ୍‌ରେ କାମ କରିବାକୁ ଯାଉଛନ୍ତି ବୋଲି ମଧ୍ୟ କୁହାଯାଇଥିଲା।

Advertisment
ଅକ୍ଷୟ କୁମାରଙ୍କ ବାୟୋପିକ୍

ଅକ୍ଷୟ କୁମାରଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ହାତରେ ଏକ ବଡ ବାଡି ଧରିଥିବାର ନଜର ଆସିଛନ୍ତି। ଉପଭୋକ୍ତାମାନେ ଏହି ଫଟୋକୁ ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଥ୍ରୋ ସହିତ ତୁଳନା କରୁଛନ୍ତି। ବର୍ତ୍ତମାନ ଅକ୍ଷୟ କୁମାର ମଧ୍ୟ ଏଥିରେ ପ୍ରତିକ୍ରିୟା ରଖିଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ଅକ୍ଷୟ କହିଛନ୍ତି ଯେ “ମତେ ଲାଗୁଛି ଏମିତି ବୋଧେ ମଜ୍ଜା ପାଇଁ କରାଯାଉଛି। ମୁଁ ସେହି ଫଟୋ ମଧ୍ୟ ଦେଖିଛି। ଯେଉଁଥିରେ ମୁଁ ମୋ ହାତରେ ଏକ ବାଡ଼ି ଧରି ନଜର ଆସିଛି। ଏହି ଫଟୋ ହେଉଛି ମୋର ଚଳଚ୍ଚିତ୍ର ‘ସୌଗନ୍ଦ’ର। ଏହା ବହୁତ ଫନୀ। ଟ୍ୱିଙ୍କଲ୍ ଯେତେବେଳେ ଏହି ଫଟୋ ଦେଖିଲେ ସେ ମତେ ଜଣେଇଲେ, ମୁଁ ତାଙ୍କୁ କହିଲି ଯେ ମୁଁ ଏହି ଫଟୋ ଆଗରୁ ଦେଖିସାରିଛି।

Advertisment

ଯେତେବେଳେ ଏକ ଗଣମାଧ୍ୟମ ତରଫରୁ ଅକ୍ଷୟ କୁମାରଙ୍କୁ ନୀରଜ ଚୋପ୍ରାଙ୍କ ବାୟୋପିକ୍‌ ବିଷୟରେ ପଚରାଯାଇଥିଲା, ସେ କହିଥିଲେ- “ଲୋକମାନେ କହୁଛନ୍ତି, ଆରେ ବର୍ତ୍ତମାନଠାରୁ ଅଭ୍ୟାସ ଆରମ୍ଭ ହୋଇଗଲାଣି। 'ମୋତେ ଏହା ବହୁତ ଫନୀ ଲାଗୁଛି।” ଅକ୍ଷୟ କୁମାର ତାଙ୍କ ବାୟୋପିକ୍‌କୁ ନେଇ କହିଛନ୍ତି ଯେ “ମତେ ଲାଗୁଛି ନୀରଜ ଚୋପ୍ରା ଗୁଡ୍ ଲୁକିଙ୍ଗ ଆଉ ବହୁତ ହ୍ୟାଣ୍ଡସମ ମଧ୍ୟ। ଯଦି ମୋର ବାୟୋପିକ୍ ତିଆରି ହୁଏ, ତେବେ ସେ ଏଥିରେ ମୋର ମୁଖ୍ୟ ଭୂମିକା ଗ୍ରହଣ କରିବା ଉଚିତ।

ପ୍ରକାଶଥାଉ କି ଅକ୍ଷୟ କୁମାର ଟୁଇଟ୍ କରି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଦେଇଥିଲେ। ସେ ନିଜ ଟ୍ୱିଟ୍‌ରେ ଲେଖିଥିଲେ- “ଏହା ହେଉଛି ପ୍ରଥମ ଷ୍ଟନ୍‌ରେ ସ୍ୱର୍ଣ୍ଣ ପଦକ। ଇତିହାସ ସୃଷ୍ଟି କରିଥିବାରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ। ଆପଣ ଏକ ବିଲିୟନ ଖୁସିର ଲୁହ ପାଇଁ ଦାୟୀ।”

Advertisment
Bollywood Akshay Kumar Neeraj Chopra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ