Advertisment

ଅକ୍ଷୟ-ପ୍ରଭାସ୍‌ଙ୍କ ମଧ୍ୟରେ ହେବ ଜବରଦସ୍ତ ଟକ୍କର, କିଏ ମାରିବ ବାଜି ?

ପ୍ରାୟ ଦେଢ ବର୍ଷର ଦୀର୍ଘ ଅପେକ୍ଷା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ଖୁସି ଖବର ଆସିଥିବା ଦେଖାଯାଇଛି। ମହାରାଷ୍ଟ୍ର ସରକାରଙ୍କ ସିନେମା ହଲ୍‌ ଖୋଲିବା ଘୋଷଣା ସହିତ ଅନେକ ବଡ ଚଳଚ୍ଚିତ୍ରର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏହି କ୍ରମରେ ଅକ୍ଷୟ କୁମାରଙ୍କ “ରକ୍ଷା ବନ୍ଧନ” ଏବଂ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ “ଆଦିପୁରୁଷ” ଚଳଚ୍ଚିତ୍ର ମଧ୍ୟ ଅନ୍ତର୍ଭୂକ୍ତ ହୋଇଛି।

ଅଦ୍ୟତନ ହୋଇଛି
Akshay and Pravas

Akshay and Pravas

Advertisment

ମୁମ୍ବାଇ: ମହାରାଷ୍ଟ୍ର ସରକାର ନିକଟରେ ସିନେମା ହଲ୍ ଖୋଲିବା ପାଇଁ ଘୋଷଣା କରିଛନ୍ତି। ଏନେଇ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନେ ଦୀର୍ଘ ନିଶ୍ୱାସ ଛାଡିଛନ୍ତି। ପ୍ରାୟ ଦେଢ ବର୍ଷର ଦୀର୍ଘ ଅପେକ୍ଷା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ଖୁସି ଖବର ଆସିଥିବା ଦେଖାଯାଇଛି। ମହାରାଷ୍ଟ୍ର ସରକାରଙ୍କ ଏହି ଘୋଷଣା ସହିତ ଅନେକ ବଡ ଚଳଚ୍ଚିତ୍ରର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏହି କ୍ରମରେ ଅକ୍ଷୟ କୁମାରଙ୍କ “ରକ୍ଷା ବନ୍ଧନ”  ଏବଂ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ “ଆଦିପୁରୁଷ” ଚଳଚ୍ଚିତ୍ର ମଧ୍ୟ ଅନ୍ତର୍ଭୂକ୍ତ ରହିଛି।

Advertisment

ଆସନ୍ତା ବର୍ଷ ଅକ୍ଷୟ କୁମାରଙ୍କ ଅଭିନୀତ “ରକ୍ଷା ବନ୍ଧନ” ଏବଂ ପ୍ରଭାସ, ସୈଫ୍ ଅଲ୍ଲୀ ଖାନ ଏବଂ କ୍ରୀତି ସାନନଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ' ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିବ। କାରଣ ଉଭୟ ଫିଲ୍ମ ଗୋଟିଏ ଦିନରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହୋଇଛି। ନିର୍ମାତାମାନେ ଉଭୟ ଚଳଚ୍ଚିତ୍ର ରିଲିଜ୍ ପାଇଁ ସ୍ୱାଧୀନତା ଦିବସ ସପ୍ତାହକୁ ଆଖି ଆଗରେ ରଖିଛନ୍ତି। ଅର୍ଥାତ୍ ୧୧ ଅଗଷ୍ଟ ୨୦୨୨ରେ ଅକ୍ଷୟ କୁମାର ଓ ପ୍ରଭାସଙ୍କ ଚଳଚ୍ଚିତ୍ର ମୁହାଁମୁହିଁ ହେବ।

Advertisment

ଓମ ରାୱତଙ୍କ ଦ୍ୱାରା ନିର୍ଦ୍ଦେଶିତ “ଆଦିପୁରୁଷ୍‌” ଏକ ଡ୍ରାମାଭିତିକ ଫିଲ୍ମ ହୋଇଥିବା ବେଳେ ଏହା ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ମଲାୟାଲମ ଭାଷାରେ ମୁକ୍ତିଲାଭ କରିବ। ଆନନ୍ଦ ଏଲ୍ ରାୟ “ରକ୍ଷାବନ୍ଧନ” ର ନିର୍ଦ୍ଦେଶନା ଦେଇଛନ୍ତି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର କହିଛନ୍ତି ଯେ ସିନେମା ହଲ୍ ଓ ଥିଏଟ୍ରୀ ହଲ୍‌ଗୁଡିକୁ ଅକ୍ଟୋବର ୨୨ ରୁ ସାରା ରାଜ୍ୟରେ ଖୋଲିବା ନେଇ ଅନୁମତି ଦେଇଛନ୍ତି। ତେବେ ସମସ୍ତ କୋଭିଡ୍ ଗାଇଡଲାଇନ ମାନି ଏଅ ସବୁ ଖୋଲାଯିବ ବୋଲି ସେ କହିଛନ୍ତି। କୋଭିଡ ନିୟମକୁ ଉଲ୍ଲଂଘନ ନ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରେକ୍ଷାଳୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ମହାରାଷ୍ଟ୍ର ସରକାର ସିନେମା ହଲ୍‌ ଖୋଲିବାର ଘୋଷଣା ପରେ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରେ ସେମାନଙ୍କ ଚଳଚ୍ଚିତ୍ରର ରିଲିଜ୍ ତାରିଖ ନେଇ ଚାଞ୍ଚଲ୍ୟ ଦେଖାଦେଇଛି। ରୋହିତ ଶେଟ୍ଟୀ ଘୋଷଣା କରିଛନ୍ତି ଯେ ତାଙ୍କର ବହୁ ପ୍ରତୀକ୍ଷିତ ପୋଲିସ ଆକ୍ସନ୍-ଡ୍ରାମା "ସୂର୍ଯ୍ୟବଂଶୀ" ଦିପାବଳିରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ। ଦର୍ଶକଙ୍କଙ୍କ ମଧ୍ୟରେ ଏନେଇ ବେଶ ଉତ୍ସାହ ଦେଖାଦେଇଛି।

Akshay Kumar Pravas Film Release
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ