Advertisment

‘ସିଙ୍ଘମ ଏଗେନ୍’ରୁ ଅକ୍ଷୟ କୁମାରଙ୍କ ଫାଷ୍ଟ୍ ଲୁକ୍; ଦର୍ଶକ ପାଗଳ

ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ଏଗେନ୍’ ପାଇଁ ସବୁ ସିନେପ୍ରେମୀ ଉତ୍ସାହିତ। ସବୁଠାକୁ ରୋଚକପୂର୍ଣ୍ଣ ହେଲା ଏହାର ଷ୍ଟାର୍‌କାଷ୍ଟ୍। ଗୋଟିଏ ପରେ ଗୋଟିଏ ସୁପରଷ୍ଟାରଙ୍କ ଏଣ୍ଟ୍ରୀ ସମସ୍ତଙ୍କ ଉତ୍ସାହକୁ ବଢେଇଦେବା ଭଳି ଲାଗେ। ବର୍ତ୍ତମାନ ଆଉ ଜଣେ ସୁପରଷ୍ଟାର୍‌ଙ୍କ ଏଣ୍ଟ୍ରୀ ସମସ୍ତଙ୍କୁ ଚକିତ କରିଛି।

akshay kumar singham again first look

akshay kumar singham again first look

Advertisment

ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ଏଗେନ୍’ ପାଇଁ ସବୁ ସିନେପ୍ରେମୀ ଉତ୍ସାହିତ। ସବୁଠାକୁ ରୋଚକପୂର୍ଣ୍ଣ ହେଲା ଏହାର ଷ୍ଟାର୍‌କାଷ୍ଟ୍। ଗୋଟିଏ ପରେ ଗୋଟିଏ ସୁପରଷ୍ଟାରଙ୍କ ଏଣ୍ଟ୍ରୀ ସମସ୍ତଙ୍କ ଉତ୍ସାହକୁ ବଢେଇଦେବା ଭଳି ଲାଗେ। ବର୍ତ୍ତମାନ ଆଉ ଜଣେ ସୁପରଷ୍ଟାର୍‌ଙ୍କ ଏଣ୍ଟ୍ରୀ ସମସ୍ତଙ୍କୁ ଚକିତ କରିଛି।

Advertisment

ପୂର୍ବରୁ ରଣବୀର ସିଂହ, ଟାଇଗର ଶ୍ରଫ୍‌ ଏବଂ ଦୀପିକା ପାଦୁକୋନଙ୍କ ଫାଷ୍ଟ୍ ଲୁକ୍ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବର୍ତ୍ତମାନ ଖିଲାଡି କିଙ୍ଗ୍ ଅକ୍ଷୟ କୁମାରଙ୍କ ଫାଷ୍ଟ୍ ଲୁକ୍ ସାମ୍ନାକୁ ଆସିଛି। ଏଥିରେ ସେ ଜଣେ ସାଧାରଣ ଅଫିସର ଭାବେ ଦେଖିବାକୁ ମିଳନ୍ତି ନାହିଁ। ତାଙ୍କର ଏହି ଦମଦାର ଲୁକ୍ ସମସ୍ତଙ୍କୁ ପାଗଳ କରିଦେଇଛି।

ଅକ୍ଷୟଙ୍କ ଏହି ଫାଷ୍ଟ୍ ଲୁକ୍ ଦେଖିବା ପରେ ପ୍ରଶଂସକମାନେ କହିଛନ୍ତି ଯେ ରୋହିତ ଶେଟ୍ଟୀଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ୧୦୦୦କୋଟି ଟଙ୍କା ରୋଜଗାର କରି ବ୍ଲକ୍‌ବଷ୍ଟର୍‌ ହେବ। କେବଳ ଏତିକି ନୁହେଁ ପ୍ରଶଂସକମାନେ ବୀର ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କରିବାରେ ଥମିଯାଉ ନାହାନ୍ତି ଏବଂ ପୁଣି ଥରେ ଅକ୍ଷୟ କୁମାରଙ୍କୁ ପୋଲିସ ଅବତାରରେ ଦେଖିବାକୁ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି।

Advertisment

ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ପୋଷ୍ଟ୍‌ରେ ଅକ୍ଷୟ କୁମାର ହେଲିକପ୍ଟରରୁ ଦୁଇ ହାତରେ ବନ୍ଧୁକ ଧରି ଡେଇଁପଡୁଥିବାର ନଜର ଆସିଛନ୍ତି। ଏହା ସହିତ ମିଷ୍ଟର ଖିଲାଡି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ଆଇଲା ରେ ଆଇଲା, ସୂର୍ଯ୍ୟବଂଶୀ ଆଇଲା, ଏଟିଏସ୍ ମୁଖ୍ୟ ବୀର ସୂର୍ଯ୍ୟବଂଶୀର ଏଣ୍ଟ୍ରୀ ସମୟ ଆସିଗଲା। ଆପଣ ପ୍ରସ୍ତୁତ ତ ?” ଏହି ପୋଷ୍ଟ୍‌ ଶେୟାର ହେବା ମାତ୍ରେ ଅକ୍ଷୟ କୁମାରଙ୍କ ପ୍ରଶଂସକମାନେ ଫାୟାର୍ ଇମୋଜିର ବର୍ଷା କରିବାରେ ଲାଗିଛନ୍ତି। ଏଥି ସହିତ ପ୍ରଶଂସକମାନେ ଏହାକୁ ୧୦୦୦ କୋଟି ଟଙ୍କା ରୋଜଗାର କରି ଏକ ବ୍ଲକବଷ୍ଟର ଫିଲ୍ମ ହେବ ବୋଲି କହୁଛନ୍ତି।

Advertisment

ଏହାପୂର୍ବରୁ ଫିଲ୍ମରୁ ଯେଉଁସବୁ ସୁପର୍‌ଷ୍ଟାରଙ୍କ ଦମଦାର ଫାଷ୍ଟ୍ ଲୁକ୍ ସାମ୍ନାକୁ ଆସିଥିଲା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେମାନେ ଏହି ଫିଲ୍ମ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସିଙ୍ଘମ’ର ଏହା ହେଉଛି ତୃତୀୟ ସଂସ୍କରଣ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Deepika Padukone Ajay Devgn Bollywood Akshay Kumar Rohit Shetty Ranveer Singh Tiger Shroff
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ