Advertisment

ବାଣୀ କପୁରଙ୍କୁ ପ୍ରାଙ୍କ କଲେ ଅକ୍ଷୟ କୁମାର

ନିକଟରେ ‘ଦି କପିଲ୍ ଶର୍ମା ଶୋ’ର ନୂଆ ସିଜନ ଆରମ୍ଭ ହୋଇଛି। ଏହି ସିଜନର ପ୍ରଥମ ଗେଷ୍ଟ୍‌ ଅକ୍ଷୟ କୁମାର, ବାଣୀ କପୁର ଓ ହୁମା କୁରେଶୀ ଥିଲେ। ଏହି ସମସ୍ତ ସେଲିବ୍ରିଟି ଫିଲ୍ମ୍ ‘ବେଲ୍‌ବଟମ୍‌’ର ପ୍ରମୋଶନ ପାଇଁ ଆସିଥିଲେ। ଏହି ଶୋ’ରେ ଦେଖାଯାଇଥିଲା ଯେ ଅକ୍ଷୟ କୁମାର କପିଲ ଶର୍ମାଙ୍କ ସହ ବହୁତ ହସ ମଜ୍ଜା କରିଥିଲେ। ସେହିପରି ବାଣୀ କପୁର ଓ ହୁମା କୁରେଶୀଙ୍କ ସହିତ ମଧ୍ୟ ବହୁତ ମଜ୍ଜା କରିଥିଲେ।

Kapil Sharma Show

Kapil Sharma Show

Advertisment

ମୁମ୍ବାଇ : ନିକଟରେ ‘ଦି କପିଲ୍ ଶର୍ମା ଶୋ’ର ନୂଆ ସିଜନ ଆରମ୍ଭ ହୋଇଛି। ଏହି ସିଜନର ପ୍ରଥମ ଗେଷ୍ଟ୍‌ ଅକ୍ଷୟ କୁମାର, ବାଣୀ କପୁର ଓ ହୁମା କୁରେଶୀ ଥିଲେ। ଏହି ସମସ୍ତ ସେଲିବ୍ରିଟି ଫିଲ୍ମ୍ ‘ବେଲ୍‌ବଟମ୍‌’ର ପ୍ରମୋଶନ ପାଇଁ ଆସିଥିଲେ। ଏହି ଶୋ’ରେ ଦେଖାଯାଇଥିଲା ଯେ ଅକ୍ଷୟ କୁମାର କପିଲ ଶର୍ମାଙ୍କ ସହ ବହୁତ ହସ ମଜ୍ଜା କରିଥିଲେ। ସେହିପରି ବାଣୀ କପୁର ଓ ହୁମା କୁରେଶୀଙ୍କ ସହିତ ମଧ୍ୟ ବହୁତ ମଜ୍ଜା କରିଥିଲେ। ଆଜିକାଲି ସୋସିଆଲ୍ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓଟିକୁ ଶୋ’ରେ ଜଜ୍‌ ଭୂମିକା ନିଭାଉଥିବା ଅର୍ଚ୍ଚନା ପୁରଣ ସିଂ ସେୟାର କରିଛନ୍ତି।

Advertisment
Kapil Sharma Showକପିଲ୍ ଶର୍ମା ଶୋ

ଏହା ଏକ ବିଟିଏସ୍‌ ଭିଡିଓ। ଏଥିରେ ଅକ୍ଷୟ କୁମାର ବାଣୀ କପୁରଙ୍କ ସହିତ ପ୍ରାଙ୍କ୍‌ କରୁଥିବା ଦେଖିବାକୁ ମିଳେ। କିନ୍ତୁ ସେ ଏନେଇ ସଫଳ ନ ହୋଇପାରୁଥିବା ଦେଖାଯାଏ। ଏହି ଭିଡିଓର ଆରମ୍ଭରେ ଦେଖାଯାଏ ଯେ ଶୋ’ର ସବୁ କଳାକାର ନିଜ ନିଜ ଭୂମିକାରେ ଗୋଟିଏ ବୃତ୍ତାକାରରେ ଠିଆ ହୋଇ କଥାବାର୍ତ୍ତା କରୁଛନ୍ତି। ଯେତେବେଳେ ବାଣୀ କପୁର ଏଣ୍ଟ୍ରି କରୁଛନ୍ତି ଷ୍ଟେଜ୍‌ରେ ଅକ୍ଷୟ କୁମାର କଦଳୀ ଚୋପା ରଖି ଦିଅନ୍ତି।

Advertisment

ମ୍ୟୁଜିକ୍ ବାଜିବା ଆରମ୍ଭ ହୁଏ। ବାଣୀ କପୁର ପ୍ରବେଶ କରନ୍ତି। ସେହି ସମୟରେ ତାଙ୍କ ନଜର କଦଳୀ ଚୋପା ଉପରେ ପଡିଗଲା। ସେ ଏହାକୁ ଦେଖି ସାଇଡ୍‌ ହେଇଯାଆନ୍ତି। ଏତିକିବେଳେ ପଛ ପାଖରୁ ଅକ୍ଷୟ କୁମାର ହସି ହସି ଆସୁଥିବା ଦେଖାଯାଆନ୍ତି। ଏହା ପରେ ସେ ନିଜେ କଦଳୀ ଚୋପାକୁ ଉଠେଇ ନିଅନ୍ତି। ଏହା ପରେ ବାଣୀ ପୁଣିଥରେ ଏଣ୍ଟ୍ରି କରିବା ନେଇ ଯାଆନ୍ତି। ସେତେବେଳେ ଅକ୍ଷୟ କୁମାର ଅର୍ଚ୍ଚନାଙ୍କ ପାଖରେ ଠିଆ ହୁଅନ୍ତି। ସେଠାରେ ଥିବା ଏକ ଫଳ ଝୁଡିରୁ ସପୁରୀଟିଏ ଉଠେଇ ନିଅନ୍ତି ଏବଂ ଗେଟ୍ ଆଡକୁ ଚାଲିଯାଆନ୍ତି। ଠିକ ସେତିକିବେଳେ ମ୍ୟୁଜିକ୍ ବାଜିବା ଆରମ୍ଭ ହୋଇଯାଏ ଏବଂ ସେ ଅଟକି ଯାଆନ୍ତି। ବାଣୀ ତାଙ୍କର ଏଣ୍ଟ୍ରିକୁ ଶେଷ କରିବା ପରେ ଆସି ହୁମା କୁରେଶୀଙ୍କୁ କୁଣ୍ଡେଇ ପକାନ୍ତି।

Advertisment

ଏହାପରେ କପିଲ ଶର୍ମା ମଧ୍ୟ ନଜରକୁ ଆସନ୍ତି। ଆରତୀ ମଧ୍ୟ କ୍ୟାମେରା ସାମ୍ନାରେ ନିଜର ପରଫର୍ମାନ୍ସ ଦେଖାନ୍ତି। ପଛ ପଟରୁ ଅର୍ଚ୍ଚନାଙ୍କ ପାଟି ଶୁଣାଯାଏ ଯେ ‘ସୁଟିଂର ପ୍ରଥମ ଦିନ’। ଏହା ପରେ ସେ ଭାରତୀଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରନ୍ତି। ଏହା ପରେ ଭିଡିଓରେ ଦର୍ଶକମାନଙ୍କର କିଛି ଝଲକ ମଧ୍ୟ ଦେଖିବାକୁ ମିଳେ।

Entertainment Akshay Kumar The Kapil Sharma Show
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ