Advertisment

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ପରଲୋକ

ବୁଧବାର ସକାଳେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ଅକ୍ଷୟଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଆଦୌ ଭଲନଥିଲା । ଏଥିପାଇଁ ତାଙ୍କୁ ମୁମ୍ବାଇର ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଅଦ୍ୟତନ ହୋଇଛି
Akshay Kumar, Aruna Bhatia

Akshay Kumar, Aruna Bhatia

Advertisment

ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ମା’ଙ୍କ ନିଧନ । ବୁଧବାର ସକାଳେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ଅକ୍ଷୟଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଆଦୌ ଭଲନଥିଲା । ଏଥିପାଇଁ ତାଙ୍କୁ ମୁମ୍ବାଇର ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ମା’ଙ୍କ ମୃତ୍ୟୁ ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ନିଜେ ସୂଚନା ଦେଇଛନ୍ତି ଅକ୍ଷୟ କୁମାର।

Advertisment

ମା’ଙ୍କ ଦେହାନ୍ତ ଖବର ଶେୟାର କରି ଅକ୍ଷୟ ଲେଖିଛନ୍ତି, 'ସେ ମୋ ପାଇଁ ସବୁକିଛି ଥିଲେ ଏବଂ ଆଜି ମୁଁ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛି । ଆଜି ମୋ ମା ଶ୍ରୀମତୀ ଅରୁଣା ଭାଟିଆ ସକାଳେ ଶାନ୍ତିପୂର୍ଣ୍ଣ ଭାବରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ସେ ଏବେ ବାପାଙ୍କୁ ଆଉ ଏକ ଦୁନିଆରେ ଭେଟିବେ । ମୋ ପରିବାର ପ୍ରତି ପ୍ରଶଂସକଙ୍କ ପ୍ରାର୍ଥନାକୁ ସମ୍ମାନ କରୁଛି । ଓମ୍ ଶାନ୍ତି ' ।

ଏହାପୂର୍ବରୁ ପ୍ରଶଂସକମାନଙ୍କ ପ୍ରାର୍ଥନା ପାଇଁ କୃତଜ୍ଞତା ଜଣାଇ ଅକ୍ଷୟ କୁମାର ଲେଖିଥିଲେ, 'ମୋ ମାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣମାନେ ଯେପରି ଚିନ୍ତା ଦେଖାଇଛନ୍ତି, ତାହା ମୋର ହୃଦୟକୁ ସ୍ପର୍ଶ କରିଛି । ମୁଁ ଏହାକୁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ । ଏହା ମୋ ଏବଂ ମୋ ପରିବାର ପାଇଁ ବହୁତ କଷ୍ଟକର ସମୟ । ପ୍ରଶଂସକଙ୍କ ପ୍ରତ୍ୟେକ ପ୍ରାର୍ଥନା ମୋ ପାଇଁ ମୂଲ୍ୟବାନ୍ ବୋଲି ସେ ଲେଖିଥିଲେ ।

Advertisment

ସୂଚନାଯୋଗ୍ୟ ଅକ୍ଷୟ କୁମାର ବିଦେଶରେ ସୁଟିଂ କରୁଥିବା ସମୟରେ ତାଙ୍କ ମାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଆଉ ସେ ଖବର ପାଇବା ମାତ୍ରେ ସେ ତୁରନ୍ତ ଲଣ୍ଡନରୁ ମୁମ୍ବାଇ ଫେରିଥିଲେ ।

Bollywood News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ